WEDNESDAY
17 JUNE 2026

Welcome!

Unlock your personalized experience.
Sign Up

ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ; ତିନି ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Jun 17, 2026 - 16:37
ପାଠ୍ୟପୁସ୍ତକ ତ୍ରୁଟି ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ; ତିନି ଜଣିଆ କମିଟି ଗଠିତ, ୭ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭/୦୬: ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଂଗରେ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଏଥିରେ ତୁରନ୍ତ ତ୍ରୁଟି ସୁଧାରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ନିଷ୍ପତ୍ତି ହୋଇଛି । ଏନେଇ ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଏକ ତିନି ଜଣିଆ କମିଟି ଗଠିତ । ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ କେଉଁ ଅଧିକାରୀ କିମ୍ବା ସଂସ୍ଥା ଦାୟୀ ତାହାଙ୍କୁ ଚିହ୍ନଟ କରି ୭ ଦିନରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବିରୋଧୀଙ୍କ ଜୋରଦାର ସମାଲୋଚନା ପରେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଂଗ ଲୋକସେଭା ଭାବନରେ ପହଞ୍ଚିଥିଲା । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ତୁରନ୍ତ ବୈଠକ ଡାକିଥିଲେ । ଏଥିରେ ଆଭାସୀ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବିଭିନ୍ନ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ସୂଚନା ଅନୁଯାୟୀ, ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ଯେତିକି ସମୟ ଆବଶ୍ୟକ ତାଠୁ ଢେର କମ୍ ସମୟରେ ପ୍ରସ୍ତୁତ ହେଲା । ଜାତୀୟ ସ୍ତରରେ ଏନ୍ସିଇଆରଟି ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାକୁ ୩ ରୁ ୪ ବର୍ଷ ଲାଗୁଛି । ଓଡ଼ିଶାରେ ଏସସିଇଆରଟି ମାତ୍ର ୬ ମାସରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରି ଛାପିବା ପାଇଁ ପଠାଇଦେଲେ । କେବଳ ସେତିକି ନୁହେଁ, ଚୂଡ଼ାନ୍ତ ସମୀକ୍ଷା ପାଇଁ କମିଟିର ସଦସ୍ୟମାନେ ପାଠ୍ୟପୁସ୍ତକକୁ ଆଦୌ ଦେଖିନାହାନ୍ତି । ଯେଉଁମାନେ ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ନିୟୋଜିତ ହୋଇଥିଲେ ସେମାନଙ୍କୁ ଚାପ ଦିଆଯାଇ ତରତର କରି ବହି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଗଲା । ଫଳ, ହେଲା ଏଇଆ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ଛପା ଯାଇଥିବା ବହିରେ ୧୬୭୮ଟି ଭୁଲ୍ ରହିଗଲା । ୨ କୋଟି ୯୮ ଲକ୍ଷ ବହି ପ୍ରସ୍ତୁତିରେ ପାଖାପାଖି ଦୁଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ବହି ଛାପିବା ପାଇଁ ଆହୁରି ୪୫ରୁ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ସତେ ଯେମିତି ଏହା ବହି ଛପା ନୁହେଁ ତ ପିଲା ଖେଳ ।

ଅଧିକ ପଢନ୍ତୁ- CM Hold Meeting: ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ବିରୋଧୀଙ୍କ ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।