15 JUNE 2026

Welcome!

Unlock your personalized experience.
Sign Up

Weather Forecast: ୨୦ ଯାଏ ଉତ୍ତର ଓ ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା, ପଶ୍ଚିମରେ ତାତି ଜାରି

Jun 15, 2026 - 07:17
Weather Forecast: ୨୦ ଯାଏ ଉତ୍ତର ଓ ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା, ପଶ୍ଚିମରେ ତାତି ଜାରି

ଭୁବନେଶ୍ୱର ୧୫/୦୬: ରାଜ୍ୟକୁ ମୌସୁମୀ ପ୍ରବେଶ କରିସାରିଛି । କିନ୍ତୁ ବଙ୍ଗୋସାଗରରେ ଘୂର୍ଣ୍ଣିବଳୟ ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନ ଥିବାରୁ  ବିଶେଷ ବର୍ଷା ନାହିଁ । ରାଜ୍ୟର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ  ଅନୁକୂଳ ରହିଛି ।  ଆସନ୍ତା ୨୦ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା  ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ୧୯ ଓ ୨୦ ତାରିଖ  ବେଳକୁ ତାପମାତ୍ରା ପୁଣି ୨ରୁ  ୩ ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଇଛି ।

ସୋମବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା  ଅଛି । କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୫୦ରୁ ୬୦ କିମି ବେଗରେ  ପବନ ବି ବହିପାରେ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର  ବର୍ଷା ହୋଇପାରେ । ମଙ୍ଗଳବାର ଉତ୍ତର ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ବର୍ଷା  ଆଶଙ୍କା ଅଛି । ୨୦ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ :-  ଭଉଣୀ ଘରକୁ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା , କଟିଗଲା ଯୁବକଙ୍କ ମୁଣ୍ଡ

ରବିବାର ମୌସୁମୀ ବାୟୁ ପାରାଦୀପ  ଓ ବାରିପଦାକୁ ଅଗ୍ରସର ହୋଇଛି । ବୌଦ୍ଧରେ ସର୍ବାଧିକ ୪୩.୨ ଡିଗ୍ରୀ ଥିଲା ।  ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଥିଲା । ଭବାନୀପାଟଣାରେ ୪୧, ହୀରାକୁଦରେ ୪୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଗତ ୨୪ ଘଣ୍ଟାରେ ମୟୂରଭଞ୍ଜରେ ୭୦ମିମି,  ଜଗତସିଂହପୁର ନାଉଗାଁରେ ୬୦, ବାଲେଶ୍ୱର ରାଜଘାଟରେ ୫୦, ସୋରଡ଼ାରେ  ୫୦, ଗନ୍ଦିଆରେ ୫୦ମିମି ବର୍ଷା ରେକର୍ଡ ହୋଇଛି । ଉପକୂଳ ଓଡ଼ିଶା, ଉତ୍ତର ଓଡ଼ିଶା  ଓ ଦକ୍ଷିଣ ଓଡ଼ିଶାର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ର ତଳେ ଥିଲା ।   

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।