15 JUNE 2026

Welcome!

Unlock your personalized experience.
Sign Up

Cocktail 2 : ଶାହିଦ କପୁରଙ୍କ ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍, ଜାଣନ୍ତୁ କେତେ ହେବ ରନ୍ ଟାଇମ୍

Jun 15, 2026 - 07:17
Cocktail 2 : ଶାହିଦ କପୁରଙ୍କ ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍, ଜାଣନ୍ତୁ କେତେ ହେବ ରନ୍ ଟାଇମ୍

ମୁମ୍ବାଇ,୧୪/୬ :  ବଲିଉଡ଼ ଅଭିନେତା ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ‘କକଟେଲ୍ ୨’ ଖୁବ୍ ଚର୍ଚ୍ଚାରେ ରହିଛି । ୧୯ଜୁନରେ ରିଲିଜ ହେଉଥିବା ଏହି ଫିଲ୍ମରେ ସାହିଦଙ୍କ ସହ କୃତି ସେନନ ଏବଂ ରଶ୍ମିକା ମନ୍ଦାନାଙ୍କ ଯୋଡ଼ି ଦେଖିବାକୁ ମିଳିବ । ଏହା ମଧ୍ୟରେ ନିକଟରେ ଫିଲ୍ମ ସହ ଯୋଡ଼ି ହୋଇଥିବା ଏକ ଅପଡେଟ୍ ସାମ୍ନାକୁ ଆସିଛି । ଯେଉଁଥିରେ ଫିଲ୍ମର ଟିମ୍ ବହୁତ ଖୁସି ଅଛି ।

ନିକଟ​‌ରେ ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମ ସାର୍ଟିଫିକେଶନ (CBFC) ଫିଲ୍ମ ଉପରେ ମୋହର ଲଗାଇଛି ଏବଂ A ସାର୍ଟିଫିକେଟ ଦେଇଛି । ଯାହାର ଅର୍ଥ ‘ଏଡଲ୍ଟସ ଓନଲୀ’ ଅଟେ । ସେହିଭଳି ରିପୋର୍ଟ୍ସ ଅନୁସାରେ ଫିଲ୍ମର ରନ୍ ଟାଇମ୍ ୧୫୦ମିନିଟ୍ ଅଟେ । ସେହିଭଳି ଫିଲ୍ମର ପ୍ରଥମ ପାର୍ଟ ୧୪୬ମିନିଟର ଥିଲା ।

CBFC ଠାରୁ ଫିଲ୍ମକୁ  A ସାର୍ଟିଫିକେଟ ମିଳିବା ବହୁତ ବଡ଼ କଥା କୁହାଯାଉଛି । କାରଣ କୃତି ସେନନଙ୍କ କ୍ୟାରିୟରର ଏହା ପ୍ରଥମ ଫିଲ୍ମ ଅଟେ ଯାହାକୁ ଏହି ସାର୍ଟିଫିକେଟ ମିଳିଛି । ସେହିଭଳି ରଶ୍ମିକାଙ୍କୂ ଏହା ପୂର୍ବରୁ ‘ଏନିମଲ’ରେ ଏଡଲ୍ଟ ସାର୍ଟିଫିକେଟ ମିଳିଥିଲା । ମାତ୍ର ସାହିଦଙ୍କ ଏହା ୫ମ ଫିଲ୍ମ ଅଟେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।