Welcome!

Unlock your personalized experience.
Sign Up

Diljit Dosanjh : ଆମେରିକାରେ ଦିଲଜିତ ଦୋସାଂଝାଙ୍କ ଜଲୱା , ସିଙ୍ଗରଙ୍କ ନାମରେ ରଖାଯିବ ପବ୍ଲିକ୍ ହଲିଡେ

Jun 21, 2026 - 06:18
Diljit Dosanjh : ଆମେରିକାରେ ଦିଲଜିତ ଦୋସାଂଝାଙ୍କ ଜଲୱା , ସିଙ୍ଗରଙ୍କ ନାମରେ ରଖାଯିବ ପବ୍ଲିକ୍ ହଲିଡେ

ମୁମ୍ୱାଇ : ପଞ୍ଜାବୀ ସିନେମାର ‘ସୁରମା’ ଦିଲଜିତ ଦୋସାଂଝା ଗ୍ଲୋବାଲ ପ୍ଲାଟଫର୍ମରେ ଚମକୁଛନ୍ତି। ଦେଶ ବିଦେଶରେ ତାଙ୍କର ପ୍ରତିଭାକୁ ଖୁବ୍ ପ୍ରଶଂସା କରାଯାଉଛି। ଏହି ସିଙ୍ଗରଙ୍କ ଲୋକପ୍ରିୟତା ଏବେ ସୀମା ଅତିକ୍ରମ କରି ସାରିଛି। ତାଙ୍କର ଗୀତ ଗୁଡ଼ିକ କାନାଡା, ଆମେରିକା, ୟୁକେ ଏବଂ ଅଷ୍ଟ୍ରେଲିଆ ଭଳି ପ୍ରମୁଖ ଦେଶରେ ଏତେ ଲୋକପ୍ରିୟତା ହାସଲ କରିଛି ଯେ, ସମସ୍ତେ ତାଙ୍କର ପ୍ରଶଂସକ ପାଲଟି ଯାଇଛନ୍ତି।

ଦିଲଜିତ ତାଙ୍କ କଳା ମାଧ୍ୟମରେ ସାରା ବିଶ୍ୱରେ ପଞ୍ଜାବୀ ସଂସ୍କୃତିକୁ ଏକ ପରିଚୟ ଆଣି ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ଆମେରିକୀୟ ସହର ଲସ୍ ଆଞ୍ଜେଲସ୍, ଯାହା ହଲିଉଡର ଘର ବୋଲି ବିବେଚନା କରାଯାଏ, ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ପବ୍ଲିକ ହଲିଡେ( ସାଧାରଣ ଛୁଟି)ର ଘୋଷଣା ହୋଇଛି। ଲସ୍ ଆଞ୍ଜେଲସ୍ ସିଟି କାଉନସିଲ୍ ୬ଜାନୁଆରୀ ୨୦୨୭ର ଦିନ ଦିଲଜିତ୍ ଦୋସାଂଝ ଡେ’ ଭାବେ ପାଳନ କରିବାକୁ ଘୋଷଣା କରିଛି।

ଦିଲଜିତଙ୍କୁ ଏହି ସମ୍ମାନ କାଉନସିଲୱୁମନ ମୋନିକା ରୋଡ୍ରିଗେଜ ଏକ ସରକାରୀ ସହରର ପ୍ରସ୍ତାବ ମାଧ୍ୟମରେ ଦେଇଥିଲେ। ଏଥିରେ ସିଙ୍ଗରଙ୍କ ଗୀତ ବ୍ୟତୀତ ତାଙ୍କର ଦ୍ୱିତୀୟ ପ୍ରଭାବକୁ ମଧ୍ୟ ବିଶେଷ ଭାବେ କୁହାଯାଇଛି। ଏଥିରେ ତାଙ୍କର ସେହି ପ୍ରୟାସକୁ ପ୍ରଶଂସା କରାଯାଇଛି ଯେଉଁଥିରେ ସେ ପଞ୍ଜାବୀ ସଂସ୍କୃତିକୁ ସାରା ଦୁନିଆର ଲୋକଙ୍କ ଯାଏ ଯୋଡ଼ିଛନ୍ତି। ଏହାସହ ଏହା ମଧ୍ୟ ସ୍ୱୀକାର କରାଯାଇଛି ଯେ, ସେ ବିଶ୍ୱ ସ୍ତରରେ ଦକ୍ଷିଣ ଏସୀୟ ସମ୍ପ୍ରଦାୟଗୁଡ଼ିକ ଏକ ଦୃଢ଼ ସାଂସ୍କୃତିକ ପରିଚୟ ପ୍ରତିଷ୍ଠା କରିବାରେ ବଡ଼ ସାହାଯ୍ୟ କରିଛନ୍ତି।

ଦିଲଜିତ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଏହି ସମ୍ମାନର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଭାବପ୍ରବଣ ହେବାର ନଜର ଆସୁଛନ୍ତି। ଏହି ମାନ୍ୟତା ପାଇଁ ତାଙ୍କ ପାଖରେ ଶବ୍ଦ ନଥିଲା। ସେ ଅତ୍ୟନ୍ତ ଖୁସି ଦେଖା ଯାଉଥିଲେ। ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ଖୁସିର ଗର୍ବ ଅନୁଭବ କରିଛନ୍ତି। ସିଙ୍ଗରଙ୍କୁ ତାଙ୍କର ବନ୍ଧୁ ଓ ସହ-କଳାକାରଙ୍କଠାରୁ ଅନେକ ଶୁଭେଚ୍ଛା ମିଳିଛି।

ଦିଲଜିତ ଦୋସାଂଝଙ୍କ ଜଣେ ଆମେରିକୀୟ ନାଗରିକ ବୋଲି କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ , ୨୦୨୨ ମସିହାରୁ ସିଙ୍ଗରଙ୍କ ପାଥରେ ଆମେରିକୀୟ ନାଗରିକତା ରହିଛି ଏବଂ ସେ ସେପ୍ଟେମ୍ବର ୨୦୨୨ ମସିହାରୁ ଦେଶ-ବିଦେଶ ଯାତ୍ରା କରିବା ପାଇଁ ୟୁଏସ୍ ପାସପୋର୍ଟର ବ୍ୟବହାର କରିଥାନ୍ତି। ଦିଲଜିତଙ୍କୁ ନେଇ ଏହା ମଧ୍ୟ ଦାବି କରାଯାଏ ଯେ,ତାଙ୍କ ପତ୍ନୀ ସନ୍ଦୀପ କୌର ମଧ୍ୟ ଆମେରିକୀୟ ନାଗରିକ ଏବଂ ତାଙ୍କର ନାଗରିକତା ରେକର୍ଡରେ କାଲିଫର୍ଣ୍ଣିଆ ସ୍ଥିତ ପାଞ୍ଚ ବେଡରୁମ୍ ବିଶିଷ୍ଟ ଏକ ଘରକୁ ତାଙ୍କର ହୋମ୍ ଆଡ୍ରେସ ଭାବେ ଉଲ୍ଲେଖ କରାଯାଇଛି। ହେଲେ ଦିଲଜିତ ଏହାକୁ ନେଇ କୌଣସି ଉତ୍ତର ଦେଇ ନାହାନ୍ତି।

ଆହୁରି ମଧ୍ୟ ପଢନ୍ତୁ : ୩୬% ଲାଭର ପ୍ରତିଶ୍ରୁତି ଦେଇ ୫୯୭୮ କୋଟି ଟଙ୍କା ହଡ଼ପ, ନୌହେରା ଶେଖଙ୍କ ସାମ୍ରାଜ୍ୟ ଉପରେ ଇଡିର କଡ଼ା କାର୍ଯ୍ୟାନୁଷ୍ଠାନ ; ୨୩ଟି ସମ୍ପତ୍ତି ନିଲାମ