Welcome!

Unlock your personalized experience.
Sign Up

CSR Conclave 2026: ପୁରୀରେ ପ୍ରମେୟ ଓ ନ୍ୟୁଜ-7ର ସିଏସଆର କନକ୍ଲେଭ-୨୦୨୬

Jun 26, 2026 - 14:25
CSR Conclave 2026: ପୁରୀରେ ପ୍ରମେୟ ଓ ନ୍ୟୁଜ-7ର ସିଏସଆର କନକ୍ଲେଭ-୨୦୨୬

ଭୁବନେଶ୍ବର, (ପ୍ରମେୟ ଡିଜିଟାଲ): ଶନିବାର ପୁରୀରେ ପ୍ରମେୟ ଓ ନ୍ୟୁଜ୍ ସେଭେନ ପକ୍ଷରୁ ସିଏସଆର କନକ୍ଲେଭ-୨୦୨୬ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କର୍ପୋରେଟ୍ ହାଉସ୍ ଗୁଡିକ ସାମାଜିକ ଦାଯିତ୍ବବୋଧ ପାଇଁ କେତେ ନିଷ୍ଠାର ସହ କାମ କରିଛନ୍ତି, ସେ ସମ୍ପର୍କରେ ଏହି କନକ୍ଲେଭରେ ବିଶଦ ଭାବେ ଚର୍ଚ୍ଚା ହେବ । ରାଜ୍ୟରେ କାମ କରୁଥିବା ବଡ଼ କର୍ପୋରେଟ୍ ହାଉସ ସହ ମଡେଲ ସିଏସଆର ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହେବ । ସେମାନଙ୍କର ଏହି କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ଜୀବନରେ କେତେ ରୂପାନ୍ତରଣ ଆଣୁଛି ତାହାର ମଡେଲ ପ୍ରଦର୍ଶନ କରିବେ ।

ପ୍ରମେୟ ଓ ନ୍ୟୁଜ ସେଭେନ ଏହି କନକ୍ଲେଭରେ ପୁରୀ ସାଂସଦ ଡ. ସମ୍ବିତ୍ ପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି, ଏସ୍ପି ପ୍ରତୀକ ସିଂହ, ଅତିଥି ଭାବେ ଯୋଗ ଦେବେ । ପାନେଲିଷ୍ଟ ଭାବେ ରଞ୍ଜନ ପଣ୍ଡା, ପ୍ରଶାନ୍ତ କୁମାର ହୋତା, ଆଶୁତୋଷ ରଥ, ପ୍ରଫେସର ଅନିମେଶ ମଣ୍ଡଳ ଏବଂ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ ଯୋଗ ଦେବେ ।  

ଅଧିକ ପଢନ୍ତୁ- ଶ୍ରୀମନ୍ଦିରରେ ପହଞ୍ଚିଲା ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ, ମହାପ୍ରଭୁଙ୍କ ଗୁପ୍ତନୀତିରେ ଲାଗି ହେବ...​​​​​​​