29 JULY 2026

Welcome!

Unlock your personalized experience.
Sign Up

Bobby Deol Quits Alcohol: ଅନେକ ପରିବାରକୁ ନଷ୍ଟ କରିଦେଇଛି ମଦ; ୨ ବର୍ଷ ପୂର୍ବରୁ ମଦ୍ୟପାନ ଛାଡ଼ି ଦେଇଥିଲେ ବବି ଦେଓଲ

Jun 11, 2026 - 06:23
Bobby Deol Quits Alcohol: ଅନେକ ପରିବାରକୁ ନଷ୍ଟ କରିଦେଇଛି ମଦ; ୨ ବର୍ଷ ପୂର୍ବରୁ ମଦ୍ୟପାନ ଛାଡ଼ି ଦେଇଥିଲେ ବବି ଦେଓଲ

ମୁମ୍ବାଇ,୧୦/୦୬: ବଲିଉଡ ଅଭିନେତା ବବି ଦେଓଲ ମଦ୍ୟପାନର କୁପ୍ରଭାବ ବିଷୟରେ କହିଛନ୍ତି। ସେ ଗୋଟିଏ ପୋଡକାଷ୍ଟରେ ପ୍ରକାଶ କରିଛନ୍ତି ଯେ ତାଙ୍କ ପିତା ଧର୍ମେନ୍ଦ୍ର ମଦ୍ୟପାନକୁ ଭଲ ପାଉଥିଲେ ଏବଂ ତାଙ୍କ ଫାର୍ମହାଉସରେ ଏକ ବାର୍ ମଧ୍ୟ ତିଆରି କରୁଥିଲେ, କିନ୍ତୁ ଏହା ପୂରା ହୋଇପାରିନଥିଲା। ସେ କହିଛନ୍ତି, "ମୁଁ କହୁନାହିଁ ଯେ ଆପଣ ସମ୍ପୂର୍ଣ୍ଣ ଭାବେ ମଦ୍ୟପାନ ବନ୍ଦ କରନ୍ତୁ , କିନ୍ତୁ ମୁଁ କହୁଛି ଆପଣ ଏହାକୁ ନିୟନ୍ତ୍ରଣରେ ରଖିବା ଉଚିତ।" ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ପ୍ରାୟ ଦୁଇ ବର୍ଷ ପୂର୍ବରୁ ମଦ୍ୟପାନ ଛାଡ଼ି ଦେଇଛନ୍ତି। ବବି କହିଛନ୍ତି ଯେ ଏହା ଏପରି ଏକ ବଦଭ୍ୟାସ, ଯାହାକି ତୁମକୁ ନିୟନ୍ତ୍ରଣ କରେ। ଏପରିସ୍ଥଳେ ଆପଣ ମଦକୁ ନୁହେଁ ବରଂ ମଦ ଆପଣଙ୍କୁ ପିଉଥିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମଦ୍ୟପାନ ଅନେକ ପରିବାରକୁ ନଷ୍ଟ କରିଦେଇଛି।

ବବି ଦେଓଲ ରଣବୀର ଆଲ୍ଲାହାବାଦିଆଙ୍କ ପୋଡକାଷ୍ଟରେ ପ୍ରକାଶ କରିଥିଲେ ଯେ ତାଙ୍କ ପିତା, ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର, ମଦ୍ୟପାନ ଅଭ୍ୟାସକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନରେ ବହୁତ ଶୃଙ୍ଖଳିତ ଥିଲେ। ସେ କହିଥିଲେ, "ମଦ୍ୟପାନ ପ୍ରତି ତାଙ୍କର ଏକ ଭିନ୍ନ ପ୍ରକାରର ଆଗ୍ରହ ଥିଲା। ସେ ତାଙ୍କ ଫାର୍ମ ହାଉସରେ ଏକ ବାର୍ ତିଆରି କରୁଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ତାଙ୍କୁ ମଦ୍ୟପାନ କରିବାକୁ ଅନୁମତି ଦେଉ ନଥିଲା। ସେ ଏକ ବାର୍ ତିଆରି କରୁଥିଲେ ଏବଂ ଏନେଇ ବହୁତ ବୋତଲ ମଧ୍ୟ ସଂଗ୍ରହ କରି ରଖିଥିଲେ। ସେ କହୁଥିଲେ, 'ମୁଁ କେବଳ ଗୋଟିଏ ବାର୍ ତିଆରି କରିବାକୁ ଚାହୁଁଛି।' କିନ୍ତୁ ତାଙ୍କର ଇଛାକୁ ପୂରଣ କରିପାରିନଥିଲେ।"

ଅଧିକ ପଢ଼ନ୍ତୁ: Bharat Bhagya Vidhata: କଙ୍ଗନାଙ୍କ ‘ଭାରତ ଭାଗ୍ୟ ବିଧାତା’କୁ ପ୍ରଶଂସା କଲେ ଦିଲ୍ଲୀ ସିଏମ୍, ଫିଲ୍ମକୁ ସହରରେ କଲେ ଟ୍ୟାକ୍ସ ଫ୍ରି

ଆବଶ୍ୟକତା ଠାରୁ ଅଧିକ ବ୍ୟବହାର, କ୍ଷତି ପହଞ୍ଜାଏ:

ଏହି ସମୟରେ, ବବି ଦେଓଲ କହିଥିଲେ, "ଅତ୍ୟଧିକ ଯେକୌଣସି ଜିନିଷ ତୁମ ପାଇଁ କ୍ଷତିକାରକ। ଲୋକମାନେ କୁହନ୍ତି ଯେ ପାଣି ତୁମ ପାଇଁ ଭଲ। ତୁମକୁ ହାଇଡ୍ରେଟେଡ୍ ରହିବା ଉଚିତ। ଯଦି ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଅର୍ଥାତ୍ ଦୈନିକ ୭-୮ ଲିଟର ପାଣି ପିଇବା ଆରମ୍ଭ କରନ୍ତି, ତେବେ ସେମାନେ ଅସୁସ୍ଥ ହୋଇଯିବେ। ମଦ୍ୟପାନ... ଯଦି ତୁମେ ପିଇବାକୁ ଚାହୁଁଛ, ତେବେ ପିଅ। ଯଦି ତୁମେ ଏହାକୁ ନିୟନ୍ତ୍ରଣ କରିପାରୁଛ, ତେବେ କରିବା ଆବଶ୍ୟକ। ମୁଁ କହୁନାହିଁ ଯେ ଏହାକୁ ପିଅ ନାହିଁ। ମୁଁ ଏଠାରେ ପ୍ରଚାର କରୁନାହିଁ। କିନ୍ତୁ ମୁଁ କେବଳ କହୁଛି ଯେ ଏହା ଏମିତି ଏକ ଜିନିଷ, ଯାହାକି ତୁମକୁ ଥରେ ନିୟନ୍ତ୍ରଣ କରିନେଲେ, ତୁମେ ଏହାକୁ ପିଇବ ନାହିଁ, ବରଂ ମଦ ତୁମକୁ ପିଇବ।"

ଦୁଇ ବର୍ଷ ପୂର୍ବେ ମଦ୍ୟପାନ ଛାଡ଼ି ଦେଇଥିଲେ ବବି ଦେଓଲ:

ବବି ଦେଓଲ କହିଛନ୍ତି, "ମୁଁ ଦୁଇ ବର୍ଷ ପୂର୍ବରୁ ମଦ୍ୟପାନ ଛାଡ଼ି ଦେଇଥିଲି। କାରଣ ମୁଁ ଅନୁଭବ କରିଥିଲି ଯେ ଭଗବାନ ମୋତେ ଦ୍ୱିତୀୟ ସୁଯୋଗ ଦେଇଛନ୍ତି। "ଆନିମଲ୍" ପରେ ଗୋଟିଏ ବର୍ଷ ପାଇଁ, ମୁଁ ବାହାରକୁ ଗଲେ ମଦ୍ୟପାନ କରୁଥିଲି। ମୁଁ ନିଜକୁ ପଚାରୁଥିଲି, ଏହା କ'ଣ ପ୍ରକୃତରେ ମୋ ସହିତ ଘଟୁଛି? ଲୋକମାନେ ମୋତେ ଏତେ ପ୍ରେମ ଦେଉଛନ୍ତି, ମୋ କାମ ପ୍ରତି ସମ୍ମାନ ଦେଉଛନ୍ତି, ଜଣେ ଅଭିନେତା ଭାବରେ ମୋର ପ୍ରତିଷ୍ଠା ହଠାତ୍ ଉନ୍ନତ ହୋଇଛି। ଯେତେବେଳେ ମୁଁ ଏହା ଅନୁଭବ କଲି, ସେତେବେଳେ ମୋର ପ୍ରଥମ କାମ ଥିଲା ମଦ୍ୟପାନ ଛାଡ଼ିବା। ଏବେ ମୁଁ ମଦ ପିଉନାହିଁ। ଅନେକ ପରିବାର ବର୍ବାଦ ହେବା ପଛରେ ଏହି ମଦ ହିଁ ଦାୟି ରହିଛି।

ପ୍ରମେୟ ପୃଷ୍ଠାର ମନୋରଞ୍ଜନ ଖବର: ଫିଲ୍ମ ‘ବଣ୍ଟଓ୍ବାରା ୧୯୪୭’ରେ ସନି ଦେଓଲଙ୍କ ଝିଅ ଭୂମିକାରେ ଆସିବେ ନଜର, ଜାଣନ୍ତୁ କିଏ ଖୁସି ହଜାରେ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।