29 JULY 2026

Welcome!

Unlock your personalized experience.
Sign Up

ରାଜଧାନୀରେ ଚାଞ୍ଚଲ୍ୟ : ସ୍କୁଲ କ୍ୟାମ୍ପସରୁ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ

Jul 29, 2026 - 19:07
ରାଜଧାନୀରେ ଚାଞ୍ଚଲ୍ୟ : ସ୍କୁଲ କ୍ୟାମ୍ପସରୁ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ

ଭୁବନେଶ୍ବର, ୨୯।୭ :  ଭୁବନେଶ୍ବରରୁ ନାବାଳିକା ଛାତ୍ରୀ ନିଖୋଜ।  ସ୍କୁଲ କ୍ୟାମ୍ପସରୁ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ। ଖାଇବା ଛୁଟିରେ ଗେଟ୍ ବାହାରକୁ ଚାଲି ଯାଇଥିଲେ ଛାତ୍ରୀ। ଏହା ପରଠାରୁ ଛାତ୍ରୀଙ୍କ ପତ୍ତା ମିଳୁନି।  ଏ ନେଇ ସହିଦନଗର ଥାନାରେ ଛାତ୍ରୀଙ୍କ ଅଭିଭାବକ ଅପହରଣ   ଅଭିଯୋଗ କରିଛନ୍ତି।  

ଅଭିଯୋଗ ପରେ କୁନିଝିଅକୁ ଖୋଜିବା ପାଇଁ ପୁଲିସ ତନାଘନା ଆରମ୍ଭ କରିଛି। ସ୍କୁଲ ସିସିଟିଭି କ୍ୟାମେରା ଫୁଟେଜ ପୁଲିସ ଯାଞ୍ଚ କରିଛି। ସେହିପରି ସ୍କୁଲର ଶିକ୍ଷକ, କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।  ସ୍କୁଲ ପରିସର ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରି ଖୋଜାଖୋଜି ଚାଲିଛି । ଏପରିକି ଭିଚିଏଫ ମାଧ୍ୟମରେ ସମସ୍ତ ଥାନାକୁ ସତର୍କ କରାଯାଇଛି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ଥାନା ଅଧିକାରୀଙ୍କ ନେତୃତ୍ବରେ ୩ଟି ସ୍ବତନ୍ତ୍ର ପୁଲିସ ଟିମ୍ ଗଠନ କରାଯାଇଛି। ଟିମ୍ଗୁଡ଼ିକ ଭିନ୍ନ ଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ ଛାତ୍ରୀଙ୍କ ସନ୍ଧାନ ପାଇଁ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ କୁନି ଝିଅକୁ ନ ପାଇ ବାପା-ମା’ ଭାଙ୍ଗି ପଡିଛନ୍ତି । 

ଆହୁରି ପଢନ୍ତୁ : ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା : ରାଜସ୍ବ ମନ୍ତ୍ରୀ

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।