WEDNESDAY
01 JULY 2026

Welcome!

Unlock your personalized experience.
Sign Up

Binika News : ବିନିକା ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ

Jul 01, 2026 - 11:18
Binika News : ବିନିକା ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍, ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ

ବିନିକା, ୧/୭ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍। ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଯୁବକ ଜଣଙ୍କ ହେଲେ ବିନିକା ବେରିହାପଡାର ଜୟ ବାଗ (୨୫ ବର୍ଷ)। ତାଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାନୁଯାୟୀ, ବିନିକା ସହରର ପାପକ୍ଷୟ ଛକରେ ବେରିହାପଡାର ଜୟ ବାଗଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଜୟଙ୍କୁ ଲହୁଲୁହାଣ କରି ଘଟଣାସ୍ଥଳରୁ ଫେରାର୍ ମାରିଥିଲେ। ଜୟଙ୍କ ଗୋଡ଼, ହାତ, ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ବିନିକା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବିଳମ୍ଵିତ ରାତିରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ କେଉଁ କାରଣରୁ ଯୁବକଙ୍କୁ ଆକ୍ରମଣ କରଯାଇଛି ତାହା ଅସ୍ପଷ୍ଟ ରାହିଛି। ଏପଟେ ଖବର ପାଇ ଘଟଣାସ୍ଥଳରେ ବିନିକା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଆହୁରି ପଢନ୍ତୁ-ଆସୁଛି ବର୍ଷା... ରାଜ୍ୟର ସବୁ ବ୍ରିଜର ହେବ ସ୍ଥିତି ଯାଞ୍ଚ, ୪ ଜୁଲାଇ ସୁଦ୍ଧା ରିପୋର୍ଟ ତଲବ

ଜୁଲାଇରେ ଭଲ ବର୍ଷା, ଉପକୂଳ-ପଶ୍ଚିମରେ ପ୍ରବଳ ବର୍ଷିବ..