29 JUNE 2026

Welcome!

Unlock your personalized experience.
Sign Up

Assam floods : ଆସାମରେ ବନ୍ୟା ବିଭୀଷିକା, ୨୨ ହଜାର ଲୋକେ ପ୍ରଭାବିତ, ଧୋଇଗଲା ରେଲୱେ ବ୍ରିଜ୍

Jun 29, 2026 - 15:03
Assam floods : ଆସାମରେ ବନ୍ୟା ବିଭୀଷିକା, ୨୨ ହଜାର ଲୋକେ ପ୍ରଭାବିତ, ଧୋଇଗଲା ରେଲୱେ ବ୍ରିଜ୍

ଗୌହାଟୀ, ୨୯/୦୬ : ଆସାମରେ ବନ୍ୟା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ହାହାକାର ସ୍ଥିତି। ବନ୍ୟା ଯୋଗୁଁ ୬ଟି ଜିଲ୍ଲାରେ ପ୍ରାୟ ୨୨ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମାଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ବନ୍ୟା ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। 

ଆସାମ ଏବଂ ପଡୋଶୀ ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଧେମାଜି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେପଟେ ପ୍ରବଳ ବନ୍ୟା ଯୋଗୁଁ ସିମେନ ନଦୀ ଉପରେ ନିର୍ମିତ ରେଲୱେ ବ୍ରିଜ୍ ଧୋଇ ଯାଇଛି। ନର୍ଥଇଷ୍ଟ ଫ୍ରଣ୍ଟିଅର ରେଲୱେର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। 

ଆସାମ ବିପର୍ଯ୍ୟୟ ପ୍ରଶମନ ଅଧିକାରୀଙ୍କ ଦ୍ଵାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଧେମାଜି, ନଲବାଡି, ଡିବ୍ରୁଗଡ଼, ଚିରାଙ୍ଗ, ଲକ୍ଷ୍ମୀପୁର ଓ କୋକରାଝାର ଜିଲ୍ଲାରେ ମୋଟ ୨୨,୧୨୪ ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଧେମାଜି ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ପ୍ରାୟ ୧୫ ହଜାର ୪୮୩ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଏବେ ସୁଦ୍ଧା ୯୬ଟି ଗାଁ ବନ୍ୟା ପାଣିରେ ବୁଡ଼ି ଯାଇଛି। ପ୍ରାୟ ୧୬୯୦ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି। 

ଆହୁରି ପଢନ୍ତୁ- ଅଯୋଧ୍ୟା ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା, ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ସୁନା କୂଅରୁ ଆସିଲା ସୁବାସିତ ଜଳ, ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି|Sacred Bath Begins with Fragrant Water​​​​​​​