06 JULY 2026

Welcome!

Unlock your personalized experience.
Sign Up

Amitabh Bachchan : ପ୍ରବଳ ବର୍ଷାକୁ ଖାତିର କଲେନି ଅମିତାଭଙ୍କ ଫ୍ୟାନ୍ସ, ଜଲସା ବାହାରେ ଭିଡ଼ ଦେଖି ଭାବୁକ ହେଲେ ବିଗ୍ ବି

Jul 06, 2026 - 15:07
Amitabh Bachchan : ପ୍ରବଳ ବର୍ଷାକୁ ଖାତିର କଲେନି ଅମିତାଭଙ୍କ ଫ୍ୟାନ୍ସ, ଜଲସା ବାହାରେ ଭିଡ଼ ଦେଖି ଭାବୁକ ହେଲେ ବିଗ୍ ବି

ମୁମ୍ଵାଇ, ୬/୭ : ପ୍ରବଳ ବର୍ଷାରେ ମୁମ୍ଵାଇ ବେହାଲ୍। ବିଭିନ୍ନ ସ୍ଥାନରେ ଜମିଛି ପାଣି। ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି ଲୋକେ। ଏଥିରୁ ବାଦ୍ ପଡିନି ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଘର। ଜୁହୁ ସ୍ଥିତ ବିଗ୍ ବିଙ୍କ ଘର ଜଲସା ଜଳାର୍ଣ୍ଣବ ହୋଇଯାଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ତେବେ ସବୁଠୁ ବଡ଼ କଥା ହେଲା ବର୍ଷା ହେଉକି ଖରା... ଏଥିରେ ବିଗ୍ ବିଙ୍କ ଫ୍ୟାନ୍ସଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନି। ମୂଷଳଧାରାରେ ବର୍ଷା ସତ୍ତ୍ଵେ ଅମିତାଭଙ୍କ ଫ୍ୟାନ୍ସ ରବିବାର ତାଙ୍କୁ ଦେଖିବାକୁ ଭିଡ଼ ଜମାଇଥିଲେ। ଫ୍ୟାନ୍ସଙ୍କ ଏଭଳି ଭଲପାଇବା ଦେଖି ଅମିତାଭ ବଚ୍ଚନ ଭାବୁକ ହୋଇପଡିଥିଲେ। ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରି ଧନ୍ୟବାଦ ଦେଇଥିଲେ। 

​​​​​​​

ଅମିତାଭ ଲେଖିଥିଲେ ଯେ, ଖରା ହେଉକି ଶୀତ କିମ୍ଵା ବର୍ଷା... ପ୍ରତି ରବିବାର ତାଙ୍କ ଘର ବାହାରେ ଫ୍ୟାନ୍ସଙ୍କ ଭିଡ଼ ଜମେ। ସେମାନଙ୍କର ଏହି ଜୋସ୍ ଏବଂ ଭଲପାଇବା ଦେଖି ମୁଁ ଭାବୁକ ହୋଇଯାଏ। ମୁଁ କେବଳ ହାତ ଯୋଡ଼ି, ହାତ ହଲାଇ ଏବଂ ଅଟୋଗ୍ରାଫ୍ ଦେଇ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିପାରେ। 

ମୁମ୍ଵାଇ ବର୍ଷାକୁ ନେଇ ଅମିତାଭ ଚିନ୍ତାବ୍ୟକ୍ତ କରି ଲୋକମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଦରକାର ପଡ଼ିଲେ ଘରୁ ବାହାରିବାକୁ ନିବେଦନ କରିଛନ୍ତି। 

ଆହୁରି ପଢନ୍ତୁ- ତୃତୀୟ ବିବାହ କଲେ ଆମୀର ଖାନ, ଗୌରୀ ସ୍ପ୍ରାଟଙ୍କୁ କଲେ ଜୀବନସାଥୀ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।