23 JULY 2026

Welcome!

Unlock your personalized experience.
Sign Up

ହୀରାକୁଦ ଜଳଭଣ୍ଡାରରୁ ୧୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

Jul 22, 2026 - 20:05
ହୀରାକୁଦ ଜଳଭଣ୍ଡାରରୁ ୧୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର ୨୨।୭:ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉଟି ଗେଟ୍ ଖୋଲାଯାଇଛି।ପୂର୍ବରୁ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ଏହି ଦୁଇଟି ଗେଟ୍ ଖୋଲିବା ପରେ ସମୁଦାୟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଅନୁସାରେ, ଜଳଭଣ୍ଡାର ଭିତରକୁ ୧୯୨୯୨୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨୧୬୦୬୯ କ୍ୟୁସେକ୍ ପାଣି ଡ୍ୟାମ୍ରୁ ଛଡା ଯାଉଛି । ସେହିପରି ଜଳ ଭଣ୍ଡାରର ଜଳସ୍ତର ୬୧୩.୫୬ ଫୁଟରେ ସ୍ଥିର ରହିଛି । ଉଲ୍ଲେଖଯୋଗ୍ୟ ଯେ, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରୁ ମଙ୍ଗଳବାର ମୋଟ ୧୦ଟି ଗେଟ୍ ଖୋଲା ଯାଇଥିଲା। ତେବେ ଜଳସ୍ତର ବୃଦ୍ଧି ପାଇବାରୁ ବୁଧବାର ଆଉ ୨ଟି ଗେଟ୍ ଖୋଲାଯାଇଥିଲା।

ଆହୁରି ପଢନ୍ତୁ : ମାଲକାନଗିରିରେ ପରୀକ୍ଷାମୂଳକ ଭାବେ ଅବତରଣ କଲା ପ୍ରଥମ ଯାତ୍ରୀବାହୀ ବିମାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।