ନର୍ଥ ଆମେରିକାରେ ‘ଧମାଲ ୪’ର ଧମାକା, ଅଜୟଙ୍କ ନାଁରେ ହେଲା ଏହି ରେକର୍ଡ଼
ମୁମ୍ବାଇ,୨୨/୭ : ଅଜୟ ଦେବଗନଙ୍କ ‘ଧମାଲ ୪’ ବକ୍ସ ଅଫିସରେ ଧୂଆଁଧାର କଲେକ୍ସନ କରୁଛି । ଫିଲ୍ମ ଓ୍ବାର୍ଲ୍ଡଓ୍ବାଇଡ ବି ଶାନଦାର କଲେକ୍ସନ କରୁଛି । ଫିଲ୍ମ ନର୍ଥ ଆମେରିକାରେ ୧ ମିଲିୟନ ଡଲାରର ସଂଖ୍ୟା ପାର୍ କରି ନେଇଛି । ଏହି ମାଇଲଷ୍ଟୋନ୍ ହାସଲ କରିବାରେ ଅଜୟ ଦେବଗନଙ୍କ ଏହା ୧୭ତମ ଫିଲ୍ମ ହୋଇଯାଇଛି । ଆସନ୍ତୁ ନଜର ପକାଇବା ଫିଲ୍ମର କଲେକ୍ସନ ଉପରେ ।
ବକ୍ସ ଅଫିସ ଅନୁସାରେ, ଫିଲ୍ମ ସୋମବାର ୧୬.୬ଲକ୍ଷର କଲେକ୍ସନ କରିଛି । ଏହାସହ ନର୍ଥ ଆମେରିକାରେ ଫିଲ୍ମ ୮.୨୪କୋଟିର କଲେକ୍ସନ କରିନେଇଛି । ମଙ୍ଗଳବାର ଫିଲ୍ମ ୪୦ଲକ୍ଷର କଲେକ୍ସନ କରିଛି । ଏହାସହ ଫିଲ୍ମ ଅଫିସିଆଲି ୧ ମିଲିୟନ ଡଲାରର ସଂଖ୍ୟା ପାର୍ କରିନେଇଛି ।
ସେହିଭଳି ଘରୋଇ ବକ୍ସ ଅଫିସରେ ଫିଲ୍ମ ୧୩୩.୨୯କୋଟିର କଲେକ୍ସନ କରିଛି । ଫିଲ୍ମ ପ୍ରଥମ ଦିନ ୧୪କୋଟିର କେଲକ୍ସନ କରିଛି । ଦ୍ବିତୀୟ ଦିନ ଫିଲ୍ମ ୨୨.୫୦କୋଟିର ଆୟ କରିଛି । ତୃତୀୟ ଦିନ ଫିଲ୍ମ ୨୮.୫୦କୋଟିର କଲେକ୍ସନ କରିଛି । ଚତୁର୍ଥ ଦିନ ଫିଲ୍ମ ୮.୭୫କୋଟିର ଆୟ କରିଛି । ୫ମ ଦିନ ଫିଲ୍ମ ୯.୫୦କୋଟିର ଆୟ କରିଛି । ଷଷ୍ଠ ଦିନ ଫିଲ୍ମ ୬.୭୫କୋଟି କରିଛି । ୭ମ ଦିନ ଫିଲ୍ମ ୬କୋଟି କରିଛି । ପ୍ରଥମ ସପ୍ତାହରେ ଫିଲ୍ମ ୯୬କୋଟି କଲେକ୍ସନ କରିଛି । ଅଷ୍ଟମ ଦିନ ଫିଲ୍ମ ୫.୫୦କୋଟି, ନବମ ଦିନ ୧୦.୨୫କୋଟି, ଦଶମ ଦିନ ଫିଲ୍ମ ୧୨.୭୫କୋଟି, ୧୧ତମ ଦିନ ୩.୨୫କୋଟି, ୧୨ମ ଦିନ ୪କୋଟିର ବ୍ୟବସାୟ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।