22 JULY 2026

Welcome!

Unlock your personalized experience.
Sign Up

‘ଛୁଆକୁ ପାଳିବା ପାଇଁ କାହା ପାଖରେ ବି ଶୋଇପାରେ’, ପ୍ରତିକ୍ରିୟା ଭାଇରାଲକୁ ନେଇ ଏମିତି କହିଲେ ଚନ୍ଦ୍ରିକା..

Jul 22, 2026 - 17:57
‘ଛୁଆକୁ ପାଳିବା ପାଇଁ କାହା ପାଖରେ ବି ଶୋଇପାରେ’, ପ୍ରତିକ୍ରିୟା ଭାଇରାଲକୁ ନେଇ ଏମିତି କହିଲେ ଚନ୍ଦ୍ରିକା..

ନୂଆଦିଲ୍ଲୀ: ‘ବଡ଼ା ପାବ ଗର୍ଲ’ ଚନ୍ଦ୍ରିକା ଦିକ୍ଷୀତ ବେଶ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କ ନଜରକୁ ଆସିଥାନ୍ତି । ନିଜର ଷ୍ଟାଇଲ୍ ସାଙ୍ଗକୁ ପ୍ରତିକ୍ରିୟା ପାଇଁ ସର୍ବଦା ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । କିଛିଦିନ ପୂର୍ବେ ଏକ ପୋଡକାଷ୍ଟରେ ନିଜର ପ୍ରତିକ୍ରିୟାରେ କହିଥିଲେ କି, ନିଜ ଛୁଆକୁ ପାଳିବା ପାଇଁ ଯେକୌଣସି ବ୍ୟକ୍ତିଙ୍କ ପାଖରେ ଶୋଇବାକୁ ପ୍ରସ୍ତୁତ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଆଉ ଏହାକୁ ନେଇ ଟ୍ରୋଲ ହୋଇଛନ୍ତି ଚନ୍ଦ୍ରିକା । ଯାହାକୁ ନେଇ ସେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏବଂ ସମାଲୋଚକଙ୍କୁ ଜବାବ ଦେଇଛନ୍ତି ।

ଚନ୍ଦ୍ରିକା କହିଛନ୍ତି କି, ମୁଁ ଲୋକଙ୍କ ସମାଲୋଚନାରେ ବିରକ୍ତ ହୋଇ ଗଲିଣି । ମୁଁ ସେବେ କହିଥିଲି କିନ୍ତୁ ଲୋକେ ଏବେ ମଧ୍ୟ ଖରାପ ମେସେଜ କରୁଛନ୍ତି । ଅନେକ ଲୋକ ମୋତେ ମେସେଜ କରି କହୁଛନ୍ତି କି, କେତେ ଟଙ୍କା ନେବ ? କେବଳ ଏତିକି ନୁହେଁ ଏଭଳି ଅନେକ ଖରାପ ମେସେଜ କରାଯାଉଛି । ଯାହାକୁ ନେଇ ମୁଁ ବିରକ୍ତ ହୋଇଗଲିଣି । ଏବେ ମୁଁ ହାତ ଯୋଡ଼ି କ୍ଷମା ମାଗୁଛି । ମୋର ଏଭଳି କହିବାର ନଥିଲା । ମୋତେ ଭୁଲ୍ ବୁଝନ୍ତୁ ନାହିଁ ମୁଁ ସେଭଳି କୌଣସି ଉଦ୍ଦେଶ୍ୟରେ କହିନାହିଁ । ସାଢ଼େ ୩ ଘଣ୍ଟାର ପୋଡକାଷ୍ଟକୁ ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ । ଜଣେ ମାଆର କଷ୍ଟ କଣ ଜାଣିପାରିବେ ବୋଲି ଚନ୍ଦ୍ରିକା ପ୍ରକାଶ କରିଛନ୍ତି ।

ଏହାସହ ଚନ୍ଦ୍ରିକା କାନ୍ଦିବା ସହିତ କହିଛନ୍ତି ଯେ, ସେହି ପଡକାଷ୍ଟଟି ସାଢ଼େ ତିନି ଘଣ୍ଟାର ଥିଲା। ଯେଉଁମାନେ ପୂରା ଭିଡିଓ ଦେଖିଛନ୍ତି, ସେମାନେ ବୁଝିପାରିଛନ୍ତି। ମୋ କଥାକୁ ଭୁଲ୍ ଅର୍ଥରେ ନିଅନ୍ତୁ ନାହିଁ। ମୁଁ କେବେବି କୌଣସି ଭୁଲ୍ କାମ କରିନାହିଁ କିମ୍ବା ଏଭଳି କିଛି କରିବି ନାହିଁ। ବର୍ତ୍ତମାନ ଲୋକଙ୍କ ଘୃଣା ଓ ନକାତ୍ମକ ମନ୍ତବ୍ୟ ଦେଖି ସେ ବେଶ୍ ମର୍ମାହତ ବୋଲି ଜଣାଇଛନ୍ତି।

ଏହାସହ ପଢ଼ନ୍ତୁ : ଅମୀର ଖାନ ଛାଡ଼ିଲେ ଅଶ୍ନୀର ଗ୍ରୋବରଙ୍କ ବାୟୋପିକ; ରାହୁଲ ମୋଦୀଙ୍କ କାରଣରୁ ନେଲେ ଏଭଳି ନିଷ୍ପତ୍ତି ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।