23 JULY 2026

Welcome!

Unlock your personalized experience.
Sign Up

ନିଜ ଶାସନରେ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ବିଜେଡିର ସମାଲୋଚନା ହାସ୍ୟାସ୍ପଦ

Jul 22, 2026 - 23:44
ନିଜ ଶାସନରେ ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କରିଥିବା ବିଜେଡିର ସମାଲୋଚନା ହାସ୍ୟାସ୍ପଦ

ଭୁବନେଶ୍ୱର, ୨୨/୭ : ଭୁବନେଶ୍ୱର ରାମମନ୍ଦିରଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ନେଇ ଦୃଢ଼ ପ୍ରତିବାଦ କରାଯାଇଛି । ବିଜେପି ବିଧାୟକ ଓ କାର୍ଯ୍ୟକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ ସଭା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଛନ୍ତି ଯେ, ଯେଉଁମାନେ ଦୀର୍ଘ ୨୪ବର୍ଷ ଧରି ଏହି ରାଜ୍ୟରେ ଶାସନ କରୁଥିଲେ ଏବଂ ନିଜକୁ 'କଂଗ୍ରେସ ବିରୋଧୀ' ବୋଲି ଡିଣ୍ଡିମ ପିଟୁଥିଲେ, ଆଜି ସେମାନଙ୍କର ପ୍ରକୃତ ମୁଖା ଖୋଲିଯାଇଛି । ନିଜ ଦୀର୍ଘ ଶାସନ କାଳରେ କନେଷ୍ଟବଳ ପରୀକ୍ଷା, ୨୦୧୮ ଓ ୨୦୨୨ର ମାଟ୍ରିକ ପରୀକ୍ଷା ସମେତ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ବ୍ୟାପକ ଦୁର୍ନୀତି କରିଛନ୍ତି ବିଜେଡି ସରକାର । ନବୀନ ବାବୁ ଆଜି ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ, ସେ କଂଗ୍ରେସ ପାର୍ଟି ସହିତ ଅଛନ୍ତି ନା ଓଡ଼ିଶାର ରାଜ୍ୟବାସୀଙ୍କ ସହିତ ଅଛନ୍ତି ? ଏହି ଦୋମୁହାଁ ରାଜନୀତି ବିରୋଧରେ ଆଜି ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି । ସେମାନଙ୍କ ସହିତ ଏକାଠି ହୋଇ ନବୀନ ବାବୁ ଯେଉଁଭଳି ମନ୍ତବ୍ୟ ଦେଉଛନ୍ତି, ତାହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଚିନ୍ତାଜନକ।

ବାସ୍ତବରେ, ନବୀନ ବାବୁ ଓ ରାହୁଲ ଗାନ୍ଧୀ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଜି ସେମାନଙ୍କର ମୁଖା ଖୋଲିଯାଇଛି। ସେମାନଙ୍କର ଏହି ଅପବିତ୍ର ସାଲିସ୍ ରାଜନୀତିକୁ ପଦାରେ ପକାଇବା ପାଇଁ ଭାରତୀୟ ଜନତା ପାର୍ଟି ରାଜରାସ୍ତାକୁ ଓହ୍ଲାଇଛି। ଆଗାମୀ ଦିନରେ ଓଡ଼ିଶାର ରାଜ୍ୟବାସୀ ଏହାର ଯୋଗ୍ୟ ଜବାବ ଦେବେ।

ଏହି ପ୍ରତିବାଦ ସଭାରେ ବିଧାୟକ ସୀମାରାଣୀ ନାୟକ, ବିଭୂତି ପ୍ରଧାନ, ଟଙ୍କଧର ତ୍ରିପାଠୀ, କୃଷ୍ଣଚନ୍ଦ୍ର ନାୟକ, ବିଜେପି ରାଜ୍ୟ ଉପସଭାପତି ଯତୀନ ମହାନ୍ତି, ସାଧାରଣ ସମ୍ପାଦକ ଶାରଦା ଶତପଥୀ ଓ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ସୁଦୀପ୍ତ ରାଏ ଓ ଅନିଲ ବିଶ୍ୱାଲ ପ୍ରମୁଖ ସାମିଲ ହୋଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।