11 JULY 2026

Welcome!

Unlock your personalized experience.
Sign Up

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ'...ବଡ଼ଦାଣ୍ଡରେ ପୋତା ହେଲା ଟେଣ୍ଟ, ରଥଯାତ୍ରାରେ ଖୋଲିବ ଷ୍ଟଲ୍

Jul 11, 2026 - 15:10
ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ଫୁ'...ବଡ଼ଦାଣ୍ଡରେ ପୋତା ହେଲା ଟେଣ୍ଟ, ରଥଯାତ୍ରାରେ ଖୋଲିବ ଷ୍ଟଲ୍

ପୁରୀ,୧୧/୦୭: ପୁରୀ ବଡ଼ଦାଣ୍ଡରେ ପୋତା ହେଲା ଟେଣ୍ଟ । ରଥଯାତ୍ରା ନିମନ୍ତେ ବିଭିନ୍ନ ବେସରକାରୀ ବ୍ୟାବସାୟିକ ଅନୁଷ୍ଠାନର ଷ୍ଟଲ ଖୋଲିବାକୁ ହୋଇଛି ଉଦ୍ୟମ । ବଡ଼ଦାଣ୍ଡ ଜାତୀୟ ରାଜପଥରେ ଏହି ଟେଣ୍ଟ ପୋତାକୁ ଅନେକ ନାପସନ୍ଦ କରିଛନ୍ତି । ରାତିରାତି କୋଟି କୋଟି ଟଙ୍କା ରୋଜଗାର ପାଇଁ ପ୍ରାଶାସନିକ ଏହି ଫନ୍ଦି କରାଯାଇଛି । ଏଥିରୁ ଅଧିକାରୀଙ୍କ ପକେଟକୁ ମଧ୍ୟ ମୋଟା ଅଙ୍କର ଟଙ୍କା ଯିବା ବାଟ ବି ଫିଟିଛି । ପୁରୀ ବଡ଼ଦାଣ୍ଡ ଏନ୍ଏଚ୍ଏଆଇ-୩୧୬ ଅଧୀନରେ ରହିଛି । ଜାତୀୟ ରାଜପଥରେ ବିଭାଗୀୟ ବିନା ଅନୁମତିରେ କୌଣସି କାର୍ଯ୍ୟ କରିବା କଥା ନୁହେଁ ।

ଅଧିକ ପଢ଼ନ୍ତୁ :-  Rath khala Update: ତିନି ରଥରେ ଉଠିଲା କଳସ, ଲାଗିଲା ଓଲଟଶୁଆ, ହରିବୋଲ ପକାଇଲେ ଭୋଇ ସେବାୟତ

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜାତୀୟ ରାଜପଥର ରାସ୍ତାର ଉଭୟ ପାର୍ଶ୍ୱର  ୪୪ ମିଟର ସାଙ୍ଗକୁ ୭୫ ମିଟର ସେପ୍ଟି ଜୋନ୍‌ରେ କୌଣସି ପ୍ରକାର ଅବରୋଧ ରହିବା କଥା ନୁହେଁ । ଯାତାୟାତକୁ ସୁଗମ କରିବା, ଟ୍ରାଫିକ୍ ନିୟନ୍ତ୍ରଣକୁ ସୁନିଶ୍ଚିତ କରିବା ଓ ଦୁର୍ଘଟଣାକୁ ରୋକିବା ନିମନ୍ତେ ସୁପ୍ରିମ୍ କୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନ ସର୍ବୋଚ୍ଚ କୋର୍ଟଙ୍କ ଏହି ଆଦେଶକୁ କାର୍ଯ୍ୟକାରୀ କରିବା କଥା । ହେଲେ ଓଲଟା ପୁରୀ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ପ୍ରଶାସନ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ କରି ନିଜ ଫାଇଦା ନିମନ୍ତେ ଷ୍ଟଲ୍ ଖୋଲିବାକୁ ଟେଣ୍ଟ ବାନ୍ଧିବା ଆରମ୍ଭ କରିଛି । ଯାହା ବୁଦ୍ଧିଜୀବୀ ମହଲରେ ସମାଲୋଚନାର ବିଷୟ ହୋଇଛି । ରଥଯାତ୍ରାରେ ୨୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପୁରୀ ଆସିବେ ବୋଲି ଅନୁମାନ କରାଯାଉଛି । ବଡ଼ଦାଣ୍ଡର ଭିଡ଼ ଧାରଣ କ୍ଷମତା ଅତି ବେଶିରେ ୩ ଲକ୍ଷ । ମାତ୍ର ପ୍ରଶାସନ ଏହାକୁ ଦୃଷ୍ଟି ଦେଉନି । ଏହି ଦାୟିତ୍ୱହୀନତା ପୁଣି ଭିଡ଼ ନିୟନ୍ତ୍ରଣରେ ବିଫଳ ସାଙ୍ଗକୁ ବଡ଼ ଅଘଟଣ ଘଟାଇପାରେ ।

ସେହିପରି ପୁରୀ ଶ୍ରୀମାର୍ଗରେ ସୌନ୍ଦର୍ଯ୍ୟୀକରଣ ବଢ଼ାଇବା ନିମନ୍ତେ ସ୍ଥାପିତ ୫ ଆଦି ଶଙ୍କରାଚାର୍ଯ୍ୟ ଓ ତାଙ୍କ ଶିଷ୍ୟଙ୍କ ପ୍ରତିମୂର୍ତ୍ତି ଆଗରେ ମଧ୍ୟ ପ୍ରଶାସନ ଟେଣ୍ଟ ବାନ୍ଧିବାକୁ ପଦକ୍ଷେପ ନେଇଛି । ମହାପୁରୁଷଙ୍କୁ ଏଭଳି ଅସମ୍ମାନ ଓ ଶ୍ରୀମାର୍ଗର ସୌନ୍ଦର୍ଯ୍ୟ ରକ୍ଷା ନିମନ୍ତେ ପ୍ରଶାସନର ଏଭଳି ହୀନମନ୍ୟତା ମନୋଭାବ ଏବେ ସବୁ ମହଲରେ ଆଲୋଚନାର ବିଷୟ ହୋଇଛି । ପ୍ରାଶାସନିକ ଦାୟିତ୍ୱହୀନତାରୁ ଶ୍ରୀମାର୍ଗର ସୌନ୍ଦର୍ଯ୍ୟୀକରଣ ଧୂଳିସାତ୍ ହୋଇପଡ଼ିଥିବା ବେଳେ ରଥଯାତ୍ରା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ନିମନ୍ତେ ମହାପୁରୁଷଙ୍କୁ ଅସମ୍ମାନ କରାଯିବାକୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି । ତୁରନ୍ତ ମରାପୁରୁଷଙ୍କୁ ସମ୍ମାନ ଦେବା ସହ ସଡ଼କ ସୁରକ୍ଷା ନିମନ୍ତେ ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ କରାଯାଉ ବୋଲି ବରିଷ୍ଠ ଆଇନଜୀବୀ ଦୁର୍ଗା ରଥ ପ୍ରଶାସନକୁ ଜଣାଇଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।