11 JULY 2026

Welcome!

Unlock your personalized experience.
Sign Up

ଗୋଟେ ଘଣ୍ଟାରେ ୧୦ହଜାର ଟଙ୍କା: ଛତା ବେପାରୀଙ୍କ ବ୍ୟବସାୟୀ ବୁଦ୍ଧି, ପାଉଛନ୍ତି ଡବଲ ଲାଭ

Jul 11, 2026 - 16:14
ଗୋଟେ ଘଣ୍ଟାରେ ୧୦ହଜାର ଟଙ୍କା: ଛତା ବେପାରୀଙ୍କ ବ୍ୟବସାୟୀ ବୁଦ୍ଧି, ପାଉଛନ୍ତି ଡବଲ ଲାଭ

ନୂଆଦିଲ୍ଲୀ: ଷ୍ଟେସନରେ ଛତା ବ୍ୟବସାୟ । ଘଣ୍ଟାକରେ ୧୦ ହଜାର ରୋଜଗାର । ବ୍ୟବସାୟରେ ଡବଲ ଲାଭ । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ପ୍ରଦୀପ ରାଣା ନାମକ ଜଣେ ୟୁଜର୍ସ ଏହି ଭିଡିଓ ଅପଲୋଡ କରିଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ୟୁଜର୍ସମାନେ ବହୁଳ ମାତ୍ରାରେ ଲାଇକ କରୁଥିବାବେଳେ ବିଭିନ୍ନ କମେଣ୍ଟ କରୁଛନ୍ତି । ତେବେ ଜଣେ ଚାଚାଙ୍କ ଛତା ବ୍ୟବସାୟର ଲାଭ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ତାଙ୍କରବ୍ୟବସାୟ କରିବାର ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
 
 
 
 
 
 
 
 
 
 
 
 
 
 

ଭାଇରାଲ ଭିଡିଓଟି ହେଉଛି ନୋଏଡା ବଟନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନର । ଜଣେ ଚାଚା ସେଠାରେ ୧୦୦ ଟଙ୍କାରେ ଛତା କିଣି ୨୦୦ ଟଙ୍କାରେ ବିକ୍ରି କରୁଛନ୍ତି । ଭିଡିଓରେ କୁହାଯାଇଛି କି, ସେ ୫୦ ଛତା କିଣିଛନ୍ତି ୫ହଜାର ଟଙ୍କାରେ । ଆଉ ଗୋଟିଏ ଘଣ୍ଟାରେ ଏହି ସମସ୍ତ ୫୦ ଛତା ବିକ୍ରି କରିଛନ୍ତି । ଆଉ ପାଇଛନ୍ତି ୧୦ ହଜାର ଟଙ୍କାରେ । ଘଣ୍ଟାକରେ ସେ ସିଧା ପାଞ୍ଚ ହଜାର ଟଙ୍କାର ଲାଭ ପାଇଛନ୍ତି । ଲୋକେ ବର୍ଷାରେ ବାହାରକୁ ବାହାରିବା ପୂର୍ବରୁ ବାଧ୍ୟ ହୋଇ ଛତା ନିଅନ୍ତି ଆଉ ସେ ଡବଲ ରେଟରେ ବିକନ୍ତି । ସେପଟେ ଲୋକଙ୍କ ପାଖରେ ଅନ୍ୟ ବିକଳ୍ପ ନଥିବାବେଳେ ସେମାନେ କିଣିବାକୁ ବାଧ୍ୟ ହୁଅନ୍ତି ।

ତେବେ ଏହି ଚାଚା ଜଣକ ଏଭଳି ଏକ ବୁଦ୍ଧି ଲଗାଇ ବ୍ୟବସାୟ ଆରମ୍ଭ କରିଛନ୍ତି । ବର୍ଷା ଦିନରେ ସେ ଏଭଳି ଭଲ ଲାଭ ପାଇଥାନ୍ତି ବୋଲି ଭିଡିଓରେ ଦାବି କରାଯାଇଛି । ସେପଟେ ଏହି ଭିଡିଓରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ଚାଚା ଗୋଟିଏ ମାସରେ ଅମ୍ବାନୀଙ୍କୁ କାଟିଦେବେ । ଅନ୍ୟଜଣେ ଲେଖିଛନ୍ତି କି, ୮୦ ଟଙ୍କାରେ ଛତା ମିଳିଯାଉଛି । ଏଭଳି ଭାବେ ୟୁଜର୍ସମାନେ ବିଭିନ୍ନ ମଜାଳିଆ କମେଣ୍ଟ କରୁଥିବାବେଳେ ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ କିଛି ୟୁଜର୍ସ ଖରାପ କମେଣ୍ଟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : ଏଠାରେ ଫଳ-ପନିପରିବାଠାରୁ ଅଧିକ ବିକ୍ରି ହୁଏ ନୋଟ୍ ! ନଗଦ ଟଙ୍କା ବୋହିବାକୁ ଲାଗେ ବ୍ୟାଗ ଏବଂ ଟ୍ରକ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।