11 JULY 2026

Welcome!

Unlock your personalized experience.
Sign Up

Deepika Padukone: ୪୦ ବର୍ଷରେ ଦ୍ୱିତୀୟ ଥର ମା' ହେବେ ଦୀପିକା; ଜଲ୍‌ଦି ଆସିବ ଗୁଡ଼୍ ନ୍ୟୁଜ, ଦେଲେ ଅପଡେଟ୍‌

Jul 11, 2026 - 15:10
Deepika Padukone: ୪୦ ବର୍ଷରେ ଦ୍ୱିତୀୟ ଥର ମା' ହେବେ ଦୀପିକା; ଜଲ୍‌ଦି ଆସିବ ଗୁଡ଼୍ ନ୍ୟୁଜ, ଦେଲେ ଅପଡେଟ୍‌

ମୁମ୍ବାଇ,୧୧।୦୭ : ଦୀପିକା ପାଦୁକୋନ୍ ପୁଣି ଦେବେ ଗୁଡ୍ ନ୍ୟୁଜ । ବେବି ‘ଦୁଆ’ ପରେ ଘରକୁ ଆସିବେ ନୂଆ ଅତିଥି । ୪୦ ବର୍ଷ ବୟସରେ ଦ୍ୱିତୀୟ ଥର ମା' ହେବାକୁ ଯାଉଛନ୍ତି ଦୀପିକା ପାଦୁକୋନ । ଏନେଇ ଅଫିସିଆଲ୍ ଆନାଉନ୍ସ କରିନଥିଲେ ମଧ୍ୟ ସୋସିଆଲ ମିଡିଆରେ ଦୀପିକା ପୋଷ୍ଟ କରିଥିବା ଏକ ଫଟୋରୁ ଚର୍ଚ୍ଚା ଜୋର ଧରିଛି ।

ଜୁଲାଇ ୧୧ ତାରିଖ ଶନିବାର ଦିନ ଦୀପିକା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଆଉ ଏକ ସନ୍ତାନର ମା' ହେବାକୁ ଯାଉଛନ୍ତି ବୋଲି ହିଣ୍ଟ୍ ଦେଇଛନ୍ତି । ଭିଡ଼ିଓ ପୋଷ୍ଟରେ ଜଣେ ଗର୍ଭବତୀ ମହିଳା ବାଥରୁମ୍ ଆଡକୁ ଝୁଙ୍କିକି ଚାଲୁଥିବା ଦେଖିବାକୁ ମିଳିଛି । ତୃତୀୟ ତ୍ରୈମାସିକ ପାଇଁ ଏକ ସମ୍ପର୍କିତ ମୁହୂର୍ତ୍ତ। ଦୀପିକା ଏକ ଓଲଟା ହସୁଥିବା ଇମୋଜି ସହିତ ପୋଷ୍ଟର କ୍ୟାପସନ ଦେଇଥିଲେ । ଏହି ପୋଷ୍ଟଟି ଫ୍ୟାନ୍ସଙ୍କ ବେଶ୍ ଦୃଷ୍ଟି ଆକର୍ଷଣ କରିଛି । ପରିବାର, ସାଙ୍ଗ, ସାଥୀ ,ପ୍ରଶଂସକ ଶୁଭେଚ୍ଛାର ବାର୍ତ୍ତା ଦେଇଥିଲେ । କାରଣ ଦମ୍ପତ୍ତି ପୁଣି ଥରେ ମା' ବାପା ହେବାକୁ ଯାଉଛନ୍ତି । ଏବେ ଦୀପିକା ଏକ ପ୍ରେଗେନ୍ସିର ଝଲକ୍ ସେୟାର କରିଛନ୍ତି । ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ମାତୃତ୍ବ ସମୟରେ କେଉଁ ସବୁ ଘଟଣା ସାମ୍ନା କରିବାକୁ ହୁଏ ତାହା ଦର୍ଶାଇଛନ୍ତି । ଏଥିରୁ ଫ୍ୟାନ୍ସ ଅଭିନେତ୍ରୀଙ୍କ ମାତୃତ୍ୟରେ ହେଉଥିବା ବାସ୍ତବ ଅସୁବିଧାକୁ ବୁଝି ଯାଇଛନ୍ତି ।

ଏହା ବି ପଢନ୍ତୁ...MeToo କଲା ବର୍ବାଦ; ଲାଇମ୍ଲାଇଟ୍ରୁ ଗାଏବ, ଫିଲ୍ମଠୁ ଦୂରରେ କେମିତି ଅଛନ୍ତି 'ସଂସ୍କାରୀ ବାପା'

କହି ରଖୁଛୁ କି ଧୁରନ୍ଧର –ଦି ରିଭେଞ୍ଜର ଜବରଦସ୍ତ ସଫଳତା ପରେ ଦୀପବୀର ନିଜ ସେକେଣ୍ଡ ପ୍ରେଗେନ୍ସି ବିଷୟରେ ଘୋଷଣା କରିଥିଲେ । ଦୀପିକା ତାଙ୍କର ପ୍ରଥମ କନ୍ୟା ସନ୍ତାନ ‘ଦୁଆ’ଙ୍କୁ ସେପେଟମ୍ବର ୮, ୨୦୨୪ରେ ସ୍ବାଗତ କରିଥିଲେ । ୨୦୨୬ ମସିହାରେ ଏକ କନ୍ନଡ ମୁଭିରେ ଡେବ୍ୟୁ କରିଥିବା ଦୀପିକା ପରବର୍ତ୍ତୀ ସମୟରେ ୨୦୦୯ରେ ବଲିଉଡ୍ରେ ଓମ ଶାନ୍ତି ଓମ ଜରିଆରେ ପଦାର୍ପଣ କରିଥିଲେ । ଏହାପର ଠାରୁ ଆଉ ପଛକୁ ଫେରିନାହାନ୍ତି ଦୀପିକା । ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଛନ୍ତି । ଖାସ୍ କରି ଶାହାରଖଙ୍କ ସହ ଚେନ୍ନାଇ ଏକ୍ସପ୍ରେସ, ଜଓ୍ୱାନ୍, ପଠାନ୍ ନୂଆ ପରିଚୟ ସୃଷ୍ଟି କରିଥିଲା । ସେହିପରି ୨୦୧୩ରେ ଗୋଲିଓ କି ରାସଲୀଲା ରାମ-ଲୀଲା, 'ୟେ ଜଓ୍ୱାନୀ ହୈ ଦିଓ୍ୱାନ, ୨୦୧୮ରେ 'ରାଣୀ ପଦ୍ମାବତୀ' ଖୁବ୍ ନେମ୍ ଫେମ୍ ଦେଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।