ସମ୍ବଲପୁର ପ୍ରତି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ତ୍ୟାଗ ଅତୁଳନୀୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧।୮ : ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ହେଉଛି ସମ୍ବଲପୁରୀ ଅସ୍ମିତାର ଦିନ। ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ପରମ୍ପରାର ପୁରୋଧା ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ପ୍ରବିତ ଜନ୍ମ ଦିନ।
ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିକୁ ଆହୁରି ବିକାଶ କରିବା ଲାଗି ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର ସାରା ଜୀବନ ପ୍ରୟାସ କରିଥିଲେ। ସମ୍ବଲପୁରୀ ପ୍ରତି ତାଙ୍କର ତ୍ୟାଗ, ତପସ୍ୟା, ବଳିଦାନ ଅତୁଳନୀୟ। ସମ୍ବଲପୁର ପ୍ରତି ରହିଥିବା ତାଙ୍କ ସମର୍ପଣକୁ ସମ୍ମାନ ଜଣାଇ ତାଙ୍କ ଜନ୍ମ ଦିନରେ ଆମେ ସମ୍ବଲପୁରୀ ଦିନ ଭାବେ ପାଳନ କରୁଛୁ। ଆଜିର ଏହି ପବିତ୍ର ଦିନରେ ମୁଁ ମୋ ହୃଦୟରୁ ଗୁରୁ ସତ୍ୟନାରାୟଣଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି। ଦେଶ ବିଦେଶର ବିଭିନ୍ନ ଜାଗାରେ ସମ୍ବଲପୁରୀ ଦିନ ପାଳନ କରୁଥିବା ଆୟୋଜକଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ଆହୁରି ପଢନ୍ତୁ : କେନ୍ଦ୍ରରୁ ଓଡିଶାକୁ ଦ୍ୱିତୀୟ କିସ୍ତିରେ ୫୦୦ କୋଟି ଟଙ୍କା ମଞ୍ଜୁର
ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। pic.twitter.com/MLWZvyEsL4
— Mohan Charan Majhi (@MohanMOdisha) August 1, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।