01 AUGUST 2026

Welcome!

Unlock your personalized experience.
Sign Up

ଇଏ କେମିତିକି ମା’? ପ୍ରେମିକ କହିଲା ଛୁଆକୁ ଆଣିଲେ ରଖିବିନି, ୬ ମାସର ପିଲାକୁ ନାଳରେ ଫିଙ୍ଗିଦେଲେ ମହିଳା

Aug 01, 2026 - 19:21
ଇଏ କେମିତିକି ମା’? ପ୍ରେମିକ କହିଲା ଛୁଆକୁ ଆଣିଲେ ରଖିବିନି, ୬ ମାସର ପିଲାକୁ ନାଳରେ ଫିଙ୍ଗିଦେଲେ ମହିଳା

ନୂଆଦିଲ୍ଲୀ: ମାଆ ବିଷୟରେ ଯେତେ ବି କହିଲେ କମ୍ ପଡ଼ିବ । କୁହାଯାଏ ଦୁନିଆରେ ସେ ହେଉଛି ସବୁଠୁ ବଡ଼ । ପ୍ରଥମ ଶବ୍ଦ ପିଲାଙ୍କ ପାଟିରୁ ବାହାରେ, ଆଉ ବିପଦରେ ପଡ଼ିଲେ ଆଗେ ମାଆ କଥା ମନେପଡ଼େ । ହେଲେ ମାଆ ହୋଇ କେବେ କଣ କେହି ଫୋପାଡ଼ିପାରେ । ପରପୁରୁଷ ପ୍ରେମ ପାଇଁ ଶେଷରେ ୬ ମାସର ଛୁଆକୁ ନାଳରେ ଫେପାଡ଼ି ଦେଲେ ମହିଳା । ମେରଠରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ତେବେ ଏନେଇ ଥାନାରେ ଅଭିଯୋଗ ହେବା ପରେ ଉଭୟ ପ୍ରେମୀଯୁଗଳ ବିଶାଲ ଏବଂ ସବାନାଙ୍କୁ ଗିରଫ କରି ପଚରାଉଚରା କରୁଛି ପୁଲିସ ।

ପୁଲିସର ସୂଚନା ଅନୁଯାୟୀ, ପୂର୍ବରୁ ବିବାହ କରିଥିବା ସବାନା ବିଶାଲଙ୍କ ପ୍ରେମରେ ପଡ଼ିଥିଲେ । ଏମିତିକି ସେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହେବାକୁ ଘରୁ ବାହାରି ଆସିଥିଲେ । ହେଲେ ସାଙ୍ଗରେ ତାଙ୍କର ୬ ମାସର ଛୁଆକୁ ମଧ୍ୟ ଧରି ଆସିଥିଲେ । ଯାହାକୁ ରଖିବାକୁ ସିଧା ସିଧା ମନା କରି ଦେଇଥିଲା ବିଶାଲ । ଯଦି ଛୁଆକୁ ଫୋପାଡ଼ିବକୁ ତାହେଲେ ତୋତେ ରଖିବି ବୋଲି ମୁହେଁ ମୁହେଁ କହି ଦେଇଥିଲା ।

ପ୍ରେମିକ ସହ ରହିବାକୁ ବାଛିଥିଲେ ସବାନା । ଆଉ ନିଜର ଜନ୍ମକଲା ୬ ମାସର କଅଁଳ ଶିଶୁକୁ ନାଳରେ ଫୋପାଡ଼ି ଦେଇଥିଲା । ଜୁଲାଇ ୧୨ ତାରିଖରେ ସେ ଛୁଆକୁ ଫୋପାଡ଼ି ଦେଇଥିଲା । ପାଣିରେ ପଡ଼ି ଛୁଆଟିର ମୃତ୍ୟୁ ହୋଇଥିଲା । ତେବେ ମୃତଦେହ ଚିହ୍ନଟ ହେବା ପରେ ଘଟଣାର ତତନ୍ତ ଆରମ୍ଭ ହୋଇଥିଲା । ଆଉ ଜାରିଶୁଣି ଛୁଆକୁ ଫୋପାଡ଼ି ଦେଇଥିବା କଥା ସାମ୍ନାକୁ ଆସିଥିଲା । ପୁଲିସ ଉଭୟ ଶବାନା ଏବଂ ବିଶାଲଙ୍କୁ ଗିରଫ କରି । ଉଭୟଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି । ସେପଟେ ତଦନ୍ତରୁ ଜଣାପଡ଼ିଛି କି, ସବାନା ହେଉଛନ୍ତି ୪ ଛୁଆଙ୍କ ମାଆ । ସେ ଘରେ ତିନି ଛୁଆଙ୍କୁ ଛାଡ଼ିଥିବାବେଳେ ସାନ ପୁଅକୁ ଧରି ଘର ଛାଡ଼ିଥିଲେ ।

ଏହାସହ ପଢ଼ନ୍ତୁ : Honey Trap: ରାଜନେତା ଏବଂ ଭିଆଇପିଙ୍କୁ ‘ହନି ଟ୍ରାପ’ ଷଡଯନ୍ତ୍ରର ପର୍ଦ୍ଦାଫାଶ, ଅଭିଯୁକ୍ତ ମହିଳା ଏବଂ ଜେଇଏମ୍ ସନ୍ଦିଗ୍ଧ ଗିରଫ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।