୮୪ ହଜାର ଜନସଂଖ୍ୟା ବିଶିଷ୍ଟ ସହରରେ ୬୦ ହଜାର ଅନୁପ୍ରବେଶକାରୀ ! ସ୍ପେନ-ମରକ୍କୋ ବିବାଦରେ ଏବେସୁଦ୍ଧା ୬୭ ମୃତ୍ୟୁ
ନୂଆଦିଲ୍ଲୀ – ସ୍ପେନ ଏହି ସମୟରେ ବିଶ୍ୱବ୍ୟାପୀ ଆଲୋଚନାର ବିଷୟ ପାଲଟିଛି। ଆଫ୍ରିକାର ଉତ୍ତର ସ୍ଥିତ ସ୍ପେନର ସିଉଟା ସହରରେ ପଡ଼ୋଶୀ ଦେଶ ମରକ୍କୋରୁ ହଠାତ୍ ଷାଠିଏ ହଜାର ଅବୈଧ ପ୍ରବାସୀ ପ୍ରବେଶ ସମୁଦ୍ର ଓ ସ୍ଥଳପଥ ଦେଇ ପ୍ରବେଶ କରିଥିଲେ। ସମୁଦାୟ ୮୪ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ସହରରେ, ଅବୈଧ ପ୍ରବାସୀଙ୍କ ସଂଖ୍ୟା ଜନସଂଖ୍ୟାର ୭୦ ପ୍ରତିଶତରୁ ଅଧିକ ହୋଇଥିଲା। ସୁରକ୍ଷା ବାହିନୀ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଶନିବାର ସ୍ପେନ ସରକାରଙ୍କ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ , ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୬୭ ରେ ପହଞ୍ଚିଛି। ଏହା ବ୍ୟତୀତ, ସ୍ପେନ ସୁରକ୍ଷା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସରକାର ସମୁଦ୍ରକୁ ଯାଉଥିବା ବ୍ରେକୱାଟର ସୀମାରେ ପ୍ରବାସୀଙ୍କୁ ରୋକିବା ପାଇଁ ଏକ ନୂତନ ବ୍ଲକର୍ ବାରିୟର ଲଗାଇବାକୁ ଘୋଷଣା କରିଛନ୍ତି।
ଅବୈଧ ରୂପେ ଅନୁପ୍ରବେଶ କରୁଥିବା ଏହି ଲୋକଙ୍କ ଦୃଶ୍ୟ ଏମିତି ଥିଲା ଯେ, କେହି ସମୁଦ୍ରରେ ପହଁରୁ ଥିବାର ଦେଖାଯାଉ ଥିଲା ତ କିଏ ଫ୍ଲୋଟିଂ ଟ୍ୟୁବ୍ ଧରିଥିଲା। କିଛି ଲୋକ ଡଙ୍ଗାରେ ବସି ଥିଲେ। ସମସ୍ତେ ବର୍ଡର ଅତିକ୍ରମ କରିବାକୁ ଚାହୁଁଥିଲେ। ସ୍ଥିତିରୁ ବର୍ତ୍ତିବା ପାଇଁ ସ୍ପେନର ସରକାରଙ୍କୁ ସିଉଟା ସହରରେ ସେନା ମୁତୟନ କରିବାକୁ ପଡ଼ିଥିଲା। ସୁରକ୍ଷା ବାହିନୀ ଗୁଡ଼ିକୁ ଅବୈଧ ରୂପେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ରୋକିବା ପାଉଁ ଫାଙ୍କା ଗୁଳିଚାଳନା କରିବାକୁ ମଧ୍ୟ ପଡ଼ି ଥିଲା। ସ୍ପେସର ଜଣେ ଅଧିକାରୀ କହିଛନ୍ତି ଯେ, ୩୭ ହଜାର ଲୋକ ନିଜ ଇଚ୍ଛାରେ ମରକ୍କୋ ଫେରି ଯାଇଛନ୍ତି। ଏବେ ମଧ୍ୟ ହଜାର ହଜାର ଲୋକ ଏଠାରେ ଫସି ରହିଛନ୍ତି ,ଯିଏ ଫୁଟପାଥ ଓ ଖୋଲାରେ ରହୁଛନ୍ତି। ରିପୋର୍ଟ ଅନୁସାରେ , ଏଥିରେ ପ୍ରାୟ ୭ ହଜାର ନାବାଳକ ଓ ଶିଶୁ ଅଛନ୍ତି। ସାରାବିଶ୍ୱରେ ପ୍ରବାସୀମାନଙ୍କ ମୃତ୍ୟୁ ଓ ତାଙ୍କର ମାନବାଧିକାର ଗୁଡ଼ିକୁ ନେଇ ପ୍ରଶ୍ନ ଉଠିଛି।
ମରକ୍କୋକୁ ଘେରି ରହିଥିବା ସ୍ପେନ ସହର ସିଉଟା ବର୍ତ୍ତମାନ ଚର୍ଚ୍ଚାରେ। ତଥାପି ଏଠାରେ ଶାସନ ସ୍ପେନର ଚାଲିଛି। ୟୁରୋପୀୟ ସଂଘର ଅଂଶ ହେବା କାରଣରୁ ଏହି ସହରରେ ଲୋକେ ଉତ୍ତମ ଜୀବନ ତଲାସରେ ଅନୁପ୍ରବେଶ କରୁଛନ୍ତି। ସ୍ପେନ ଓ ମରକ୍କୋ ମଧ୍ୟରେ ସବୁଠୁ କମ ସାମୁଦ୍ରିକ ଦୂରତା ପ୍ରାୟ ୧୪ କିଲୋମିଟର।
ଆହୁରି ମଧ୍ୟ ପଢନ୍ତୁ - ଇରାନ ଉପରେ ହେବ କି ଭୟଙ୍କର ଆକ୍ରମଣ ? ଆମେରିକୀୟ ସେନାକୁ ବଡ଼ ଧରଣର ହମଲା ନେଇ ଟ୍ରମ୍ପଙ୍କ ସବୁଜ ସଙ୍କେତ
ରିପୋର୍ଟ ଅନୁସାରେ , ସ୍ପେନର ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇ ଥିଲେ ଯେ, ଯିଏ କି ସିଉଟା ପହଞ୍ଚିବାକୁ ଚେଷ୍ଟା କରିବେ , ତାଙ୍କୁ ବିନା ଶୁଣାଣିରେ ଫେରେଇ ଦିଆଯିବ ନାହିଁ। ଏହାପରେ ଏହାକୁ ନେଇ ଖୁବ୍ ଗୁଜବ ପ୍ରସାର ହୋଇଥିଲା ଏବଂ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ି ସୀମା ଅତିକ୍ରମ କରି ସିରେ ପ୍ରବେଶ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।