ରିଟାୟରମେଣ୍ଟ ପରେ ଅଜିଙ୍କ୍ୟା ରହାଣେଙ୍କୁ BCCIରୁ କେତେ ପେନଶନ ମିଳିବ ?
ମୁମ୍ବାଇ,୧/୮ : ଅଜିଙ୍କ୍ୟା ରହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସେ ଏକ ଭିଡ଼ିଓ ସେୟାର କରି ସୂଚନା ଦେଇଥିଲେ କି କ୍ରିକେଟର ଭାବେ ସେ ନିଜ ଯାତ୍ରା ଶେଷ କରିବାକୁ ଚାହୁଁଛନ୍ତି । ସେ ଏହା ବି କହିଥିଲେ କି ସେ କ୍ରିକେଟ ସହ ଯୋଡ଼ି ହୋଇ ରହିବେ । ନିଜ ଅନୁଭବ ଏବଂ ଯାହା କିଛି ବି ଶିଖିଛନ୍ତି, ତାହା ଆଗାମୀ ଯୁବ ଖେଳାଳୀଙ୍କୁ ଶିଖାଇବେ । BCCIର ରିଟାୟର ଖେଳାଳୀଙ୍କ ଲାଗି ହୋଇଥିବା ଓ୍ବେଲଫେୟର ସ୍କିମରେ ରହାଣେ ହାଇଏଷ୍ଟ କ୍ୟାଟେଗୋରୀରେ ଆସିଥାନ୍ତି । ଯାହାଙ୍କୁ ମେଡ଼ିକାଲ ବେନିଫିଟ୍ସ ବି ମିଳିବ ।ଅଜିଙ୍କ୍ୟା ରହାଣେଙ୍କ ପେନଶନ କହିବା ପୂର୍ବରୁ ଆସନ୍ତୁ ଜାଣିବା ଖେଳାଳୀଙ୍କ ପେନଶନ ଲାଗି ବିସିସିଆଇ ପାଖରେ ଟଙ୍କା କେଉଁଠୁ ଆସିଥାଏ । BCCI ଏକ ଖାସ୍ ଓ୍ବେଲଫେୟାର ସିଷ୍ଟମରେ ପେନଶନ ଲାଗି ଟଙ୍କା ଯୋଗାଡ଼ କରିଥାଏ । ପ୍ଲାଟିନମ ଜୁବଲୀ କର୍ପସ ଫଣ୍ଡ ଏବଂ ଏକ ଭିନ୍ନ ଓ୍ବେଲଫେୟାର ଫଣ୍ଡର ଏକ ଭାଗ ଆଇପିଏଲର ପ୍ଲେଅଫ ମ୍ୟାଚ୍ ଏବଂ ଟିକେଟ ବିକ୍ରିରୁ ହେଉଥିବା କଲେକ୍ସନରୁ ଆସିଥାଏ । ରିଟାୟର ହୋଇଥିବା ଖେଳାଳୀଙ୍କ ଆର୍ଥିକ ସ୍ଥିତିକୁ ଭଲ କରି ରଖିବା ଲାଗି ଏହା ଆରମ୍ଭ ହୋଇଥିଲା ।
ଅଜିଙ୍କ୍ୟାଙ୍କୁ ବିସିସିଆଇରୁ ପେନଶନ ମିଳିବ । କିନ୍ତୁ ସେ ଘରୋଇ କ୍ରିକେଟରେ ମୁମ୍ବାଇ ଲାଗି ଅଧିନାୟକତ୍ବ କରି ସାରିଛନ୍ତି । ଏମସିଏର ବି ପେନଶନ ଯୋଜନା ରହିଛି । ମାତ୍ର ନିୟମ ଅନୁସାରେ ରହାଣେ ବିସିସିଆଇ ଏବଂ ରାଜ୍ୟରୁ ଏକାସାଥିରେ ପେନଶନ ନେଇପାରିବେ ନାହିଁ । କିନ୍ତୁ ଖେଳାଳୀଙ୍କ ପାଖରେ ଏହି ସୁଯୋଗ ଥାଏ କି ସେ କୌଣସି ଗୋଟିଏକୁ ବାଛିବେ । ଖେଳାଳୀ ଅଧିକ ଟଙ୍କା ଥିବା ପେନଶନ ନେଇପାରିବେ । ପଲିସି ମାଧ୍ୟମରେ ଯେଉଁ ଖେଳାଳୀ ୨୫ କିମ୍ବା ତା’ଠାରୁ ଅଧିକ ଟେଷ୍ଟ ଖେଳିଛନ୍ତି ତାଙ୍କୁ ୭୦ହଜାର ଟଙ୍କା ମାସିକ ପେନଶନ ମିଳିଥାଏ । ରହାଣେ ନିଜ କ୍ୟାରିୟରରେ ୮୫ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହା ବ୍ୟତୀତ ସେ ଭାରତ ଲାଗି ୯୦ ଓ୍ବାନଡେ ଏବଂ ୨୦ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତାଙ୍କୁ ଜୀବନସାରା ପେନଶନ ମିଳିବ ।
ମାତ୍ର ଏଥିରେ ଏକ ସର୍ତ୍ତ ବି ରହିଛି । ଯଦି ରହାଣେ ବିସିସିଆଇରେ କୌଣସି ପଦରେ ରୁହନ୍ତି, ଯେଉଁଥିରେ ତାଙ୍କୁ ଦରମା ମିଳିବ ତେବେ ତାଙ୍କ ପେନଶନ ରୋକାଯିବ । ମାତ୍ର ସେ ସେଥିରୁ ହଟିବା ପରେ ହିଁ ପେନଶନ ପୁଣି ଥରେ ଆରମ୍ଭ ହୋଇଯିବ । ରହାଣେ ନିଜ ସନ୍ନ୍ୟାସ ପୋଷ୍ଟରେ ବି ହିଣ୍ଟ ଦେଇଥିଲେ କି ସେ କୋଚିଂ ବି କରିପାରନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।