ରେଙ୍ଗାଲି ଡ୍ୟାମରୁ ନିଷ୍କାସନ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ଅନୁଗୁଳ, ୩୦।୭ : ଅନୁଗୁଳ ରେଙ୍ଗାଲି ଜଳଭଣ୍ଡାରରୁ ଖୋଲା ଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳ ସ୍ତର ବଢିଛି। ଫଳରେ ଜଳଭଣ୍ଡାରର ଗୋଟିଏ ଗେଟ ଖୋଲା ଯାଇ ବର୍ଷା ଜଳ ନିଷ୍କାସନ କରାଯାଇଛି।
ରେଙ୍ଗାଲି ଜଳଭଣ୍ଡାରର ବର୍ତ୍ତମାନ ଜଳ ସ୍ତର ୧୨୨.୨୪ ମିଟର ରହିଛି। ଜଳ ଭଣ୍ଡାରର କ୍ଷମତା ୧୨୩.୫୦ମିଟର। ଜଳ ଭଣ୍ଡାରକୁ ୨୭୩୫ ଘନମିଟର ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଥିବା ବେଳେ ଗୋଟିଏ ଗେଟ ଦେଇ ୧୩୯୪.୨୪ ଘନ ମିଟର ଏବଂ ପାୱାର ଟନେଲ ଦେଇ ୫୦୧ ଘନମିଟର ଜଳ ନିଷ୍କାସନ ହେଉଛି। ଫଳରେ ତଳ ମୁଣ୍ଡରେ ଥିବା ଅନୁଗୋଳ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାକୁ ସତର୍କ କରାଇ ଦିଆଯାଇଛି। ଅପର ପାଖରେ ବ୍ରାହ୍ମଣୀ ନଦୀ କୁଳିଆ ଲୋକଙ୍କୁ ଏବଂ ଗୃହପାଳିତ ପଶୁଙ୍କୁ ନଦୀ କୂଳକୁ ନନେବା ପାଇଁ ସତର୍କ କରାଇଛି।ଆବଶ୍ୟକ ପଡ଼ିଲେ ଅଧିକା ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।