24-Hour Fight for Survival: ମୃତ୍ୟୁ ସହ ୨୪ ଘଣ୍ଟାର ସଂଘର୍ଷ, ବନ୍ୟା ପାଣି ଯୋଗୁଁ ତାଳଗଛ ଉପରେ ଫସିଥିଲେ ଚାଷୀ

Jul 30, 2026 - 16:39
24-Hour Fight for Survival: ମୃତ୍ୟୁ ସହ ୨୪ ଘଣ୍ଟାର ସଂଘର୍ଷ, ବନ୍ୟା ପାଣି ଯୋଗୁଁ ତାଳଗଛ ଉପରେ ଫସିଥିଲେ ଚାଷୀ

ମୃତ୍ୟୁ ସହ ୨୪ ଘଣ୍ଟାର ସଂଘର୍ଷ। ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ଜଣେ ଚାଷୀ। ବିଲ କାମ କରିବାକୁ ଯାଇ ହଠାତ୍ ବନ୍ୟା ପାଣି ମାଡି ଆସିବାରୁ ପ୍ରାଣ ବଞ୍ଚାଇବା ପାଇଁ ଏକ ତାଳଗଛ ଉପରକୁ ଚଢ଼ି ଯାଇଥିଲେ। ଆଉ ସେହି ତାଳଗଛ ଉପରେ ପ୍ରାୟ ୨୪ ଘଣ୍ଟା ଧରି ଭୋକ ଓ ଭୟରେ ରହିଥିଲେ।

ପୁଅର ଗୋଟିଏ ଫୋନ୍ କଲ୍ ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଗୋଣ୍ଡିଚା ସାହିର ଘଟଣା। ତ୍ରିଲୋଚନ ସାହୁ ନାମକ ଜଣେ ଚାଷୀ ବିଲ କାମ କରିବାକୁ ଯାଇଥିବା ବେଳେ ବନ୍ୟା ପାଣି ବଢ଼ିଯିବାରୁ ଫସି ଯାଇଥିଲେ। କୌଣସି ଉପାୟ ନପାଇ ସେ ଏକ ତାଳଗଛ ଉପରକୁ ଚଢ଼ି ପ୍ରାଣ ବଞ୍ଚାଇଥିଲେ। ଗତକାଲି ସକାଳ ପ୍ରାୟ ୧୦ଟାରୁ ସେ ତାଳଗଛ ଉପରେ ରହିଥିଲେ।

ତ୍ରିଲୋଚନଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଫୋନ୍ ଯୋଗେ ବାପା ନିଖୋଜ ଥିବା ଓ ବିଲ ମଝିରେ ଫସି ରହିଥିବା ନେଇ ଜଣାଇଥିଲେ। ଖବର ପାଇବା ପରେ ମନ୍ତ୍ରୀ ତୁରନ୍ତ ଉଦ୍ଧାର ପାଇଁ ଏସଡିପିଓଙ୍କୁ ଦାୟିତ୍ୱ ଦେଇଥିଲେ। ଆଜି ସକାଳ ପ୍ରାୟ ୯ଟା ସମୟରେ ଓଡ୍ରାଫ ଟିମ୍ ଓ ପ୍ରଶାସନର ମିଳିତ ଉଦ୍ୟମରେ ତ୍ରିଲୋଚନ ସାହୁଙ୍କୁ ତାଳଗଛ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। 

ମୃତ୍ୟୁ ସହ ୨୪ ଘଣ୍ଟାର ସଂଘର୍ଷ
ବନ୍ୟା ପାଣି ଯୋଗୁଁ ତାଳଗଛ ଉପରେ ଫସିଥିଲେ ଚାଷୀ 
ଫସି ରହିଥିବା ଚାଷୀଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।