30 JUNE 2026

Welcome!

Unlock your personalized experience.
Sign Up

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା; ବସ୍-ଟ୍ରଲର ଧକ୍କାରେ ୪ ମୃତ, ୨୦ ଆହତ

Jun 30, 2026 - 08:38
ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା; ବସ୍-ଟ୍ରଲର ଧକ୍କାରେ ୪ ମୃତ, ୨୦ ଆହତ

ଉତ୍ତରପ୍ରଦେଶ, ୩୦।୬: ଯମୁନା ଏକ୍ସପ୍ରେସୱେରେ ପୁଣି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୧୨ ଏବଂ ୧୧୩ ମଧ୍ୟରେ ଏକ ଯାତ୍ରୀବାହୀ ଭଲଭୋ ବସ୍ ଏବଂ ଗୋଟିଏ ଟ୍ରଲର ମଧ୍ୟରେ ଭୟଙ୍କର ଧକ୍କା ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ପ୍ରଶାସନିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର୍ ପ୍ରାୟ ୩ଟା ୩୦ ମିନିଟ୍ ସମୟରେ ଏହି ଦୁର୍ଘଟଣା ଘଟିଛି । ପୁଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବଡ଼ ଧରଣର ରେସ୍କ୍ୟୁ ଅପରେସନ ଚଲାଯାଇଥିଲା । ବସ୍ ଭିତରେ ଚାପି ହୋଇ ରହିଥିବା ଆହତ ଯାତ୍ରୀମାନଙ୍କୁ ଗ୍ୟାସ୍ କଟର ସାହାଯ୍ୟରେ ବାହାର କରାଯାଇ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମାଣ୍ଟ୍ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।