30 JUNE 2026

Welcome!

Unlock your personalized experience.
Sign Up

ବିଶ୍ୱାସଘାତକ ଭଡ଼ାଟିଆ... ଘର ମାଲିକଙ୍କ ବୁଲେଟ୍‌କୁ ଡୁପ୍ଲିକେଟ୍ ଚାବିରେ ଖୋଲି ସହଯୋଗୀକୁ ଧରାଇଦେଲା, ସିସିଟିଭିରେ ଧରାପଡ଼ିଲା ଲୁଟ୍ ନାଟକ

Jun 30, 2026 - 12:50
ବିଶ୍ୱାସଘାତକ ଭଡ଼ାଟିଆ... ଘର ମାଲିକଙ୍କ ବୁଲେଟ୍‌କୁ ଡୁପ୍ଲିକେଟ୍ ଚାବିରେ ଖୋଲି ସହଯୋଗୀକୁ ଧରାଇଦେଲା, ସିସିଟିଭିରେ ଧରାପଡ଼ିଲା ଲୁଟ୍ ନାଟକ

ଭୁବନେଶ୍ୱର,୩୦/୦୬: ବିଶ୍ୱାସରେ  ବିଷ ଦେଲା ଭଡ଼ାଟିଆ । ଘର ମାଲିକଙ୍କ ସହ ଗଲା । ତାଙ୍କ ବୁଲେଟ୍‌କୁ ଚୋରିକରି ସହଯୋଗୀ ହାତରେ ପଠାଇଦେଲା । ଘର ମାଲିକଙ୍କ ସହ ଥାନାରେ ଅଭିଯୋଗ କଲା । ପରେ ସିସିଟିଭି ଫୁଟେଜରୁ ଭଡ଼ାଟିଆର କଳା କାରନାମା ଧରାପଡ଼ିଗଲା । ଏଭଳି ଜଣେ  ଧୂର୍ତ୍ତ ବାଇକ୍‌ ଚୋରକୁ ମଞ୍ଚେଶ୍ୱର ଥାନା ପୁଲିସ ଗିରଫ କରିଛି । ତା’ ନାମ ବିକାଶ  ଦାସ(୩୨) । ଘର ଢେଙ୍କାନାଳ ଭୁବନ ।  ସେ ପାଣ୍ଡରାରେ ରହୁଥିଲା । ବିକାଶର  ସହଯୋଗୀ ଗଞ୍ଜାମ କବିସୂର୍ଯ୍ୟନଗରର  ରାଜେଣ ମହାନ୍ତି(୨୪)କୁ ମଧ୍ୟ ପୁଲିସ  ଗିରଫ କରିଛି । ସେମାନଙ୍କଠାରୁ ଏକ ବୁଲେଟ୍‌ ଏବଂ ଅନ୍ୟ ଏକ ବାଇକ୍‌ ସହ କିଛି  ଜାଲି ନମ୍ବର ପ୍ଲେଟ୍‌ ଜବତ କରାଯାଇଛି ।  

ପୁଲିସ ସୂଚନା ଅନୁଯାୟୀ, ପାଣ୍ଡରାର ସୁକାନ୍ତ କୋଦାଳଙ୍କ ଘରେ ବିକାଶ ଭଡ଼ାରେ  ରହୁଥିଲା । ଗତ ୨୫ ତାରିଖ ରାତିରେ ସୁକାନ୍ତଙ୍କ ସହ ସେ ପାଣ୍ଡରା ଛକରେ ଥିବା ଏକ ହୋଟେଲକୁ ଯାଇଥିଲେ ।  ସୁକାନ୍ତ ଭିତରେ ଥିବା ବେଳେ ବିକାଶ ବାହାରକୁ ଆସି ନକଲି ଚାବିରେ ବୁଲେଟ୍‌  ଲକ୍‌ ଖୋଲି ସହଯୋଗୀ ରାଜେଶଙ୍କୁ ଦେଇ ପୁଣି ହୋଟେଲକୁ ଫେରି ଆସିଥିଲେ । ବାହାରକୁ ଆସି ଦେଖିବା ବେଳକୁ ବୁଲେଟ୍‌  ନାହିଁ । ଖୋଜାଖୋଜି କରି ନ ପାଇବାରୁ ବିକାଶଙ୍କୁ ଧରି ମଞ୍ଚେଶ୍ୱର ଥାନାକୁ ଯାଇ ଚୋରି ସମ୍ପର୍କରେ ଅଭିଯୋଗ କରିଥିଲେ ।  

ଅଧିକ ପଢ଼ନ୍ତୁ :-  Jharaphula Death Case Verdict: ପାଞ୍ଚ ବର୍ଷ ପରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ମିଳିଲା ନ୍ୟାୟ, ରାୟ ପ୍ରକାଶ ପରେ କାନ୍ଦିଲେ ବାପା-ମା’

ପୁଲିସ ହୋଟେଲ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ପ୍ରଥମେ ବିକାଶଙ୍କୁ ଉଠାଇ ଆଣିଥିଲା । ତାକୁ ଜେରା କରିବା ପରେ କବିସୂର୍ଯ୍ୟନଗରରେ ଚଢ଼ଉ କରି ପୁଲିସ ରାଜେଶଙ୍କୁ ଗିରଫ କରିବା ସହ ବୁଲେଟ୍‌ ଜବତ କରିଥିଲା । ଏଥିସହ ଅନ୍ୟ ଏକ ବାଇକ୍‌ ମଧ୍ୟ  ପୁଲିସ ବିକାଶଙ୍କଠାରୁ ଜବତ କରିଥିଲା । ପୁଲିସ ତଦନ୍ତରୁ ବିକାଶ ଜଣେ କୁଖ୍ୟାତ ବାଇକ୍‌ ଲୁଟେରା । ତାଙ୍କ ନାମରେ  ପୂର୍ବରୁ ଅନେକ ମାମଲା ରହିଛି । ବିକାଶ  ବିଭିନ୍ନ ସ୍ଥାନରୁ ବାଇକ୍‌ ଲୁଟି ରାଜେଶଙ୍କୁ  ଯୋଗାଉଥିଲେ । ପରେ ଜାଲ ନମ୍ବରପ୍ଲେଟ୍‌  ଲଗାଇ ବାଇକ୍‌ ଗୁଡ଼ିକୁ ବିକି ଦେଉଥିଲେ ।