ମହିଳାଙ୍କୁ ଶାରୀରିକ ନିର୍ଯାତନା ଦେବା ଘଟଣା, ଆତ୍ମସମର୍ପଣ କଲେ ଶରଣକୂଳ ଥାନାର ପୂର୍ବତନ ଆଇଆଇସି
ନୟାଗଡ, ୪।୮ : ମହିଳାଙ୍କୁ ଶାରୀରିକ ନିର୍ଯାତନା ଘଟଣାରେ ନୟାଗଡ଼ ଶରଣକୂଳ ଥାନା ପୂର୍ବତନ ଥାନାଧିକାରୀ ସୁଜିତ ଦାସ ଶେଷରେ CAW ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ତାଙ୍କୁ ଏହି ମାମଲାରେ ପ୍ରଥମେ ପୋଲିସ ହେଡକ୍ବାର୍ଟରକୁ ବଦଳି ପରେ ନିଲମ୍ବନ କରାଯାଇଥିଲା। ଆଉ ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ CAW ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ପରେ ମେଡିକାଲ୍ ଟେଷ୍ଟ ପାଇଁ ସୁଜିତଙ୍କୁ ନୟାଗଡ଼ ମେଡିକାଲ ନେଇଛି CAW।
ଶରଣକୂଳ ପୂର୍ବତନ ଥାନା ଅଧିକାରୀଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ଜଣେ ମହିଳା। ଭିଡିଓ କଲ୍ କରି ଫେବର୍ ମାଗିବା ଥିବା ଅଭିଯୋଗ ଆଣିଥିଲେ ମହିଳା। ମହିଳାଜଣଙ୍କ ଏନେଇ ନୟାଗଡ଼ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ।ମହିଳାଙ୍କ ଅଭିଯୋଗ ପରେ ଘଟଣାର CAW & CW ତଦନ୍ତ ପାଇଁ ଡିଜିପି ଅଫିସରୁ ନିର୍ଦ୍ଦେଶ ଆସିଥିଲା।
ଆହୁରି ପଢନ୍ତୁ : ଓଡ୍ରାଫକୁ ରାଜ୍ୟର SDRF ଭାବେ ଉନ୍ନୀତ କରାଯିବ, ବୃଦ୍ଧି ପାଇବ ଦକ୍ଷତା ଓ କ୍ଷମତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।