04 AUGUST 2026

Welcome!

Unlock your personalized experience.
Sign Up

ପାରାଦୀପରେ ବଢୁଛି ଅସାମାଜିକଙ୍କ ଦୌରାତ୍ମ୍ୟ: ଯୁବତୀଙ୍କୁ ଅସଦାଚରଣ ପରେ ମଦ୍ୟପ ଯୁବକ ଉଠାଇ ନେଲେ ଯବାନ

Aug 04, 2026 - 15:36
ପାରାଦୀପରେ ବଢୁଛି ଅସାମାଜିକଙ୍କ ଦୌରାତ୍ମ୍ୟ: ଯୁବତୀଙ୍କୁ ଅସଦାଚରଣ ପରେ ମଦ୍ୟପ ଯୁବକ ଉଠାଇ ନେଲେ ଯବାନ

ପାରାଦୀପ, ୦୪/୦୮: ପାରାଦୀପ ଏବେ  ମଦ୍ୟପଙ୍କ ଆଡ୍ଡା ସ୍ଥଳ ପାଲଟିଛି । ବାହାର ରାଜ୍ୟ  ଉତ୍ତରାଖଣ୍ଡରୁ ପାରାଦୀପ ବୁଲି ଆସିଥିଲେ ଜଣେ  କର୍ମଚାରୀଙ୍କ ସମ୍ପର୍କୀୟ । ବଡ଼ ପଡିଆ ମାର୍କେଟରୁ  ଦୁଇ ଜଣ ମହିଳା ଓ ଜଣେ ଯୁବତୀ ମାର୍କେଟିଂ  କରି ଘରକୁ ଫେରୁଥିଲେ । ମାର୍କେଟରୁ ଘରକୁ  ଫେରୁଥିବା ରାସ୍ତାର ଜୟଦେବ ସଦନ ନିକଟରେ  ଜଣେ ମଦ୍ୟପ ଯୁବକ ଯୁବତୀଙ୍କୁ ଅସଦାଚରଣ  ଉଦ୍ୟମ କରିଥିଲା । ଏନେଇ ଉକ୍ତ ଯୁବକକୁ  ଉତ୍ତମ ମଧ୍ୟମ ମିଳିଛି । ସେଠାରେ ଲୋକ ଜମା  ହୋଇଯିବାରୁ ଉକ୍ତ ଯୁବକ ସେଠାରୁ ଖସି ଯିବାକୁ ଉଦ୍ୟମ କରୁଥିଲା । ଯୁବକ ଦୌଡ଼ିବା ସମୟରେ  ଉକ୍ତ ମହିଳା ଜଣକ ଯୁବକଙ୍କ ଗୋଡ଼ରେ ଗୋଡ଼ ଲଗାଇ ଦେଇଥିଲେ । ମହିଳାଙ୍କ ଉପସ୍ଥିତ ବୁଦ୍ଧି  ଯୋଗୁଁ ଉକ୍ତ ଯୁବକ ତଳେ ପଡିଗଲା । ପରେ ମହିଳାଙ୍କ ସ୍ୱାମୀଙ୍କୁ ଜଣାଇବାରୁ କର୍ମଚାରୀମାନେ ତାକୁ ଟେକି ଟେକି ନେଇ ପୁଲିସ ଜିମା  ଦେଇଥିଲେ । କିନ୍ତୁ ଥାନା ପକ୍ଷରୁ ଉକ୍ତ ଯୁବକକୁ  ଅଟକ ରଖାଯାଇ ପଚରାଉଚରା ଚାଲିଛି । ଏଣେ ପାରାଦୀପର ବହୁ ସ୍ଥାନ ମୁକ୍ତାକାଶ ବାର୍‌ରେ  ପରିଣତ ହୋଇ ଅସୁରକ୍ଷିତ ହୋଇପଡିଛି ।  ଏତେ ସବୁ କାର୍ଯ୍ୟ ଘଟି ଯାଉଥିଲେ ପୁଲିସ  ଏଥିପ୍ରତି କଠୋର ହେଉନି । ଢିଲା ପାଟ୍ରୋଲିଂ  ଫଳରେ ପାରାଦୀପରେ ଅସାମାଜିକ କାର୍ଯ୍ୟକଳାପ  ବୃଦ୍ଧି ପାଉଛି । ବିଶେଷ କରି ରାତି କଣ ଦିନ  ସେଠାରେ ପୁରୁଷ ମଦ୍ୟପଙ୍କ ଦୌରାତ୍ମ୍ୟ  ବୃଦ୍ଧି ପାଉଛି । ସେହିପରି ପାରାଦୀପ କଳିଙ୍ଗ  ବାଲିଯାତ୍ରା ବେଳାଭୂମି କଥା କହିଲେ ନସରେ ।

ଅଧିକ ପଢ଼ନ୍ତୁ :-  ପୁଲିସ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ; ଏଣିକି ଥାନାରେ ଇଭି ଚାର୍ଜିଂକୁ ବାରଣ, କ୍ୱାର୍ଟର୍ସକୁ ବେଆଇନ ସଂଯୋଗ କଲେ କାର୍ଯ୍ୟାନୁଷ୍ଠାନ

ବେଳାଭୂମି ନିକଟରେ ଥିବା ଝାଉଁବଣରେ  ବହୁ ଆପତ୍ତିଜନକ କାର୍ଯ୍ୟକଳାପ ଦେଖିବାକୁ  ମିଳୁଛି । ଜଟାଧାରୀ ମୁହାଣ ସାମୁଦ୍ରିକ ଥାନାରେ  କର୍ମଚାରୀ ଅଭାବରୁ ପାଟ୍ରୋଲିଂ ଧୀମେଇ ଯାଉଛି ।  ମଧ୍ୟାହ୍ନ ୧୨ ଟାରୁ ୩ଟା ମଧ୍ୟରେ ବହୁ ଯାବତୀୟ  ଆପତ୍ତି ଜନକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି ।  ସ୍ପଷ୍ଟ ଦିବାଲୋକରେ ପାରାଦୀପ ବେଳାଭୂମିର  ଅନତି ଦୂରରେ ଥିବା ଶୁଷ୍କ ବାଲି ପୋଖରୀ  ଭିତରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଯୁବକ ଯୁବତୀଙ୍କୁ ନେଇ ପାରାଦୀପରେ ଚର୍ଚ୍ଚା  ଜୋର୍‌ ଧରିଛି । ନିରାଳା ବେଳାଭୂମିର ଫାଇଦା  ନେଉଛନ୍ତି ରୋମିଓ । ଗତ ବର୍ଷ କେନ୍ଦ୍ରାପଡା ଜିଲ୍ଲା  ମୂଳବସନ୍ତ ଗ୍ରାମର ଯୁବତୀ ପାରାଦୀପରେ ଥିବା  ତାଙ୍କର ପୁରୁଷ ବନ୍ଧୁ ବେଳାଭୂମିରେ ବିଳମ୍ବିତ  ରାତି ପର୍ଯ୍ୟନ୍ତ ରହିଥିଲେ । ସେହି ସମୟରେ  ଯୁବକ ବନ୍ଧୁ ସେଠାକୁ ତାର ଦୁଇ ଜଣ ସାଙ୍ଗକୁ  ଡାକି ଥିଲା । ତିନି ଜଣ ମିଶି ଅସଦାଚରଣ  କରି ଥିବା ଜାଣି ପାରି ଯୁବତୀ ଜଣକ କୁଆଡେ ସେମାନଙ୍କ ସହ ଧସ୍ତାଧସ୍ତି କରିଥିବାରୁ ମୁଣ୍ଡରେ  ଆଘାତ ଲାଗିଥିଲା । ଯୁବତୀ ଜଣକ ମଦ୍ୟପାନ  କରିଥିବା ପୁଲିସ ଆଗରେ ସତ ମାନିଥିଲା । କିନ୍ତୁ  ଏଥିରେ ପୁଲିସରେ କିଛି ଅଭିଯୋଗ ନହେବାରୁ  ଯୁବତୀଙ୍କୁ ତାଙ୍କ ବାପାଙ୍କ ସହିତ ଛାଡ଼ି ଦେଇଥିଲା ।

ଅଧିକାଂଶ ସମୟରେ ଅସାମାଜିକଙ୍କ  ଦୌରାତ୍ମ୍ୟ ଯୋଗୁଁ ପର୍ଯ୍ୟଟକମାନେ ନିଜକୁ  ଅସୁରକ୍ଷିତ ମନେ କରୁଛନ୍ତି । ଅତୀତରେ  ସେଠାରେ ଦୁଷ୍କର୍ମଠାରୁ ଆରମ୍ଭ କରି ନଗ୍ନ  ଭିଡିଓ ଉତ୍ତୋଳନ, ଅସଦାଚରଣ ଭଳି ଜଘନ୍ୟ  ଘଟଣା ମାନ ଘଟିଯାଇଛି । ପାରାଦୀପ କଲେଜ  ଏନ୍‌ସିସି ଆଲ୍‌ମୁନି ଆସୋସିଏସନ ସଭାପତି  ଅମ୍ବିକା ମହାପାତ୍ର କହିଛନ୍ତି ପ୍ରତି ରବିବାର ଆମ  ଆସୋସିଏସନ୍‌ ପକ୍ଷରୁ ବେଳାଭୂମି ସଫେଇ  କରାଯାଏ । ସେହି ସମୟରେ ପ୍ଲାଷ୍ଟିକ ସାମଗ୍ରୀ  ସହିତ ବହୁ ପରିମାଣରେ ମଦ ବୋତଲ ଓ  ଅନ୍ୟାନ୍ୟ ଆପତ୍ତି ଜନକ ଜିନିଷ ମଧ୍ୟ ମିଳିଥାଏ,  ଯାହା ସାମାଜିକ ଓ ପରିବେଶ ଦୃଷ୍ଟି କାଣରୁ ଅତ୍ୟନ୍ତ  ଆଶୋଭନୀୟ ଓ ଅସୁନ୍ଦର । ପୁଲିସ ପକ୍ଷରୁ ବ୍ୟାପକ  ପାଟ୍ରୋଲିଂ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।