ମର୍ମନ୍ତୁଦ ଦୁର୍ଘଟଣା : ବାଇକ କଲଭର୍ଟରେ ପିଟି ହୋଇ ତଳକୁ ଖସିଲା, ୩ ମୃତ
ଉଦଳା, ୧।୮ : ଦ୍ରୁତ ଗତିରେ ଗାଡି ଚଲାଇ ଆସୁଥିବା ବେଳେ ଏକ ବାଇକ ଭାରସାମ୍ୟ ହରାଇ କଲଭର୍ଟ ପାଚେରୀରେ ବାଡେଇ ତଳକୁ ଖସି ପଡିଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କୁଆମରା ପୋଷ୍ଟ ଅଫିସ ନିକଟରେ। ମୃତକ ହେଲେ କୁଆମରା ଗ୍ରାମର ସହଦେଵ ସିଂ, ଶକ୍ତି ସିଂ ଏବଂ ରଘୁ ସିଂ।
ଏକ କେଟିଏମ ଗାଡ଼ିରେ ୩ ଜଣ ଅତି ଦ୍ରୁତ ଗତିରେ କୁଆମରା ଗ୍ରାମ ଭିତର ରାସ୍ତାରେ ଯାଉଥିଲେ। କୁଆମରା ପୋଷ୍ଟ ଅଫିସ ନିକଟରେ ଥିବା ବାଙ୍କରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସି ପଡିବା ସହିତ ପାଚେରୀରେ ବାଇକଟି ବାଡେଇ ହୋଇଥିଲା। ଘଟଣାସ୍ଥଳରେ ସହଦେଵ ଏବଂ ଶକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ରଘୁ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ରଘୁଙ୍କୁ କୁଆମରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ରଘୁଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ : ମହାନଦୀରେ ନାହିଁ ବନ୍ୟା ଆଶଙ୍କା , ବୈତରଣୀ ସମେତ ଅନ୍ୟ ସବୁ ନଦୀରେ କମୁଛି ଜଳସ୍ତର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।