ବିଳାସପୂର୍ଣ୍ଣ ହୋଟେଲରେ ଏହି ଦୁଇ ଅଭିନେତ୍ରୀ ଚଳାଇଥିଲେ ସେକ୍ସ ରାକେଟ୍, ଏମିତି ଧରିଲା ପୁଲିସ

Jul 03, 2026 - 17:16
ବିଳାସପୂର୍ଣ୍ଣ ହୋଟେଲରେ ଏହି ଦୁଇ ଅଭିନେତ୍ରୀ ଚଳାଇଥିଲେ ସେକ୍ସ ରାକେଟ୍, ଏମିତି ଧରିଲା ପୁଲିସ
ନୂଆଦିଲ୍ଲୀ: ଦକ୍ଷିଣ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲରେ ସେକ୍ସ ରାକେଟ୍ ଠାବ୍ କରିଛି ପୁଲିସ । ମୁମ୍ବାଇ ପୁଲିସ ସେକ୍ସ ରାକେଟ ଚାଳିଥିବାବେଳେ ଚଢ଼ାଉ କରିଥିଲା । ଆଉ ଏହି ସମୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଏହି ରାକେଟ ସହ ଜଡ଼ିତ ଥିଲେ ଦୁଇ ଜଣ ଅଭିନେତ୍ରୀ । ଜଣେ ମରାଠୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ହୋଇଥିବାବେଳେ ଅନ୍ୟଜଣେ ବଙ୍ଗାଳୀ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ସମସ୍ତଙ୍କ ପୁଲିସ ହେପାଜତକୁ ନେଇଥିବାବେଳେ ତଦାଘନା ଚଳାଇଛି । ଜଣେ ପ୍ରତିଷ୍ଠିତ ମେକଅପ୍ ଆର୍ଟିଷ୍ଟ୍ ଏହି ରାକେଟକୁ ଚଳାଉଥିଲେ । ଦୁଇ ଜଣ ଅଭିନେତ୍ରୀ ଏଠାରେ ଖରାପ କାମ କରୁଥିବାବେଳେ ରେଡ୍ ହାଣ୍ଡରେ ଧରିଛି ପୁଲିସ । ସେମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଥିବାବେଳେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ମେକଅପ୍ ଆର୍ଟିଷ୍ଟ ଜଣକ ଗ୍ରାହକ ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ଯୋଗାଯୋଗ କରାଉଥିଲେ । ତାଙ୍କୁ ଗିରଫ କରାଯାଇଥିବାବେଳେ ଏଥିରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି ଏହା ଉପରେ ଅଧିକ ପଚରାଉଚରା କରାଯାଉଛି । ଏହି ନେଟଓ୍ବର୍କ କେତେଦିନ ଧରି ଚାଲିଥିଲା ଏବଂ ଗ୍ଲାମର ଦୁନିଆର କେଉଁମାନେ ଜଡ଼ିତ ଥିଲେ ଏହା ଜାଣିବା ପାଇଁ ତଦନ୍ତ ଚାଲିଛି । ଯେଉଁ ହୋଟେଲରେ ଏଭଳି କାରବାର ଚାଲିଥିଲା ତାଙ୍କର ଭୂମିକା କଣ ରହିଥିଲା ଏହା ଉପରେ ମଧ୍ୟ ଅଧିକ ତଦନ୍ତ କରାଯାଉଛି । ସମ୍ଭାବ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ ଖୁବଶୀଘ୍ର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ପଢ଼ନ୍ତୁ : ଜେଲରୁ ମୁକୁଳି ନାବାଳିକା ଭଉଣୀକୁ ଦୁଷ୍କର୍ମ କଲା ଭାଇ, ଭିଡିଓ ଦେଖି ବିଶ୍ବାସ କଲେ ପରିବାର