29 JUNE 2026

Welcome!

Unlock your personalized experience.
Sign Up

ବହୁ ଚର୍ଚ୍ଚିତ  ଝରାଫୁଲ ହତ୍ୟା ମାମଲା : ମୁଖ୍ୟ  ଅଭିଯୁକ୍ତଙ୍କୁ  ଆଜୀବନ କାରାଦଣ୍ଡ

Jun 29, 2026 - 18:28
ବହୁ ଚର୍ଚ୍ଚିତ  ଝରାଫୁଲ ହତ୍ୟା ମାମଲା : ମୁଖ୍ୟ  ଅଭିଯୁକ୍ତଙ୍କୁ  ଆଜୀବନ କାରାଦଣ୍ଡ

ଭୁବନେଶ୍ବର,୨୯।୬ : ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ (ADJ) ଏହି  ରାୟ ଶୁଣାଇଛନ୍ତି। ଏଥି ସହ ରାକେଶ ଉପରେ ୧ ଲକ୍ଷ ଟଙ୍କା  ଜରିମାନା କରିଛନ୍ତି।

ଏହି ହତ୍ୟାକାଣ୍ଡରେ ରାକେଶକୁ ସହଯୋଗ କରିଥିବା ତାର ସହଯୋଗୀ ଅମରେଶ ରାଉତକୁ ମଧ୍ୟ କୋର୍ଟ ସଜା ଶୁଣାଇଛନ୍ତି। ପ୍ରମାଣ ନଷ୍ଟ ଏବଂ ଅପରାଧରେ ସହଯୋଗ କରିବା ଅଭିଯୋଗରେ ଅମରେଶକୁ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । 

ସୂଚନା  ଅନୁସାରେ ଗତ ୨୦୨୧ ମସିହା ଜାନୁୟାରୀ ୨୪ ତାରିଖରେ  ଝରାଫୁଲ   ତାଙ୍କ  ଲୋକାଲ ଗାର୍ଡିଆନଙ୍କ ପାଖକୁ ଆସିଥିଲେ  । ୨୬ ତାରିଖରେ  ସେ  ଭୁବନେଶ୍ୱରରୁ ମୟୂରଭଞ୍ଜ ବୃନ୍ଦେଇ ପଶି ଗାଁ କୁ ଫେରିବା ବେଳେ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଦେଇଥିବା ଟଙ୍କା  ଫେରାଇବା ଲାଗି  ଫୋନ କରିଥିଲେ । ପରେ ରାକେଶ ତାଙ୍କୁ ଟଙ୍କା ଦେବା କହି ଭୁବନେଶ୍ୱର ଏକ ହୋଟେଲରେ ରଖି ତାକୁ ହତ୍ୟା କରି ଏକ ସ୍କୁଟି ସାହାଯ୍ୟ ରେ ତାର ସାଙ୍ଗ ସହ ଯାଜପୁର କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ରାଜେନ୍ଦ୍ର ପୁର ନିକଟସ୍ଥ ରାସ୍ତା କଡ଼ରେ ଫିଙ୍ଗି  ଦେଇଥିଲେ ।  ଏହି  ଚର୍ଚ୍ଚିତ ଘଟଣାର ବିଚାର  କରି ସୋମବାର ଯାଜପୁର  ଏଡିଜେ କୋର୍ଟ ବିଚାରପତି ବିଶେଶ୍ୱର ବିଶ୍ୱପ୍ରକାଶ ରାୟ ଉପରୋକ୍ତ ରାୟ ଶୁଣାଇଛନ୍ତି।

​​​​​​​ଆହୁରି ପଢନ୍ତୁ : ରାଜଧାନୀରେ ବିଭତ୍ସ ହତ୍ୟା : ବାପା-ଭଉଣୀ ଆଗରେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା,