29 JUNE 2026

Welcome!

Unlock your personalized experience.
Sign Up

Petrol and Diesel sales : ଲୋକଙ୍କୁ ଆଶ୍ୱସ୍ତି , ପେଟ୍ରୋଲ-ଡିଜେଲ ଉପରେ ଥିବା ୨୦୦ ଲିଟରର ଲିମିଟକୁ ଉଠାଇବେ ସରକାର

Jun 29, 2026 - 20:56
Petrol and Diesel sales : ଲୋକଙ୍କୁ ଆଶ୍ୱସ୍ତି , ପେଟ୍ରୋଲ-ଡିଜେଲ ଉପରେ ଥିବା ୨୦୦ ଲିଟରର ଲିମିଟକୁ ଉଠାଇବେ ସରକାର

ନୂଆଦିଲ୍ଲୀ : ଜୁଲାଇ ୧ ତାରିଖରୁ ପେଟ୍ରୋଲ - ଡିଜେଲର କ୍ରୟକୁ ନେଇ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାର ପ୍ରତି ବ୍ୟକ୍ତି ତଥା ପ୍ରତି ଯାନ ପାଇଁ ୨୦୦ ଲିଟର ପେଟ୍ରୋଲ -ଡିଜେଲ ବିକ୍ରୟ ସୀମା ହଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ନିୟମ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହେବ।

ଜୁନ୍ ୧୨ ତାରିଖରେ ସରକାର ଏକ ନିର୍ଦ୍ଦେଶ ଜାରି କରି ଖୁଚୁରା ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରୟକୁ ସୀମିତ କରି ଥିଲେ। ଏହି ନିୟମ ଅନୁସାରେ , ଯେକୌଣସି ଯାନ ପାଇଁ ପ୍ରତିଦିନ ପେଟ୍ରୋଲ କିମ୍ବା ଡିଜେଲ କ୍ରୟକୁ ୨୦୦ ଲିଟର ପର୍ଯ୍ୟନ୍ତ ସୀମିତ ରଖାଯାଇ ଥିଲା। ଏହି ବ୍ୟବସ୍ଥା ଲାଗୁ ହେବା ପର ଠାରୁ, ବଡ଼ ବଡ଼ ଗାଡ଼ି ମାଲିକମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଇନ୍ଧନ ଭର୍ତ୍ତି କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିଲେ।

ସରକାରଙ୍କ ଏହି ପଦକ୍ଷେପ ହଠାତ୍ ନଥିଲା, ବରଂ ଏହା ପଛରେ ଏକ ଦୃଢ଼ ବାଣିଜ୍ୟିକ କାରଣ ଥିଲା। ଏହି କଟକଣା ମୁଖ୍ୟତଃ ବଡ଼ ପରିମାଣର କ୍ରେତାମାନଙ୍କୁ ଖୁଚୁରା ଦୋକାନ ବ୍ୟବହାର କରିବାରୁ ରୋକିବା ପାଇଁ ଲାଗୁ କରାଯାଇ ଥିଲା। ପ୍ରକୃତରେ, ବହୁ ପରିମାଣର ଇନ୍ଧନ କ୍ରୟ କରୁଥିବା ଗ୍ରାହକମାନେ ଖୁଚୁରା ପମ୍ପ ଆଡକୁ ମୁହାଁଇବା ଆରମ୍ଭ କରିବାରୁ, ସାଧାରଣ ଗ୍ରାହକଙ୍କ ପାଇଁ ଇନ୍ଧନ ଉପଲବ୍ଧତା ପ୍ରଭାବିତ ହେବାର ଆଶଙ୍କା ବଢ଼ୁଥିଲା। ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨୦୦ ଲିଟର ସୀମିତ ସୀମା ଲାଗୁ କରାଯାଇ ଥିଲା।

ଏବେ, ବଜାରରେ ସ୍ଥିତିକୁ ଦେଖି ସରକାର ଏହି କଟକଣାକୁ ହଟେଇବାକୁ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୧ ତାରିଖରୁ, ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ୨୦୦ ଲିଟରର ସୀମା ସମ୍ପୂର୍ଣ୍ଣ ଭାବରେ ଉଠାଇ ଦିଆଯିବ। ଏହି ନିଷ୍ପତ୍ତି ପରେ, ଗ୍ରାହକମାନେ ଏବେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଇନ୍ଧନ କିଣି ପାରିବେ। ସରକାରଙ୍କ ଏହି ପଦକ୍ଷେପରେ, ସେହି ଟ୍ରାନ୍ସପୋର୍ଟର୍ସ ଓ ବଡ଼ ଯାନର ମାଲିକମାନଙ୍କୁ ସବୁଠାରୁ ଅଧିକ ଆଶ୍ୱସ୍ତି ମିଳିବ, ଯେଉଁମାନେ ଦୀର୍ଘ ଦୂରତା ଯାତ୍ରା କରିବା ପାଇଁ ଥରକରେ ଅଧିକ ପରିମାଣର ଇନ୍ଧନର ଆବଶ୍ୟକ କରନ୍ତି।

ଆହୁରି ମଧ୍ୟ ପଢନ୍ତୁ : ଜର୍ମାନୀର ଷ୍ଟେଡ୍‌ ସହରରେ ଆଖିବୁଜା ଫାୟାରିଂ, ୫ ମୃତ ; ସନ୍ଦିଗ୍ଧ ଆକ୍ରମଣକାରୀ ଗିରଫ