05 AUGUST 2026

Welcome!

Unlock your personalized experience.
Sign Up

ବନ୍ୟା ଜଳରେ ଭାସିଯାଇ ଯୁବକ ନିଖୋଜ

Aug 04, 2026 - 22:55
ବନ୍ୟା ଜଳରେ ଭାସିଯାଇ ଯୁବକ ନିଖୋଜ

ଆଳି,୪।୮(ଆପ୍ର): ଆଳି-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରାରେ ପ୍ରବାହିତ ହେଉଥିବା ବନ୍ୟା ଜଳରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଛନ୍ତି। ଯୁବକ ଜଣକ ହେଉଛନ୍ତି ଆଳି ଥାନା ଅନ୍ତର୍ଗତ ପେତପଡା ପଞ୍ଚାୟତ ଅଧୀନ ଠାକୁରପାଟଣା ଗ୍ରାମର ସୁଧୀର ଦାସ ଙ୍କ ପୁଅ ସୀତୁନା ଦାସ(୩୧) । ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛି।

ଆଜିକୁ ୭ ଦିନ ହେବ ଆଳି-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ରେ ୫ ଫୁଟ ର ବନ୍ୟାଜଳ ପ୍ରବାହିତ ହେଉଅଛି l ଗୋଟେ ପଟରୁ ଅନ୍ୟପଟକୁ ପାରିହେବା ପାଇଁ ଡ଼ଙ୍ଗା ର ଆବଶ୍ୟକ ପଡୁଛି l ତେବେ ଗତ ଦୁଇ ଦିନ ହେବ ବନ୍ୟା ସ୍ଥିତି ରେ ସୁଧାର ଆସିବା ଫଳରେ ବନ୍ୟା ସ୍ରୋତ ଟିକେ କମିଛି l ସୀତୁନା ଆଜି ସକାଳେ ଆଳିକୁ ଏକ ଜରୁରୀ କାର୍ଯ୍ୟ ନିମନ୍ତେ ଯାଇ ଘରକୁ ଫେରି ନାହାନ୍ତି l ତେବେ ଆଳି ରୁ ଘରକୁ ଫେରିବା ସମୟରେ ମାନପୁର ଘୋଷରା ନିକଟରେ ସେ ଡ଼ଙ୍ଗା ପାରି ହେବା ପାଇଁ ପ୍ରତୀକ୍ଷା କରିଥିବା ପ୍ରତେକ୍ଷଦର୍ଶୀ ମାନେ କହିଛନ୍ତି l ଖବର ପାଇ ଆଳି ଅଗ୍ନିଶମ ବାହିନୀ ର ଏକ ଟିମ ସୀତୁନକୁ ଖୋଜାଖୋଜି ଜାରି ରଖିଥିବା ସୂଚନା ମିଳିଛି l

​​​​​​​ଆହୁରି ପଢନ୍ତୁ : ସଚିବସ୍ତରୀୟ ବୈଠକ : ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।