Cristiano Ronaldo : ଦୁଇ ପିଲାର ମାଆଙ୍କ ସହ କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ହେବ ବିବାହ , ୮ ଅଗଷ୍ଟରେ ବାଜିବ ସାହାନାଇ ?
ନୂଆଦିଲ୍ଲୀ : ଫୁଟବଲର ସୁପରଷ୍ଟାର କ୍ରିଷ୍ଟିୟାନୋ ରୋନାଲ୍ଡୋ ଓ ତାଙ୍କ ପାର୍ଟନର ଜର୍ଜିନା ରୋଡ୍ରିଗେଜଙ୍କ ବିବାହକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ପର୍ତ୍ତୁଗାଲର ମିଡିଆ ଆଉଟଲେଟ୍ Correio da Manhaଙ୍କ ଏକ ରିପୋର୍ଟରେ ଦାବି କରାଯାଇଛି। ଏହି ଚର୍ଚ୍ଚିତ ଯୋଡ଼ି ୮ ଅଗଷ୍ଟରେ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି। ହେଲେ ରୋନାଲ୍ଡୋ ଓ ଜର୍ଜିନା ରୋଡ୍ରିଗେଜଙ୍କ ପକ୍ଷରୁ ଏବେସୁଦ୍ଧା ବିବାହକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।
ରିପୋର୍ଟ ମୁତାବିକ , ଉଭୟଙ୍କ ବିବାହ ପର୍ତ୍ତୁଗାଲର ମଦିରା ଦ୍ୱୀପ ସ୍ଥିତ କନଚଲ କାଡେଡ୍ରଲରେ ହେବାର ସମ୍ଭାବନା ରହିଛି। ଏହି ସ୍ଥାନ ରୋନାଲ୍ଡୋଙ୍କ ପାଇଁ ଖୁବ୍ ସ୍ୱତନ୍ତ୍ର। କାରଣ ତାଙ୍କର ପିଲାଦିନ ଏହି ଦ୍ୱୀପରେ ବିତି ଥିଲା ଏବଂ ଏହି ଠାରୁ ସେ ନିଜର ପ୍ରଫେସନାଲ ଫୁଟବଲ ଯାତ୍ରାର ଆରମ୍ଭ କରି ଥିଲେ।
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ବିବାହ ପରର ଉତ୍ସବ ପାଇଁ ମଦିରାର ଫାଇଭ ଷ୍ଟାର ସଭୋୟ ପ୍ୟାଲେସ୍ ହୋଟଲକୁ ବୁକ୍ କରାଯାଇଛି। କୁହାଯାଉଛି ଯେ, ହୋଟେଲର କିଛି ଭାଗ ଅତିଥିଙ୍କ ପାଇଁ ରିଜର୍ଭ ରଖାଯିବ। ହେଲେ ହୋଟେଲ୍ ବୁକିଂ ଓ ସମାରୋହ ସହ ଜଡ଼ିତ ଏହି ସବୁ ଖବର ମଧ୍ୟ ଅଫିସିଆଲି ସ୍ପଷ୍ଟ ହୋଇ ନାହିଁ।
ଯଦି ରିପୋର୍ଟ ସଠିକ୍ ସାବ୍ୟସ୍ତ ହୁଏ ତ , ରୋନାଲ୍ଡୋ ଓ ଜର୍ଜିନା ପାରମ୍ପରିକ ଚର୍ଚ୍ଚ ୱେଡିଂ କରିବେ। ରୋନାଲ୍ଡୋଙ୍କ ଲାଳନ ପାଳନ ଏକ କ୍ୟାଥୋଲିକ ପରିବାରରେ ହୋଇଛି। ସେ ଅନେକ ସମୟରେ ପରିବାରର ଗୁରୁତ୍ତ୍ୱକୁ ଉଲ୍ଲେଖ କରିଛନ୍ତି। ଏହି କ୍ରମରେ ଫନଚଲ କ୍ୟାଥେଡ୍ରଲକୁ ବାଛିବା ପାଇଁ ଧାର୍ମିକ ଓ ଭାବନାତ୍ମକ ଏହି ଦୁଇ ନଜରରେ ପ୍ରମୁଖ ମନେକରାଯାଉଛି।
ବିବାହର ସମ୍ଭାବିତ ତାରିଖ ଓ ଭେନ୍ୟୁକୁ ନେଇ ରିପୋର୍ଟସ ନିଶ୍ଚୟ ସାମ୍ନାକୁ ଆସିଛି , ହେଲେ ଅତିଥିଙ୍କ ତାଲିକା , ସମାରୋହର ପୂରା କାର୍ଯ୍ୟକ୍ରମ ଓ ବିବାହରେ ସାମିଲ ହେବାକୁ ଥିବା ଲୋକଙ୍କୁ ନେଇ ଏବେସୁଦ୍ଧା କୌଣସି ଆନୁଷ୍ଠାନିକ ସୂଚନା ସାମ୍ନାକୁ ଆସି ନାହିଁ।
୯ ବର୍ଷର ପୁରୁଣା ରୋନାଲ୍ଡଙ୍କ ସଂପର୍କ –
ରୋନାଲ୍ଡୋ ଓ ଜର୍ଜିନାଙ୍କ ସାକ୍ଷାତ୍ ୨୦୧୭ ମସିହାରେ ସ୍ପେନର ରାଜଧାନୀ ମ୍ୟାଡ୍ରିଡର ପଶ୍ ଅଞ୍ଚଳରେ ହୋଲଡେନ ମାଇଲ ସ୍ଥିତ ଗୁକ୍କି ଷ୍ଟୋରରେ ହୋଇଥିଲା। ଏହି ସମୟରେ ଜର୍ଜିନା ସେଠାରେ ସେଲ୍ସ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲେ। ପ୍ରଥମ ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ନିକଟତରତା ବଢି ଥିଲା ଏବଂ ତାପରେ ବହୁତ ଶୀଘ୍ର ତାଙ୍କର ସଂପର୍କ ସାର୍ବଜନିକ ହୋଇଗଲା।
ପ୍ରାୟ ଏକ ଦଶକରୁ ଏକାଠି ରହି ଆସୁଥିବା ଏହି ଦମ୍ପତି ଏବେସୁଦ୍ଧା ଆଇନଗତ ଭାବେ ବିବାହ କରି ନାହାନ୍ତି। ହେଲେ ୧୧ ଅଗଷ୍ଟ ୨୦୨୫ ରେ ଉଭୟ ତାଙ୍କର ବିବାହ ନେଇ ଘୋଷଣା କରିଥିଲେ। ଜର୍ଜିନା ଇନଷ୍ଟାଗ୍ରାମରେ ନିଜର ମଲ୍ଟି –ମିଲିୟନ ଡଲାର ଡାଇମଣ୍ଡ ରିଙ୍ଗର ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି।
ରୋନାଲ୍ଡୋ ଓ ଜର୍ଜିନାଙ୍କ ଏକ ବଡ଼ ପରିବାର। ଜର୍ଜିନା , ରୋନାଲ୍ଡୋଙ୍କ ବଡ଼ ପୁଅ କ୍ରିଷ୍ଟିଆନୋ ଜୁନିଅରଙ୍କୁ ମଧ୍ୟ ନିଜର ସନ୍ତାନ ପରି ପାଳନପୋଷଣ କରୁଛନ୍ତି। ତାଙ୍କର ପ୍ରକୃତ ମାଆ କେବେବି ସାର୍ବଜନୀନ ଭାବେ ସାମ୍ନାକୁ ଆସି ନାହାଁନ୍ତି। ଜୁନ ୨୦୧୭ ମସିହାରେ ସରୋଗେସି ମାଧ୍ୟମରେ ରୋନାଲ୍ଡୋ ଯମଜ ସନ୍ତାନ ମାଟେଓ ଓ ଇଭାଙ୍କ ବାପା ହୋଇଥିଲେ। ଏହାର କିଛି ମାସ ପରେ ନଭେମ୍ୱରରେ ୨୦୧୭ ମସିହାରେ ଜର୍ଜିନା ଝିଅ ଏଲାନା ମାର୍ଟିନାଙ୍କୁ ଜନ୍ମ ଦେଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ - ୭ ମାସ ତଳେ ବାପାଙ୍କୁ ହରାଇଥିଲେ, ମାଟି ଘରୁ ସ୍ୱର୍ଣ୍ଣ ପଦକର ଯାତ୍ରା...ପଢନ୍ତୁ ସାଇକେଲ ମେକାନିକ୍ଙ୍କ ଝିଅ ଅସ୍ମିତାଙ୍କ ସଂଘର୍ଷ କାହାଣୀ
୨୦୨୨ ମସିହାରେ ପୁଣି ଥରେ ଜର୍ଜିନା ଯମଜ ସନ୍ତାନର ମାଆ ହୋଇ ଥିଲେ, କିନ୍ତୁ ତାଙ୍କ ପ୍ରସବ ସମୟରେ ପୁଅର ଦୁଃଖଦ ମୃତ୍ୟୁ ହୋଇ ଥିଲା, ଝିଅ ବେଲା ଏସମାରାଲ୍ଡାଙ୍କ ଜନ୍ମ ସୁରକ୍ଷିତ ଭାବରେ ହୋଇଥିଲା। ଏହି କଷ୍ଟକର ସମୟ ବିଷୟରେ ରୋନାଲ୍ଡ ଓ ଜର୍ଜିନା ଏକ ଭାବପ୍ରବଣର ବିବୃତ୍ତି ସାର୍ବଜନୀନ ଦେଇଥିଲେ। ଏହି ଦୀର୍ଘ ସମ୍ପର୍କ, ବଡ଼ ପରିବାର ଏବଂ ବର୍ଷ ବର୍ଷର ପୁରୁଣା ସମ୍ପର୍କ ଯୋଗୁଁ ସାରା ବିଶ୍ୱର ପ୍ରଶଂସକମାନେ ଏବେ ସେମାନଙ୍କ ସମ୍ଭାବ୍ୟ ବିବାହକୁ ନେଇ ଉତ୍ସାହୀ ଅଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।