ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପାଣି ହ୍ରାସ ପାଉଥିବା ବେଳେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି

Aug 04, 2026 - 22:55
ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପାଣି ହ୍ରାସ ପାଉଥିବା ବେଳେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେଉଛି

ଭୁବନେଶ୍ବର : ତେବେ ବର୍ଷା ସମ୍ଭାବନା ଥିବାରୁ ଆସନ୍ତା ୯ତାରିଖ ଯାଏ ବିଭିନ୍ନ ଜିଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସୂଚନା ଅନୁସାରେ, ଆସନ୍ତାକାଲି ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋରଧା, ନୟାଗଡ଼ାରେ ବର୍ଷା ସମ୍ଭାବନା ଅଛି। ବୁଧବାର ବାଲେଶ୍ବର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଜିଲାରେ ଅଧିକ ବର୍ଷା ହୋଇପାରେ। ଆଜି ସଂଧ୍ୟା ସୁଦ୍ଧା ବାରିପଦାରେ ସର୍ବାଧିକ ୬୪ମିଲିମିଟର ବର୍ଷା ହୋଇଥିଲା ବେଳେ ଭଦ୍ରକରେ ୪୫ ମିମି, ଭୁବନେଶ୍ବରରେ ୩୯ ମିମି, ନୟାଗଡ଼ରେ ୨୯ ମିମି, ଢେଙ୍କାନାଳରେ ୧୭ ମିମି, କେନ୍ଦ୍ରାପଡ଼ାରେ ୧୪ ମିମି, ଖୋରଧାରେ ୧୧ ମିମି, ଛତ୍ରପୁରରେ ୭.୪ମିମି ବର୍ଷା ରେକର୍ଡ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।