18 JULY 2026

Welcome!

Unlock your personalized experience.
Sign Up

ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି, ସଂରକ୍ଷିତ ରହିବ ୩୫ ପୌରାଧ୍ୟକ୍ଷ ପଦ, ୧୫ ଦିନରେ ଆପତ୍ତି ଓ ମତାମତ ଦେଇପାରିବେ

Jul 18, 2026 - 11:05
ପ୍ରକାଶ ପାଇଲା ଚିଠା ବିଜ୍ଞପ୍ତି, ସଂରକ୍ଷିତ ରହିବ ୩୫ ପୌରାଧ୍ୟକ୍ଷ ପଦ, ୧୫ ଦିନରେ ଆପତ୍ତି ଓ ମତାମତ ଦେଇପାରିବେ

ଭୁବନେଶ୍ୱର,୧୮/୦୭: ରାଜ୍ୟରେ ନୂତନ ଭାବେ ଗଠିତ ୩୫ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନିର୍ଦ୍ଧାରଣ ସମ୍ପର୍କିତ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ବିଜ୍ଞପ୍ତି ପ୍ରକାଶ କରିଛି ।

ଚିଠା ତାଲିକା ଅନୁସାରେ, ୧୧ଟି ପୌରସଂସ୍ଥା ଓ ଏନ୍ଏସିର ପୌରାଧ୍ୟକ୍ଷ ପଦ ଅନୁସୂଚିତ ଜାତି (ମହିଳା) ପାଇଁ ସଂରକ୍ଷିତ ରହିଛି । ସେହିଭଳି ୭ଟି ପଦ ଅନୁସୂଚିତ ଜାତି, ୭ଟି ପଦ ଅନୁସୂଚିତ ଜନଜାତି (ମହିଳା), ୪ଟି ପଦ ଅନୁସୂଚିତ ଜନଜାତି, ୪ଟି ପଦ ମହିଳା ଓ ଦୁଇଟି ପଦ ଅଣସଂରକ୍ଷିତ ବର୍ଗ ପାଇଁ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି । ବୌଦ୍ଧଗଡ଼, ଆସିକା, କବିସୂର୍ଯ୍ୟନଗର, ଭଞ୍ଜନଗର ଓ ପୌରପାଳିକାର ପୌରାଧ୍ୟକ୍ଷ ପଦକୁ ମହିଳାଙ୍କ ପାଇଁ ସଂରକ୍ଷିତ କରିବାକୁ ପ୍ରସ୍ତାବ ରହିଛି । ପୋଲସରା ପୌରପାଳିକା ଏବଂ ଓଡ଼ଗାଁ ଏନ୍ଏସି ପୌରାଧ୍ୟକ୍ଷ ବା ଅଧ୍ୟକ୍ଷ ପଦକୁ ଅଣସଂରକ୍ଷିତ କରିବାକୁ ପ୍ରସ୍ତାବ ରହିଛି । ଛତ୍ରପୁର ପୌରପାଳିକାକୁ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରଖିବାକୁ ଚିଠା ବିଜ୍ଞପ୍ତିରେ ପ୍ରସ୍ତାବ ରହିଛି ।

ଅଧିକ ପଢ଼ନ୍ତୁ :-  ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି; ଆଶୁ ଆରୋଗ୍ୟ କାମନା କଲେ ନବୀନ

ସେହିଭଳି ଚିତ୍ରଡ଼ା, ବାଙ୍ଗିରିପୋଷି, କପ୍ତିପଦା, ବେତନଟୀ, ବାମରା, ରେଙ୍ଗାଳି ଓ ବୋରିଗୁମ୍ମା ଏନ୍ଏସି ଅଧ୍ୟକ୍ଷ ପଦକୁ ଅନୁସୂଚିତ ଜନଜାତି (ମହିଳା) ବର୍ଗରେ ସଂରକ୍ଷଣ ପାଇଁ ପ୍ରସ୍ତାବ ରହିଛି । ରାସଗୋବିନ୍ଦପୁର, ଗନ୍ଦିଆ, ଜୟପାଟଣା ଓ ଚଣ୍ଡିଖୋଲ ଏନ୍ଏସି ଅଧ୍ୟକ୍ଷ ପଦକୁ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖିବାକୁ ପ୍ରସ୍ତାବ ରହିଛି । ଏହି ଚିଠା ବିଜ୍ଞପ୍ତି ଓଡ଼ିଶା ଗେଜେଟ୍‌ରେ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ଲୋକେ ନିଜର ଆପତ୍ତି ବା ମତାମତ ଦେଇପାରିବେ । ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏହି ଆପତ୍ତି ଓ ମତାମତ ଦାଖଲ କରିହେବ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆସିଥିବା ସମସ୍ତ ଅଭିଯୋଗ ଓ ମତାମତକୁ ସରକାର ବିଚାରକୁ ନେବେ । ଏସବୁର ବିଚାରବିମର୍ଶ ପରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।