ବର୍ଷାରେ ଭୁଶୁଡିଲା କାନ୍ଥ , ଚାପି ହୋଇ ଚାଲିଗଲା ବୃଦ୍ଧଙ୍କ ଜୀବନ
ପାରାଦୀପ, ୧୮।୭ : କୁଜଙ୍ଗ ଗଣ୍ଡକିପୁର ଗ୍ରାମରେ ଅଘଟଣ। ବର୍ଷାରେ କାନ୍ଥ ଭୁଶୁଡିଯିବାରୁ ଚାପି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ରତ୍ନାକର ବେହେରା। ପ୍ରବଳ ବର୍ଷାରେ କାନ୍ଥ ଦବି ଯିବାରୁ ଘଟିଛି ଏଭଳି ଅଭାବନୀୟ ଘଟଣା।
ରତ୍ନାକର ଘରେ ଖାଇସାରି ଘରୁ ସାଇକେଲ ବାହାର କରିବାବେଳେ ହଠାତ୍ କାନ୍ଥ ତାଙ୍କ ଉପରେ ଭୁଶୁଡି ପଡ଼ିଥିଲା। ଇଟା ଓ ସିମେଣ୍ଟ ରେ ତିଆରି କାନ୍ଥ ତାଙ୍କ ଉପରେ ପଡ଼ିଯାଇଥିଲା। କାନ୍ଥ ଟେକି ତାଙ୍କୁ କାଢିବାରେ ବିଳମ୍ବ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ରତ୍ନାକର ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଦୁଇଟି ଛୁଆ ପାଠ ପଢ଼ୁଛନ୍ତି। ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଆହୁରି ପଢନ୍ତୁ : ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା , ଲୋକଙ୍କ ସମସ୍ୟା ବୁଝି ପଦକ୍ଷେପ ନେବାକୁ ପରାମର୍ଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।