18 JULY 2026

Welcome!

Unlock your personalized experience.
Sign Up

Aamir khan : ଆମୀର ଖାନ୍ ଙ୍କୁ ହତ୍ୟା ଧମକ୍,ତୃତୀୟ ବିବାହକୁ 'ଲଭ୍ ଜିହାଦ' କହିଲା ଲରେନ୍ସ ଗ୍ୟାଙ୍ଗ୍

Jul 18, 2026 - 11:05
Aamir khan : ଆମୀର ଖାନ୍ ଙ୍କୁ ହତ୍ୟା ଧମକ୍,ତୃତୀୟ ବିବାହକୁ 'ଲଭ୍ ଜିହାଦ' କହିଲା ଲରେନ୍ସ ଗ୍ୟାଙ୍ଗ୍

ମୁମ୍ବାଇ,୧୮\୭ : ସଲମାନ ଖାନ୍ ଙ୍କ ପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଆମିର ଖାନ୍ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇ ସୋସିଆଲ ମିଡିଆରେ ଆମିର ଖାନଙ୍କୁ ଧମକ ଦେଇ ପୋଷ୍ଟ ଏବଂ ଅଡିଓ ମେସେଜ ପଠାଇଛନ୍ତି । ଏବେଯାଏଁ ସୋସିଆଲ ମିଡିଆ ପୋଷ୍ଟ ଏବଂ ଅଡିଓର ସତ୍ୟତାକୁ ଯାଞ୍ଚ କରାଯାଇ ପାରି ନାହିଁ ।

ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଠାରୁ ଆମିର ଖାନ୍ ଙ୍କୁ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଯେଉଁ ଧମକ ମିଳିଛି ସେଥିରେ ଲେଖା ଅଛି, "ଜୟ ଶ୍ରୀ ରାମ, ଜୟ ସୀତା ରାମ ।  "ମୁଁ, ଆରଜୁ ବିଷ୍ନୋଇ, ଏବଂ ଟାଇସନ ବିଷ୍ନୋଇ (ଲରେନ୍ସ ବିଷ୍ନୋଇ ଗ୍ରୁପ୍) ଆମ ସଂସ୍କୃତି ବିରୁଦ୍ଧରେ ଆମ ଦେଶରେ 'ଲଭ୍ ଜିହାଦ' ନାମରେ ଆମିର ଖାନ୍ ଙ୍କ ପରି ଲୋକମାନେ ଏପରି ବିବାହକୁ ପ୍ରୋତ୍ସାହିତ କରୁଛନ୍ତି । ଏହି କୁକୁରକୁ ଆମେ ସହ୍ୟ କରିବୁ ନାହିଁ ଏବଂ ଖୁବ୍ ଶୀଘ୍ର ଉଚିତ ଜବାବ ଦିଆଯିବ । ଏହା ଆମର ସନାତନ ଧର୍ମ ଏବଂ ଆମ ଦେଶ ବିରୁଦ୍ଧରେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।