18 JUNE 2026

Welcome!

Unlock your personalized experience.
Sign Up

ପୃଥିବୀ ପୃଷ୍ଟକୁ ସେନା ପଠାଉଛନ୍ତି କି ଏଲିଏନ ? ଘନ ଅନ୍ଧାରରେ ଲୋକଙ୍କୁ କରୁଛନ୍ତି ଟାର୍ଗେଟ…

Jun 18, 2026 - 02:10
ପୃଥିବୀ ପୃଷ୍ଟକୁ ସେନା ପଠାଉଛନ୍ତି କି ଏଲିଏନ ? ଘନ ଅନ୍ଧାରରେ ଲୋକଙ୍କୁ କରୁଛନ୍ତି ଟାର୍ଗେଟ…

ନୂଆଦିଲ୍ଲୀ: ସତରେ କଣ ସୌରମଣ୍ଡଳରେ ଏଲିଏନ ଅଛନ୍ତି ? ବର୍ଷ ବର୍ଷ ଧରି ଏଲିଏନ୍ଙ୍କ ଉପସ୍ଥିତି ବିଷୟରେ ଅନେକ ଉଚ୍ଚ ଦାବି କରାଯାଇଛି। ତଥାପି ଏହି ପ୍ରଶ୍ନ ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି। ସୌରମଣ୍ଡଳରେ ଏଲିଏନ୍ କିମ୍ବା ଉଡ଼ନ୍ତା ପାତ୍ର (UFOs) ର କୌଣସି ପ୍ରମାଣ ମିଳି ନଥିଲେ ମଧ୍ୟ, ବୈଜ୍ଞାନିକ ମାନେ ବିଶ୍ୱାସ କରନ୍ତି ଯେ ଆମ ସୌରମଣ୍ଡଳରେ ଜୀବନ ଥାଇପାରେ। ଏହାକୁ ନେଇ ଏଷ୍ଟ୍ରୋନେମର ଟି. ଜୋସେଫ୍ ଡବ୍ଲୁ. ଲାଜିଓ ଏକ ଅଧ୍ୟୟନ କରିଛନ୍ତି। ସେ କହିଛନ୍ତି ଯେ ଅନ୍ୟ ଏକ ସଭ୍ୟତା ଆମ ସୌରମଣ୍ଡଳକୁ ଗୁପ୍ତଚର ରୋବୋଟ୍ ପଠାଇଛି କି ନାହିଁ ତାହା ନିଶ୍ଚିତ ଭାବରେ ନିର୍ଣ୍ଣୟ କରାଯାଇ ପାରିବ ନାହିଁ।

ଏଷ୍ଟ୍ରୋନେମର ଟି. ଜୋସେଫ୍ ଡବ୍ଲୁ. ଲାଜିଓଙ୍କ ଅନୁଯାୟୀ,ସୌରମଣ୍ଡଳ ଉପରେ ନଜର ରଖିବା ପାଇଁ ମଣିଷ ଏପର୍ଯ୍ୟନ୍ତ ଉନ୍ନତ ପ୍ରଯୁକ୍ତିବିଦ୍ୟା ପାଇନାହିଁ। ସେ କହିଛନ୍ତି ଯେ ମଣିଷ ଆମର ସୌରମଣ୍ଡଳର କେବଳ ଏକ ଛୋଟ ଅଂଶକୁ ନିକଟରୁ ଦେଖିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ ସଭ୍ୟତା ଦ୍ୱାରା ପଠାଯାଇଥିବା ଗୁପ୍ତଚର ମାନେ ଆମ ନିକଟରେ ଯେକୌଣସି ସ୍ଥାନରେ ଥାଇପାରନ୍ତି, କିନ୍ତୁ ଆମେ ସେମାନଙ୍କୁ ପାଇପାରି ନାହୁଁ।

ଆମ ସୌରମଣ୍ଡଳରେ କଣ ଏଲିଏନ୍ ଅଛନ୍ତି ?

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏଷ୍ଟ୍ରୋନେମର ଟି. ଜୋସେଫ୍ ବ୍ୟାଖ୍ୟା କରିଛନ୍ତି ଯେ ଏଲିଏନ୍ ଗୁପ୍ତଚରଙ୍କ ଧାରଣା ଯେତେ ଅଦ୍ଭୁତ କିମ୍ବା କାଳ୍ପନିକ ମନେହୁଏ ତାହା ନୁହେଁ। ସେ କହିଛନ୍ତି, "ମାନବ ନିଜେ ଏପର୍ଯ୍ୟନ୍ତ ପାଞ୍ଚଟି ମହାକାଶଯାନ ପଠାଇଛନ୍ତି, ଯାହା ଶେଷରେ ଆମ ସୌରମଣ୍ଡଳ ଛାଡିଦେବ। ଏଗୁଡ଼ିକ ହେଉଛି ପାୟୋନିୟର ୧୦ ଏବଂ ୧୧, ଭୋଏଜର ୧ ଏବଂ ୨, ଏବଂ ନ୍ୟୁ ହରାଇଜନ୍ସ। ଏହା ପ୍ରମାଣିତ କରେ ଯେ ଯଦି ଏକ ସଭ୍ୟତା ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଯଥେଷ୍ଟ ଉନ୍ନତ ହୁଏ, ତେବେ ଏହା ଗୋଟିଏ ସୌରମଣ୍ଡଳରୁ ଅନ୍ୟ ଏକ ସୌରମଣ୍ଡଳକୁ ଯାତ୍ରା କରିବାକୁ ସକ୍ଷମ ମହାକାଶଯାନ ପଠାଇ ପାରିବ।"

ଗବେଷଣା ଅନୁଯାୟୀ, ଏଲିଏନ୍ ଗୁପ୍ତଚର କିମ୍ବା ସେମାନଙ୍କର ପ୍ରଯୁକ୍ତିବିଦ୍ୟା ଚାରି ପ୍ରକାରେ ଆମ ସୌରମଣ୍ଡଳରେ ରହିପାରିବ। ପ୍ରଥମତଃ, କୌଣସି ସଙ୍କେତ ବିନା ମହାକାଶରେ ଭାସୁଥିବା ପ୍ରୋବ୍। ଦ୍ୱିତୀୟତଃ, ସକ୍ରିୟ ମହାକାଶଯାନ ଯାହା ଏପର୍ଯ୍ୟନ୍ତ କାମ କରୁଛି ଏବଂ ତଥ୍ୟ ସଂଗ୍ରହ କରୁଛି। ତୃତୀୟତଃ, ଗ୍ରହ କିମ୍ବା ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ କିମ୍ବା ଅବତରଣ କରିଥିବା ପୁରୁଣା ମେସିନ୍। ଗ୍ରହପୃଷ୍ଠରେ ନିର୍ମିତ ସେମାନଙ୍କର ସ୍ୱୟଂଚାଳିତ ଆଧାର।

ପ୍ରକୃତ ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା କାହିଁକି କଷ୍ଟକର ?

ବୈଜ୍ଞାନିକ ମାନଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ମହାକାଶରେ ଏକ ଗ୍ରହାଣୁ ଏବଂ ଏକ ଏଲିଏନ୍ ମେସିନ୍ ମଧ୍ୟରେ ପାର୍ଥକ୍ୟ କରିବା। ୨୦୨୦ ମସିହାରେ, ବୈଜ୍ଞାନିକ ମାନେ ମହାକାଶରେ ଏକ ରହସ୍ୟମୟ ବସ୍ତୁ ଦେଖିଥିଲେ। ପ୍ରଥମେ ଏହାକୁ ଏକ ଗ୍ରହାଣୁ (ଶିଳା) ବୋଲି ଭାବୁଥିଲେ, କିନ୍ତୁ ପରେ ଏହା ୧୯୬୬ ମସିହାରେ NASA ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା ଏକ ପୁରୁଣା ରକେଟର ଭଗ୍ନାବଶେଷ ବୋଲି ଜଣାପଡିଥିଲା।