ପାକିସ୍ତାନୀ କ୍ରିକେଟରଙ୍କ ଉପରେ ଲାଗିଲା ୨ବର୍ଷର ବ୍ୟାନ୍, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୬/୮ : ପାକିସ୍ତାନୀ କ୍ରିକେଟର ହମଜା ନଜରଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ । ପାକିସ୍ତାନ କ୍ରିକେଟ ବୋର୍ଡ଼ ତାଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ଉଠାଇ ୨ ବର୍ଷ ଲାଗି ବ୍ୟାନ୍ କରି ଦେଇଛି, ଏହାସହ ଜରିମାନା ବି ଲଗାଇଛି । ଏବେ ସେ ୨ବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ ବ୍ୟତୀତ ଘରୋଇ କ୍ରିକେଟରେ ବି ଭାଗ ନେଇପାରିବେ ନାହିଁ । ପ୍ରକାଶ ଯେ, ପିସିବି ଏହି ମାମଲାରେ ଏକ ଯାଞ୍ଚ ସମିତି କରିଥିଲା, ଯିଏ ହମଜାଙ୍କୁ ତାଙ୍କ ପକ୍ଷ ରଖିବା ଏବଂ ଜବାବ ଦେବାର ସୁଯୋଗ ଦେଇଥିଲେ । ବୋର୍ଡ଼ ଏହାକୁ ନେଇ ଷ୍ଟେଟମେଣ୍ଟ ଜାରି କରିଛି ।
PCB ନିଜର ଷ୍ଟେଟମେଣ୍ଟରେ କହିଛି କି ହମଜା ନଜରଙ୍କ ଉପରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟ ଗିତିବିଧିରେ ଭାଗ ନେବାରେ ଦୁଇ ବର୍ଷର ବ୍ୟାନ୍ ଲଗାଇ ଦିଆଯାଇଛି । ତାଙ୍କ ଉପରେ ୧୦ଲକ୍ଷ ପାକିସ୍ତାନ ଟଙ୍କାର ଜରିମାନା ବି ଲଗାଯାଇଛି । ବୋର୍ଡ଼ ୩ସଦସ୍ୟ ଭିତ୍ତିକ ଏକ ଯାଞ୍ଚ ସମିତି କରିଥିଲା ଯେଉଁମାନେ ହମଜାଙ୍କୁ ନିଜ ପକ୍ଷ ରଖିବା ଏବଂ ବିଚାରାଧିନ ମାମଲାରେ ଜବାବ ଦେବାକୁ ସୁଯୋଗ ଦେଇଥିଲେ । ତାଙ୍କ କଥା ଶୁଣିବା, ଉପଲବ୍ଧ ସୂଚନାର ସମୀକ୍ଷା କରିବା ଏବଂ ସମସ୍ତ ସମ୍ବନ୍ଧିତ ପରିସ୍ଥିତି ଉପରେ ବିଚାର କରିବା ପରେ ସମିତି ନିଜ ରିପୋର୍ଟ ଏବଂ ସୁପାରିଶ ପାକିସ୍ତାନ କ୍ରିକେଟ ବୋର୍ଡ଼କୁ ଦେଇଛି ।
PCB ମାଧ୍ୟମରେ ଭିସା ଲାଗି ଆବେଦନ କରିବା ସମୟରେ ହମଜା ନଜର ଭୁଲ ସୂଚନା ଦେଇଥିଲେ, ଯାହାପରେ ଏହି ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରାଯାଇଛି । ତାଙ୍କ ବିରୁଦ୍ଧରେ ଯାଞ୍ଚ ହୋଇଥିଲା, ଯେଉଁଥିରେ ସାମ୍ନାକୁ ଆସିଥିଲା କି ଆବେଦନ ସମୟରେ କ୍ରିକେଟର ଭୁଲ୍ ଏବଂ ଅଧା ସୂଚନା ଦେଇଥିଲେ। ସମିତିର ରିପୋର୍ଟ ପରେ ପାକିସ୍ତାନ କ୍ରିକେଟ ବୋର୍ଡ଼ ହମଜା ନଜର ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟରୁ ବ୍ୟାନର ନିଷ୍ପତ୍ତି ନେଇଛନ୍ତି । ବୋର୍ଡ଼ ୨ ବର୍ଷର ପ୍ରତିବନ୍ଧ ଲଗାଇଛି ଏବଂ ୧୦ଲକ୍ଷ ପାକିସ୍ତାନୀ ଟଙ୍କାର ଜରିମାନା ଲଗାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।