06 AUGUST 2026

Welcome!

Unlock your personalized experience.
Sign Up

Sheikh Hasina ouster in Bangladesh: ଶେଖ ହସିନାଙ୍କ ବିଦ୍ରୋହକୁ ନେଇ ନୂଆ ଖୁଲାସା , ୟୁନୁସଙ୍କ ସପୋର୍ଟରେ ନଥିଲେ ଆର୍ମି ଚିଫ୍ ୱକାର

Aug 06, 2026 - 17:13
Sheikh Hasina ouster in Bangladesh: ଶେଖ ହସିନାଙ୍କ ବିଦ୍ରୋହକୁ ନେଇ ନୂଆ ଖୁଲାସା , ୟୁନୁସଙ୍କ ସପୋର୍ଟରେ ନଥିଲେ ଆର୍ମି ଚିଫ୍ ୱକାର

ନୂଆଦିଲ୍ଲୀ – ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିଦ୍ରୋହକୁ ଦୁଇ ବର୍ଷ ବିତି ସାରିଛି। ଏହି ମାମଲାରେ ପ୍ରତିଦିନ ସବୁ ପକ୍ଷ ନିଜ ନିଜର ଯୁକ୍ତି ଦେଉଛନ୍ତି। ବାଲାଂଦେଶରେ ଏହି ସମୟରେ ବହୁ ଦ୍ରୁତ ଗତିରେ ସ୍ଥିତି ବଦଳି ଥିଲା। ଏବେ ଏହି ମାମଲାରେ ମହମ୍ମଦ ୟୁନିସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାରର ଆଇନଗତ ପରାମର୍ଶଦାତା ରହି ଥିବା ଆସିଫ୍ ନଜରୁଲ ନୂଆ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଶେଖ ହସିନାଙ୍କୁ କ୍ଷମତାରୁ ହଟେଇବା ପରେ ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ନେତୃତ୍ୱ ଦେବାର କଥା ଚାଲୁ ଥିଲା। କିନ୍ତୁ ସେହି ସମୟରେ ଆର୍ମି ଚିଫ୍ ୱକାର-ଉଜ-ଜମାନ ଏହାର ବିରୋଧ କରିଥିଲେ। ଏଥିପାଇଁ ସେ ୟୁନୁସଙ୍କ ବିରୋଧରେ ଦୁଇଟି ଯୁକ୍ତି ମଧ୍ୟ ଦେଇ ଥିଲେ।

ବାଂଲାଦେଶୀ ଖବରକାଗଜ ‘ପ୍ରଥୋମ ଅଲୋ’ ସହ କଥା ହୋଇ, ଆସିଫ ୫ ଅଗଷ୍ଟରେ ଶେଖ ହସିନାଙ୍କ ବିଦ୍ରୋହର ଦୁଇ ବର୍ଷ ପୂରା ହେବାରେ ଏହି ପୂରା ଘଟଣାକ୍ରମ ବିଷୟରେ ବିସ୍ତାର ଭାବେ କହିଥିଲେ। ୟୁନୁସ ସରକାରରେ ଆଇନଗତ ମନ୍ତ୍ରଣାଳୟରେ ପରାମର୍ଶଦାତାର ଭୂମିକା ତୁଲାଉ ଥିବା ପ୍ରଫେସର ନଜରୁଲ କହିଥିଲେ ଯେ, ସେ ଆର୍ମି ଚିଫ୍‌ ଡକରାରେ ତାଙ୍କ ଅଫିସକୁ ଯାଇ ଥିଲେ।

ଛାତ୍ରଛାତ୍ରୀଙ୍କ ସାହସର ପ୍ରଶଂସା କରୁଥିଲେ ଆର୍ମି ଚିଫ୍ ୱକାର ନଜରୁଲ –

ସେ କହିଥିଲେ, ଆର୍ମି ଚିଫ୍ ମୋତେ ଭେଟିବା ପାଇଁ ଡକାଇ ଥିଲେ। ମୁଁ ଆର୍ମି ଡେଡକ୍ୱାର୍ଟର ଯାଇ ଥିଲି। ସେଠାରେ ଜେନେରାଲ ୱକାର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ସାହସର ଖୁବ୍ ପ୍ରଶଂସା କରିଥିଲେ ଏବଂଡ ରିଫର୍ମ୍ସକୁ ନେଇ ନିଜର ସମର୍ଥନ ପ୍ରକାଶ କରି ଥିଲେ।

ଏହାପରେ ସେ ସିଧାସଳଖ ପଚାରି ଥିଲେ ଅନ୍ତରୀଣ ସରକାରର ନେତୃତ୍ୱ କାହାକୁ ନେବା ଉଚିତ୍। ଏହା ଉପରେ ଉତ୍ତରରେ ମୁଁ ତାଙ୍କୁ କହିଥିଲି, ଛାତ୍ରଛାତ୍ରୀମାନେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନାମରେ ମୋହର ଲଗେଇଛନ୍ତି। ନଜରୁଲଙ୍କ ମୁତାବିକ ,ଏହାପରେ ଆର୍ମି ଚିଫ୍ ଏହି ଉପରେ ଅସହମତି ପ୍ରକାଶ କରିଥିଲେ ଏବଂ କହିଥିଲେ , ୟୁନୁସଙ୍କ ବିରୋଧରେ ଲେବର ଲ’ ରେ ମାମଲା ରୁଜୁ ହୋଇଛି। ତାଙ୍କ ଉପରେ ମଧ୍ୟ ମନି ଲଣ୍ଡରିଂ କେସ୍ ଅଛି।

ଆହୁରି ମଧ୍ୟ ପଢନ୍ତୁ - Sheikh Hasina speech : ୨ ବର୍ଷ ପରେ ହସିନାଙ୍କ ସମ୍ବୋଧନ, ସେମାନେ ମୋତେ ଜେଲ୍‌ରେ ପୂରାଇ ପାରନ୍ତି ହତ୍ୟା ବି କରି ପାରନ୍ତି... ତଥାପି ମୁଁ ଫେରିବି

କହୁ ରଖୁଛୁ କି, ୟୁନୁସଙ୍କୁ ବାଂଲାଦେଶରେ ଗରିବଙ୍କ ଅର୍ଥନୈତିକ ପରିଚାଳକ ଭାବରେ ଜଣାଶୁଣା। ହେଲେ ଉକ୍ତ ମାମଲାରେ ତାଙ୍କ ସଂସ୍ଥା ଉପରେ ପ୍ରାୟ ୨ ମିଲିୟନ ଡଲାରର ମନି ଲଣ୍ଡରିଂ ଓ ଆତ୍ମସାତ୍ ଅଭିଯୋଗ ମଧ୍ୟ ଲାଗି ଥିଲା। ଏହା ବ୍ୟତୀତ ୟୁନୁସଙ୍କୁ ଏହି ଆନ୍ଦୋଳନର ଠିକ୍ ପୂର୍ବରୁ ଜାନୁୟାରୀ ୨୦୨୪ରେ ବଂଲାଦେଶ ଲେବର ଆଇନର ଉଲ୍ଲଂଘନ ମାମଲାରେ ଛଅ ମାସ ଜେଲ ଦଣ୍ଡ ଶୁଣାଯାଇଥିଲା। ପରେ ଯେତେବେଳେ ସେ ଅନ୍ତରୀଣ ସରକାରର ଅଧ୍ୟକ୍ଷ ହେଲେ , ସେତେବେଳେ ତାଙ୍କର ଏହି ସଜାକୁ ବାତିଲ କରିଦିଆ ଗଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।