ଟିଭି ଅଭିନେତ୍ରୀ ଇନ୍ଦିରା କୃଷ୍ଣନଙ୍କ ‘ରାମାୟଣ’ରେ ଏଣ୍ଟ୍ରି , ଜାଣନ୍ତୁ କେଉଁ ଚରିତ୍ରରେ ଆସିବେ ନଜର
ମୁମ୍ବାଇ,୫/୮: ନିତେଶ ତିଓ୍ବାରୀଙ୍କ ଅପକମିଂ ଫିଲ୍ମ ‘ରାମାୟଣ’କୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଲାଗି ରହିଛି । ଫିଲ୍ମରେ ରଣବୀର କପୁର ଭଗବାନ ‘ରାମ’ ଏବଂ ସାଇ ପଲ୍ଲବୀ ମାତା ‘ସୀତା’ଙ୍କ ଚରିତ୍ରରେ ନଜର ଆସିବେ । ସେହିଭଳି ଫିଲ୍ମରେ ‘ଗଙ୍ଗା ମାଇ କି ବେଟିୟା’ ଫେମ୍ ଅଭିନେତ୍ରୀ ଇନ୍ଦିରା କୃଷ୍ଣନ କୌଶଲ୍ୟାଙ୍କ ଚରିତ୍ର ପ୍ଲେ କରିବେ ଏବଂ ଏହି ପ୍ରୋଜେକ୍ଟକୁ ନେଇ ସେ ବହୁ ଉତ୍ସାହିତ ଅଛନ୍ତି । ଇନ୍ଦିରା କୃଷ୍ଣନ ଯେଉଁ ଶୋରେ କାମ କରୁଛନ୍ତି ସେହି ଶୋର ପ୍ରଯୋଜକ ଆଉ କେହି ନୁହଁନ୍ତି ବରଂ ରବି ଦୁବେ ଅଟନ୍ତି ଯିଏ ଫିଲ୍ମ ‘ରାମାୟଣ’ରେ ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଚରିତ୍ର ନିଭାଉଛନ୍ତି ।
ଏକ ସାକ୍ଷାତକାରରେ ଅଭିନେତ୍ରୀ ଇନ୍ଦିରା କୃଷ୍ଣନ କହିଛନ୍ତି, ‘ଗଙ୍ଗା ମାଇ କି ବେଟିୟା’ ମୋ କ୍ୟାରିୟରର ସବୁଠାରୁ ଭଲ ଶୋରୁ ଗୋଟିଏ ଅଟେ । ଏଥିରେ ମୁଁ ‘ଦୁର୍ଗାବତୀ’ର ଚରିତ୍ର ନିଭାଉଛି । ମୋତେ ଆଜି ବି ସେହି ଦିନ ମନେ ଅଛି, ଯେତେବେଳେ ସର୍ଗୁନ ଜି ଏବଂ ରବି ଜୀ ଏହି ଶୋ ଲାଗି ମୋତେ ସମ୍ପର୍କ କରିଥିଲେ । ସେ କହିଥିଲେ କି ଏହି ଚରିତ୍ରକୁ ମୋଠାରୁ ଭଲ କେହି ନିଭାଇପାରିବେ ନାହିଁ । ମୁଁ ଏହି ଚରିତ୍ର ଲାଗି ସବୁବେଳେ ପ୍ରଥମ ପସନ୍ଦ ଥିଲି । ରବି ଏବଂ ସର୍ଗୁନଙ୍କ ସହ କାମ କରିବା ମୋ ଲାଗି ବହୁତ ଖାସ୍ ଅନୁଭବ ରହିଛି ।
ସେ ଆଗକୁ କହିଛନ୍ତି କି, ମୁଁ କେବେ ଭାବିନଥିଲି କି ଏହି ଚରିତ୍ରରୁ ମୋତେ ଏତେବଡ଼ ସଫଳତା ମିଳିବ, ଏତେ ପ୍ରଶଂସା ମିଳିବ । ମୁଁ ଏହି ଶୋକୁ ସମ୍ପୂର୍ଣ୍ଣ ଆଗ୍ରହ ଏବଂ ସଚ୍ଚୋଟତାର ସହିତ କରିଛି । ଦର୍ଶକ ଦୁର୍ଗାବତୀର ଚରିତ୍ର, ଏହାର ଅନ୍ଦାଜ ଏବଂ ଏହାର ଦମଦାର ଅଭିନୟକୁ ଖୁବ୍ ପସନ୍ଦ କରିଥାନ୍ତି । ଏହି ଶୋ ମୋ ଲାଗି ବହୁତ ସପୋର୍ଟିଭ ରହିଛି ଏବଂ ଏହା ବହୁତ ଭଲ ଶୋ ଅଟେ ।
ଫିଲ୍ମ ରାମାୟଣର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମରେ ରଣବୀର କପୁର, ସାଇ ପଲ୍ଲବୀ, ରବି ଦୁବେ ଏବଂ ଇନ୍ଦିରା କୃଷ୍ଣନଙ୍କ ବ୍ୟତୀତ, ୟଶ, ସନୀ ଦେଓଲ, ରକୁଲ ପ୍ରୀତ ସିଂହ ଏବଂ ଲାରା ଦତ୍ତାଙ୍କ ସମେତ କେତେକ କଳାକାର ଏକାସାଥିରେ ନଜର ଆସିବାରେ ଅଛନ୍ତି । ଫିଲ୍ମକୁ ଦୁଇ ପାର୍ଟରେ ରିଲିଜ କରାଯିବ । ପ୍ରଥମ ପାର୍ଟ ଚଳିତ ବର୍ଷ ଦିଓ୍ବାଲୀରେ ଆସିବ । ସେହିଭଳି ଦ୍ବିତୀୟ ଆସନ୍ତା ବର୍ଷ ୨୦୨୭ରେ ରିଲିଜ କରାଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।