Rain Alert Across Odisha: ସାରା ଓଡ଼ିଶାକୁ ପାଣିପାଗ କେନ୍ଦ୍ରର ସତର୍କତା, ମୟୂରଭଞ୍ଜକୁ ଜାରି ହେଲା ଅରେଞ୍ଜ ଆଲର୍ଟ
ରାଜ୍ୟରେ ପୁଣି ବଢିବ ବର୍ଷା । ଆଜି- କାଲି ପ୍ରବଳ ବର୍ଷା ସମ୍ଭାବନା । ସାରା ଓଡ଼ିଶାକୁ ପାଣିପାଗ କେନ୍ଦ୍ରର ସତର୍କତା ଜାରି । ଆଜି ପାଇଁ ୩୦ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ବାକି ୨୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।
କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ବାକି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବା ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ପାଇଁ କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ଓ ବାକି ୨୮ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ ।
ଆଜି ପାଇଁ ୩୦ ଜିଲ୍ଲାକୁ ସତର୍କତା ଜାରି
ମୟୂରଭଞ୍ଜକୁ ଜାରି ହେଲା ଅରେଞ୍ଜ ଆଲର୍ଟ
ବାକି ୨୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କାଲି କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।