ଘରେ ପଶି ଡକାୟତି ଉଦ୍ୟମ , ୫ ଜଣଙ୍କୁ କାବୁ କଲେ ଗ୍ରାମବାସୀ
କଳାହାଣ୍ଡି , ୧୪।୭ : ଦିନ ଦ୍ବିପହରରେ ଘରେ ପଶି ଡକାୟତି ଉଦ୍ୟମ l ଗ୍ରାମବାସୀଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ୫ ଜଣ ଦୁର୍ବୃତ୍ତ କାବୁ ହୋଇଛନ୍ତି l କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବାଙ୍କୀମୁଣ୍ଡା ଗାଁରେ ଏହି ଘଟଣା ଘଟିଛି।
ପିଣ୍ଟୁ ତିୱାରୀଙ୍କ ଘରକୁ ଆଜି ପ୍ରାୟ ଅପରାହ୍ନ ୪ଟା ସମୟରେ ୫ ଜଣ ସଶସ୍ତ୍ର ଦୁର୍ବୃତ୍ତ ପଶିଥିଲେ l ସେମାନେ ପିସ୍ତଲ ଦେଖାଇ ଘର ଲୋକଙ୍କୁ ଭୟଭୀତ କରି ସୁନା ଗହଣା ଦାବି କରିଥିଲେ । ତେବେ ପିଣ୍ଟୁ ତିବାରୀ ଉପସ୍ଥିତ ବୁଦ୍ଧି ଖଟାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ l ଏହାପରେ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୫ ଜଣ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ l ସେମାନଙ୍କ ନିକଟରୁ ଏକ ପିସ୍ତଲ ଜବତ ହୋଇଥିବା ଜଣାପଡିଛି l ତେବେ ସମସ୍ତ ଅଭିଯୁକ୍ତଙ୍କୁ କୋକସରା ପୋଲିସଙ୍କ ଜିମା ଦିଆଯାଇଛି l
ଆହୁରି ପଢନ୍ତୁ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ , ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଆହତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।