‘ଆଜି ରାତି ଶେଷ ହୋଇଯିବ ଇରାନ୍, ଆମେ କରିବୁ ବଡ ଆକ୍ରମଣ’…ଚିନ୍ତା ବଢାଇଲା ଟ୍ରମ୍ପଙ୍କ ଦାବି…
ନୂଆଦିଲ୍ଲୀ : ହର୍ମୁଜ୍ ପ୍ରଣାଳୀକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ ଟ୍ରମ୍ପ ଏକ ବଡ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଆଜି ରାତିରେ ଇରାନ ଶେଷ ହୋଇଯିବ। ଏକ ବଡ଼ ଆକ୍ରମଣ ସହିତ ଇରାନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ସେ ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି, "ଆମେ ଆଜି ରାତିରେ ଇରାନର ସମସ୍ତ ଅଞ୍ଚଳକୁ କବଜା କରିବୁ।" ଟ୍ରମ୍ପ ଏହା ମଧ୍ୟ ଦାବି କରିଛନ୍ତି ଯେ, ଇରାନର ସାମରିକ ଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି, ରାଡାର ଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ସବୁକିଛି ନଷ୍ଟ ହୋଇଯାଇଛି। ଏପରିକି କୌଣସି ନେତୃତ୍ୱ ବାକି ନାହିଁ, ତେଣୁ ଇରାନ ଏବେ ପଛକୁ ହଟିଯାଇଛି। ଏହି ସମୟରେ, ଆମେରିକା ସିନେଟ୍ ସଂଖ୍ୟାଲଘୁ ନେତା ଚକ୍ ସ୍କୁମର ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଯୁଦ୍ଧ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ସ୍କୁମର ଟ୍ରମ୍ପଙ୍କୁ ସ୍ପଷ୍ଟ ରଣନୀତି ବିନା ପୂର୍ବ ଭୁଲ ଗୁଡ଼ିକୁ ପୁନରାବୃତ୍ତି କରିବାର ଅଭିଯୋଗ କରିଥିଲେ।
ଟ୍ରମ୍ଫ ଇରାନ ବିଷୟରେ କ'ଣ କହିଛନ୍ତି ?
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ଚାରି ମାସ ପୂର୍ବେ, ଏହି ଲୋକ ମାନଙ୍କର ମଧ୍ୟପ୍ରାଚ୍ୟରେ ସବୁଠାରୁ ଶକ୍ତିଶାଳୀ ସେନା ଥିଲା। ସେମାନଙ୍କର ୧୫୯ ଜାହାଜ ଥିଲା। ଏବେ ସେମାନେ ସମସ୍ତେ ପାଣି ତଳେ ଅଛନ୍ତି।" ସେମାନଙ୍କ ପାଖରେ ୨୩୦ ବିମାନ ଥିଲା, ଆକ୍ରମଣ ବିମାନ ସମେତ ସମସ୍ତ ଚାଲିଗଲା। ସେମାନଙ୍କର ଏକ ଶକ୍ତିଶାଳୀ ରାଡାର ସିଷ୍ଟମ ଥିଲା ତାହା ମଧ୍ୟ ଚାଲିଗଲା। ସେମାନଙ୍କର ଏକ ଶକ୍ତିଶାଳୀ ବିମାନ ପ୍ରତିରୋଧୀ ବ୍ୟବସ୍ଥା ଥିଲା। ସେ ସବୁ ଚାଲିଗଲା, ସେମାନଙ୍କର ସମଗ୍ର ନେତୃତ୍ୱ ଚାଲିଗଲେ।
ହରମୁଜ୍ ପାଇଁ ଏକ ବଡ ଯୁଦ୍ଧ ଆରମ୍ଭ ହୋଇଗଲା…
ଆମେରିକାର ବିବୃତ୍ତି ଆମେ ହରମୁଜ୍ ରେ ୨୦ % ସୁରକ୍ଷା ଶୁଳ୍କ ଆଦାୟ କରିବୁ। ଆମେରିକା ହେଉଛି 'ହରମୁଜ୍ ପ୍ରଣାଳୀର ରକ୍ଷକ', ଆମେ ଇରାନୀ ବନ୍ଦର ଗୁଡ଼ିକୁ ଅବରୋଧ କରିବୁ, ଇରାନୀ ଜାହାଜ ଉପରେ ନୂତନ କଟକଣା ଲଗାଇବୁ ଏବଂ ଇରାନୀ ଅଞ୍ଚଳ ଦଖଲ କରିବୁ।
ଇରାନ ଆମେରିକାକୁ ଜବାବ ଦେଇଛି…
ଇରାନ ଆମେରିକାକୁ ଜବାବ ଦେଇଛି ଯେ, ଆମେ ହରମୁଜ୍ ର ନିୟନ୍ତ୍ରଣ ଛାଡିବୁ ନାହିଁ। ଇରାନ ହର୍ମୁଜ୍ ର ରକ୍ଷକ ଅଟେ ଏବଂ ରହିବ। ଆମେ ହରମୁଜ୍ ରେ ଆମେରିକୀୟ ହସ୍ତକ୍ଷେପ ଗ୍ରହଣ କରିବୁ ନାହିଁ। ଆମେ ହରମୁଜ୍ ର ନିୟନ୍ତ୍ରଣ ବଜାୟ ରଖିବୁ ଏବଂ ଆମେରିକାକୁ ଉପଯୁକ୍ତ ଜବାବ ଦେବୁ।
ନେତାନ୍ୟାହୁ ଇରାନକୁ ଧମକ ଦେଇଛନ୍ତି…
ଇରାନ ତାଙ୍କ ଦେଶ ବିରୁଦ୍ଧରେ ନୂତନ ଆକ୍ରମଣ ଆରମ୍ଭ କଲେ ଜୋରଦାର ପ୍ରତିଶୋଧ ନେବାକୁ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ଭିଡିଓ ଅନୁଯାୟୀ, ନେତାନ୍ୟାହୁ ଏକ ସମ୍ମିଳନୀରେ କହିଛନ୍ତି, "ମୁଁ ଇରାନର ନେତା ମାନଙ୍କୁ କହିବାକୁ ଚାହୁଁଛି: ଯଦି ତୁମେ ଆମ ଉପରେ ଆକ୍ରମଣ କର, ତେବେ ଶାନ୍ତ ରହିବା ଆଶା କର ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।