Welcome!

Unlock your personalized experience.
Sign Up

Balochistan : ନିଜକୁ ସ୍ୱାଧୀନ ଘୋଷଣା କଲା ବଲୁଚିସ୍ତାନ , ୮୫ ପ୍ରତିଶତ ଅଞ୍ଚଳ ଉପରେ ଅଧିକାର ଦାବି

Jul 14, 2026 - 19:37
Balochistan : ନିଜକୁ ସ୍ୱାଧୀନ ଘୋଷଣା କଲା ବଲୁଚିସ୍ତାନ , ୮୫ ପ୍ରତିଶତ ଅଞ୍ଚଳ ଉପରେ ଅଧିକାର ଦାବି

ନୂଆଦିଲ୍ଲୀ – ବଲୁଚିସ୍ତାନ ପାକିସ୍ତାନକୁ କଡ଼ା ଝଟକା ଦେଇ ନିଜକୁ ସ୍ୱାଧୀନ ଦେଶ ଘୋଷିତ କରି ଦେଇଛି। ସୋସିଆଲ ମିଡିଆରେ ଏକ ବିବୃତ୍ତି ସେୟାର କରାଯାଇଛି, ଯେଉଁଥିରେ ରିପବ୍ଲିକ ଅଫ୍ ବଲୁଚିସ୍ତାନ ନାମରେ ବଲୁଚିସ୍ତାନକୁ ସ୍ୱତନ୍ତ୍ର ଦେଶ ଘୋଷଣା କରାଯିବାର ଦାବି କରାଯାଇଛି। ଭାଇରାଲ ଲେଟରରେ କୁହାଯାଉଛି ଯେ, ବଲୁଚିସ୍ତାନର ସେନା ଅଞ୍ଚଳର ୮୫ ପ୍ରତିଶତ ଭାଗକୁ କବଜା କରି ନେଇଛି। ଏହାସହ ଦେଶର ପତାକା , ଜାତୀୟ ସଙ୍ଗୀତ , ନୂଆ କରେନ୍ସି ଓ ପ୍ରଶାସନିକ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ଦାବି କରାଯାଇଛି।

ସୋସିଆଲ ମିଡିଆରେ ସେୟାର କରାଯାଇ ଥିବା ଲେଟରରେ ଏହା ମଧ୍ୟ କୁହାଯାଇଛି ଯେ, ନୂଆ ସରକାର ପାଖରେ କ୍ଷେତ୍ରର ଖଣିଜ, ଗ୍ୟାସ୍ କ୍ଷେତ୍ର ଓ କୋଇଲା ଖଣି ଗୁଡ଼ିକ ଉପରେ ପୂରା ନିୟନ୍ତ୍ରଣ ରହିଛି। ଏହା ବ୍ୟତୀତ ପାକିସ୍ତାନର ସୁରକ୍ଷା ଏଜେନ୍ସିମାନଙ୍କ ଠାରୁ ବହୁ ସଂଖ୍ୟାରେ ଲୋକଙ୍କ ଇସ୍ତଫା ଦେଇ ବଲୁଚିସ୍ତାନର ସମର୍ଥନ କରିବାକୁ ଉଲ୍ଲେଖ କରାଯାଇଛି।

ବଲୁଚିସ୍ତାନରେ ଅନେକ ଦିନରୁ ବିବାଦ ଚାଲିଛି। ପାକିସ୍ତାନ ବିରୋଧରେ ଅନେକ ଥର ବିରୋଧ ପ୍ରଦର୍ଶନ ମଧ୍ୟ ହୋଇଛି। ବଲୁଚିସ୍ତାନର ଲୋକେ ଆସିମ ମୁନିର ଓ ଶହବାଜ ଶରିଫଙ୍କ ବିରୁଦ୍ଧରେ ନାରାବାଜି ମଧ୍ୟ କରିଥିଲେ। ଏବେ ବଲୁଚିସ୍ତାନ ନିଜକୁ ସ୍ୱାଧୀନ ଘୋଷଣା କରିବା ପରେ ପାକିସ୍ତାନର ମୁଣ୍ଡବ୍ୟଥା ଆହୁରି ବଢି ଯାଇଛି।

ଗୁରୁତ୍ତ୍ୱପୂର୍ଣ୍ଣ କଥା ଏହା ଯେ, ଭାଇରାଲ ଲେଟରର ଅଫିସିଆଲି ସ୍ପଷ୍ଚ ହୋଇ ନାହିଁ। ଏହାସହ ଏବେ ସୁଦ୍ଧା କୌଣସି ପ୍ରମୁଖ ଅନ୍ତର୍ଜାତୀୟ ସଂସ୍ଥା କିମ୍ୱା ଯୋଗ୍ୟତା ପ୍ରାପ୍ତ ସରକାର ବଲୁଚିସ୍ତାନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେବାକୁ ଘୋଷଣା କରି ନାହିଁ।

ପାକିସ୍ତାନ (ଟିଟିପି)ର ଆତଙ୍କବାଦୀମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରୁଛନ୍ତି। ପାଞ୍ଚ ଜୁଲାଇରୁ ଏବେସୁଦ୍ଧା ୧୦୯ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୭୧ ଜଣ ଆତଙ୍କବାଦୀ ଅପରେସନ ଶାବାନ ବେଳେ ନିପାତ ହୋଇ ଥିଲେ। ଏହି ଅଭିଯାନ ପାକିସ୍ତାନ ସେନା ,ଫ୍ରଣ୍ଟିୟର କୋର (ଏଫସି) ଓ ବଲୁଚିସ୍ତାନ ପୁଲିସ ମିଶି ଚଳାଇ ଥିଲେ। ହେଲେ ଏବେ ସ୍ଥିତି ଆହୁରି ଅଧିକ ବଦଳି ଯାଇଛି।

ଆହୁରି ମଧ୍ୟ ପଢନ୍ତୁ - Iran vs US Tension: 'ମୋଜତବା ତ ୯୦ ପ୍ରତିଶତ ଶେଷ '; ଇରାନ୍ ସହ ଉତ୍ତେଜନା ଭିତରେ ଟ୍ରମ୍ପଙ୍କ ବଡ଼ ଦାବି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।