କସାବକୁ ତୁକାରାମ ଜୀବନ୍ତ ଧରିନଥିଲେ ହିନ୍ଦୁ ହୋଇଥାନ୍ତେ ବଦନାମ, ୨୬/୧୧ ଆକ୍ରମଣ ମାମଲାରେ ମଣିଙ୍କ ଚାଞ୍ଚଲ୍ୟକର ବୟାନ
ନୂଆଦିଲ୍ଲୀ,୧୪।୭: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ହମଲା, ଆଜି ବି ମନରୁ କ୍ଷତ ଲିଭିନି। ୧୭ ବର୍ଷ ବିତି ସାରିଛି ତଥାପି ସେ ଦିନର ଘଟଣା ଆତ୍ମାକୁ ଦୋହଲାଇ ଦିଏ। ଏବେ ଏହି ହମଲାକୁ ନେଇ ଗୃହମନ୍ତ୍ରଣାଳୟ ପୂର୍ବତନ ଅଣ୍ଡର ସେକ୍ରେଟରୀ ଆରଭିଏସ୍ ମଣିଙ୍କ ଆସିଛି ଚାଞ୍ଚଲ୍ୟକର ବୟାନ। । ଏଏନ୍ଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମଣି ଆଣିଛନ୍ତି ଗମ୍ଭୀର ଅଭିଯୋଗ। ସେ କହିଛନ୍ତି ୨୬/୧୧ ଆକ୍ରମଣ କଂଗ୍ରେସ ଓ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭିତରେ ଏକ ଫିକ୍ସ ମ୍ୟାଚ୍ ଥିଲା। ଯଦି ଆକ୍ରମଣରେ ସାମିଲ ଆତଙ୍କବାଦୀ ଅଜମଲ କସାବ ଜୀବିତ ଧରାପଡିନଥାନ୍ତା, ତେବେ ମାମଲାକୁ ହିନ୍ଦୁ ଆତଙ୍କବାଦ ସହ ଯୋଡାଯାଇଥାନ୍ତା। ତାଙ୍କର ଏହି ବୟାନ ଏବେ ରାଜନୈତିକ ବିବାଦୀୟ ରୂପ ନେଇଛି। ଏହାକୁ ନେଇ ଏବେ କଂଗ୍ରେସକୁ ଜବାବ ମାଗିଛି ବିଜେପି।
ଆରଭିଏସ ମଣି ଏକ ସାକ୍ଷାତକାରରେ କହିଛନ୍ତି ୨୬/୧୧ ଆକ୍ରମଣ କଂଗ୍ରେସ ଏବଂ ଆଇଏସଆଇ ମଧ୍ୟରେ ଏକ ଫିକ୍ସଡ ମ୍ୟାଚ୍ ଥିଲା। ଆକ୍ରମଣର କାହାଣୀକୁ ହିନ୍ଦୁ ଆତଙ୍କବାଦ ଭାବରେ ଉପସ୍ଥାପନ କରିବାକୁ ଯୋଜନା କରାଯାଇଥିଲା। ଯେହେତୁ କସାବ ଡାହଣ ହାତରେ କଲାଭ ବାନ୍ଧିଥିଲା ତେଣୁ ଏହାକୁ ହିନ୍ଦୁ ଆତଙ୍କବାଦ ସହ ଯୋଡା ଯିବାର ଚେଷ୍ଟା ହୋଇଥିଲା। କଲାଭ ହେଉଛି ହିନ୍ଦୁମାନଙ୍କର ପବିତ୍ର ଲାଲ ସୂତା। ଯଦି ମୁମ୍ବାଇ ପୋଲିସ ଅଧିକାରୀ ତୁକାରାମ ଓମ୍ବଲେ କସାବଙ୍କୁ ଜୀବନ୍ତ ଧରି ନଥାନ୍ତେ, ତେବେ ଏହି ଆକ୍ରମଣକୁ ନେଇ ହିନ୍ଦୁ ଗୋଷ୍ଠୀଙ୍କ ଉପରେ ମିଛ ଦୋଷ ଲଦି ଦିଆଯାଇଥାନ୍ତା ।
“26/11 was a fixed match between Congress and the ISI.”: RVS Mani, then Under Secretary, MHA
— Satya Kumar Yadav (@satyakumar_y) July 13, 2026
He alleges the Coast Guard had already spotted the terrorists' boat, yet surveillance was called off. The NSG was then made to wait, delaying its deployment to the Taj Hotel by nearly… pic.twitter.com/uavIClm1Zi
ଏପରିକି ମଣି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଉପରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ। ସେ କହିଛନ୍ତି, ୨୦୦୬ ରେ ଦିଗବିଜୟ ସିଂହ ତାଙ୍କୁ ହିନ୍ଦୁ ଆତଙ୍କବାଦ ସହ ଜଡିତ ମାମଲାର ସୂଚନା ମାଗିଥିଲେ। ସେତେବେଳେ ଗୃହ ମନ୍ତ୍ରଣାଳୟ ନିକଟରେ ଏଭଳି କୌଣିସି ମାମଲା ରେକର୍ଡ ନଥିଲା। ଏପରିକି ୨୦୧୦ ପର୍ଯ୍ୟନ୍ତ ମନ୍ତ୍ରଣାଳୟର ଅଫିସିଆଲ ଦସ୍ତାବିଜରେ ମଧ୍ୟ ହିନ୍ଦୁ ଆତଙ୍କବାଦ ନେଇ କୌଣସି ଶବ୍ଦ ନଥିଲା। ମଣି ଇଶରତ ଜାହାଁ ଏନକାଉଣ୍ଟର ବିଷୟରେ ବି କହିଛନ୍ତି। ସେ କହିଛନ୍ତି, ଏହି ମାମଲା ଜରିଆରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସେତେବେଳର ଗୃହରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିବାର ଚେଷ୍ଟା ହୋଇଥିଲା। କେବଳ ଏହି ସାକ୍ଷାତକାର ନୁହେଁ ମଣି ତାଙ୍କର ଏକ ବହିରେ ଏହା ଉଲ୍ଲେଖ କରିଛନ୍ତି। ‘ଦ ମିଥ୍ ଅଫ୍ ହିନ୍ଦୁ ଟେରର: ଇନ୍ସାଇଡର ଆକାଉଣ୍ଟ ଅଫ୍ ମିନିଷ୍ଟ୍ରି ଅଫ୍ ହୋମ୍ ଆଫେୟାର୍ସ 2006-2010 ରେ ବି ଲେଖିଛନ୍ତି।’
#WATCH | Delhi | BJP MP Dr. Sudhanshu Trivedi says, "Another important issue is that a senior officer of the Home Ministry during UPA government, one under-secondary Mr. RVS Mani has given an interview to an agency in which he has referred that during the 26-11 Mumbai attack, if… pic.twitter.com/kb4SjEyBtk
— ANI (@ANI) July 13, 2026
ମଣିଙ୍କ ଏହି ସାକ୍ଷାତକାର ପରେ ବିଜେପି ଏବେ କଂଗ୍ରେସକୁ ଟାର୍ଗେଟ କରିଛି। ଦଳୀୟ ମୁଖପାତ୍ର ସୁଧାଶୁଂ ତ୍ରିବେଦୀ କହିଛନ୍ତି, କଂଗ୍ରେସ ହିନ୍ଦୁ ଆତଙ୍କବାଦର ମିଛ ନ୍ୟାରେଟିଭ୍ ଗଢିବା ନେଇ ପୁରା ପ୍ରସ୍ତୁତି କରିଥିଲା। ଦଳ ଏବେ ଏହାର ଜବାବ ରଖୁ। କଂଗ୍ରେସର ନୀତି ସବୁବେଳେ ଜାତୀୟ ସୁରକ୍ଷାର ବିପରୀତ ରହିଛି। ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ଏକମାତ୍ର ଜୀବିତ ଆତଙ୍କବାଦୀ ଅଜମଲ କସାବ ଧରାପଡିନଥିଲେ, ପୁରା ଘଟଣାକୁ ହିନ୍ଦୁ ଆତଙ୍କବାଦ ରୂପ ଦିଆଯିବାର ପ୍ରସ୍ତୁତି କରାଯାଇଥିଲା। ଆଜିର ଯୁବପିଢି ହୁଏତ ଏହା ଜାଣି ନାହାନ୍ତି, ୨୬ ନଭେମ୍ବର ୨୦୦୮ ରେ ଧରା ପଡିଥିଲା ସବୁ ଆତଙ୍କବାଦୀଙ୍କ ପାଖରେ ନକଲି ହିନ୍ଦୁ ପରିଚୟ ପତ୍ର ଥିଲା। ତାଙ୍କର ଡାହଣ ହାତରେ ନାଲି ସୁତା ବନ୍ଧା ହୋଇଥିଲା। ଯଦି ଶହୀଦ ତୁକାରାମ ଆମ୍ବଲେ ନିଜ ପ୍ରାଣର ଆହୁତି ଦେଇ କସାବକୁ ଜୀବନ୍ତ ଧରି ନଥାନ୍ତେ, ତେବେ ପୁରା ଘଟଣାକୁ ହିନ୍ଦୁ ଆତଙ୍କବାଦ ସହିତ ଯୋଡି ଦେଇଥାନ୍ତେ। ଆଇଏସଆଇ ଓ କଂଗ୍ରେସ ବିଷୟରେ ମଣି ଯାହା କହିଛନ୍ତି ତାହା କେବଳ ଅଭିଯୋଗ ନୁହେଁ ତାଙ୍କ ପାଖରେ ଏହାର ପୁରା ପ୍ରମାଣ ରହିଛି। କଂଗ୍ରେସ ଏହି ସବୁ ଅଭିଯୋଗ ନେଇ ଏହାର ଜବାବ୍ ଦେଉ।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ହେଉଛି ଭାରତ ଇତିହାସର ଏକ କଳା ଦିନ। ଲସ୍କର-ଇ-ତୋଇବାର ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପଶି ହୋଟେଲ ତାଜ୍, ଛତ୍ରପତି ଶିବାଜୀ ଟର୍ମିନାସ୍ ଏବଂ ନରିମାନ୍ ହାଉସ୍ ଆଦି ସ୍ଥାନରେ ଆଖିବୁଜା ମାଡ଼ ଓ ବୋମା ବିସ୍ଫୋରଣ କରିଥିଲେ। ଏହି ଜଘନ୍ୟ କାଣ୍ଡରେ ୧୬୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା। ଏହାର ମାଷ୍ଟରମାଇଣ୍ଡ ଥିଲା ହାଫିଜ ସଇଦ ଓ ଜକିଉର ରହମାନ ଲଖଭି। ଆକ୍ରମଣରେ ସାମିଲ ସମସ୍ତ ଆତଙ୍କବାଦୀଙ୍କ ଭିତରେ କେବଳ କସାବକୁ ଜୀବନ୍ତ ଗିରଫ କରାଯାଇଥିଲା। ୨୦୧୨ ରେ ପୁଣେର ୟରଓ୍ବାଡା ଜେଲ୍ରେ ତାକୁ ଫାଶୀ ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।