‘ଗୁଳି ଚଳାଇ ଜନତାଙ୍କୁ କରୁଛନ୍ତି ଦମନ,PoJK ନିର୍ବାଚନ ଉପରେ ପାକିସ୍ତାନକୁ ଆଇନା ଦେଖାଇଲା ଭାରତ
ନୂଆଦିଲ୍ଲୀ,୪।୮: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଭୋଟିଂ ବୟକଟ ଓ ଜାରି ବିବାଦ ଭିତରେ ମଙ୍ଗଳବାର ଦୁଇଟି ଆସନରେ ନିର୍ବାଚନ ହୋଇଛି। ଏହି ଦୁଇଟି ବିଧାନସଭା ଆସନ ପାଇଁ ମତଦାନ ପ୍ରଥମେ ରବିବାର ବା ୨ ତାରିଖପାଇଁ ସ୍ଥିର କରାଯାଇଥିଲା, କିନ୍ତୁ ମୁଜାଫରାବାଦ-୧ ଏବଂ ମୁଜାଫରାବାଦ-୨ର ସମସ୍ତ ମତଦାନ କେନ୍ଦ୍ରରେ ରାସ୍ତା ଅବରୋଧ, ପ୍ରତିବାଦ ଏବଂ ପୋଡ଼ାଜଳା ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏସବୁ ଭିତରେ ଭାରତ ପିଓକେରେ ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଜାରି କରି କହିଛି ପିଓକେରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟାକୁ କେବଳ ପ୍ରହସନ।
ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ମଙ୍ଗଳବାର ( ଏକ ପ୍ରେସ ବ୍ରିଫିଂରେ କହିଛନ୍ତି, ପିଓକେ)ରେ ଏହି ତଥାକଥିତ ସ୍ଥାନୀୟ ନିର୍ବାଚନ ସମ୍ପୂର୍ଣ୍ଣ ପ୍ରହସନ। ସେଠାକାର ପ୍ରକୃତ ପରିସ୍ଥିତି ହେଉଛି ପାକିସ୍ତାନୀ ସେନା ଦ୍ୱାରା ଜନସାଧାରଣଙ୍କ ବିରୋଧ ଏବଂ ନିର୍ମମ ହତ୍ୟା। ତାଙ୍କର ଏପରି ଫମ୍ପା ଅଭ୍ୟାସ ବାସ୍ତବତାକୁ ଲୁଚାଇ ପାରିବ ନାହିଁ। ଚଳିତ ବର୍ଷ ଜୁନ୍ ମାସରୁ ଚାଲିଥିବା ଦମନ ଅଭିଯାନରେ ଅତି କମରେ ୯୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ପାକିସ୍ତାନର କପଟପୂର୍ଣ୍ଣ ମାନବାଧିକାର ବୟାନବାଜିର ଏହି ଫମ୍ପା ମୁଖା ପାର କରି ପ୍ରକୃତ ଚେହେରା ଦେଖିବା ଉଚିତ।’
ଭାରତ ସ୍ପଷ୍ଟ କରିଛି ଯେ ଏହି ନିର୍ବାଚନ କେବଳ ପାକିସ୍ତାନର ଅବୈଧ ଏବଂ ଜବରଦସ୍ତି ଦଖଲକୁ ଲୁଚାଇବା ପାଇଁ ନିର୍ବାଚନ କେବଳ ଏକ ପ୍ରହସନ। ଜମ୍ମୁ-କାଶ୍ମୀର ଜଏଣ୍ଟ ଆୱାମୀ ଆକ୍ସନ କମିଟି' (JKJAAC) ଭଳି ସ୍ଥାନୀୟ ସଂଗଠନ ପକ୍ଷରୁ ନିର୍ବାଚନକୁ ସମ୍ପୂର୍ଣ୍ଣ ବର୍ଜନ କରାଯାଇଛି। ବିରୋଧ ପ୍ରଦର୍ଶନ କରୁଥିବା ନିରୀହ ଜନତାଙ୍କ ଉପରେ ପାକିସ୍ତାନ ସେନା ଗୁଳି ଚଳାଉଛି, ଯେଉଁଥିରେ ଅନେକ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଶତାଧିକ ଆହତ ହୋଇଛନ୍ତି। ଜନତାଙ୍କ ସ୍ୱରକୁ ଚାପିବା ପାଇଁ ସେଠାରେ ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ନୂଆଦିଲ୍ଲୀ ପୁଣି ଥରେ ଦୋହରାଇଛି ଯେ ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।