New vehicle rules 2028 : ଗାଡ଼ିରେ V2V ସିଷ୍ଟମ ରହିବ ବାଧ୍ୟତାମୂଳକ , ସଡ଼କରେ ଚାଲୁଥିବା ପ୍ରତ୍ୟେକ ଗାଡିର ମିଳିବ ଡିଟେଲ୍ସ
ନୂଆଦିଲ୍ଲୀ : ଦେଶରେ ଗାଡ଼ି ଓ ଚାଳକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଲଗାତାର ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଏବେ ଭାରତ ଅଟୋମୋଟିଭ୍ ସୁରକ୍ଷାରେ ଏକ ବଡ଼ ପରିବର୍ତ୍ତନର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ସରକାର ନୂଆ ଗାଡ଼ି ଗୁଡ଼ିକରେ 'ଭେହିକିଲ୍-ଟୁ-ଭେହିକିଲ୍' (V2V) କମ୍ୟୁନିକେଶନ ସିଷ୍ଟମକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ କାର , ବସ୍ , ଟ୍ରକ୍ ଓ ଦୁଇ ଚକିଆ ଗାଡ଼ିକୁ ରିୟଲ-ଟାଇମ୍ ସୂଚନା ପ୍ରଦାନ କରିବାରେ ସକ୍ଷମ କରିବା , ଯେଉଁଥିରେ ଧକ୍କା ହେବାରେ ରୋକ୍ , ଡ୍ରାଇଭରକୁ ବିପଦ ଆଶଙ୍କା ପୂର୍ବରୁ ସତର୍କ କରାଇବା ଏବଂ ଏକ କନେକ୍ଟେଡ୍ ଟ୍ରାନ୍ସପୋର୍ଟେସନ ଇକୋସିଷ୍ଟମର ଭିତ୍ତିଭୂମି ସ୍ଥାପନରେ ସାହାଯ୍ୟ ମିଳି ପାରିବ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ମୋଟର ଯାନଗୁଡ଼ିକରେ V2V କମ୍ୟୁନିକେସନ୍ ସିଷ୍ଟମକୁ ପର୍ଯ୍ୟାୟକ୍ରମେ ଲାଗୁ କରିବା ପାଇଁ 'କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ, ୧୯୮୯'ରେ ସଂଶୋଧନର ପ୍ରସ୍ତାବ ଦେଇ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଛନ୍ତି।
V2V କମ୍ୟୁନିକେସନ୍ କ’ଣ?
'ଭେହିକିଲ୍-ଟୁ-ଭେହିକିଲ୍' (V2V) କମ୍ୟୁନିକେସନ୍ ପାଖାପାଖି ଥିବା ଗାଡ଼ିଗୁଡ଼ିକୁ ୱେୟାରଲେସ୍ ଉପାୟରେ ଜରୁରୀ ସୂଚନା, ଯେପରିକି ସ୍ପିଡ୍, ଲୋକେସନ୍, ଦିଗ ଏବଂ ଆକ୍ସିଲେରେସନ୍ ଆଦାନପ୍ରଦାନ କରିବାର ସୁବିଧା ଦେଇ ଥାଏ। ଏହି ଡାଟାକୁ କ୍ରମାଗତ ଭାବରେ ସେୟାର କରି, ଗାଡ଼ିଗୁଡ଼ିକ ଡ୍ରାଇଭର କିମ୍ବା ଗାଡ଼ିରେ ଥିବା ସୁରକ୍ଷା ସିଷ୍ଟମକୁ ସମ୍ଭାବ୍ୟ ବିପଦ ବିଷୟରେ ସଚେତନ କରି ପାରିବ। ବିଶେଷକରି ଯେତେବେଳେ ସେଗୁଡ଼ିକ ଦେଖା ଯାଉ ନଥିବ।
ପାରମ୍ପରିକ ସୁରକ୍ଷା ଟେକନିକ ତୁଳନାରେ, ଯାହା ମୁଖ୍ୟତଃ କ୍ୟାମେରା, ରାଡାର ଏବଂ ଡ୍ରାଇଭରଙ୍କ ପ୍ରତିକ୍ରିୟା ଉପରେ ନିର୍ଭର କରେ, V2V କମ୍ୟୁନିକେସନ୍ ଡ୍ରାଇଭରଙ୍କ ଦୃଷ୍ଟିସୀମା ବାହାରେ ମଧ୍ୟ କାମ କରି ଥାଏ। ଗୋଟିଏ ଗାଡ଼ି, ଅନେକ ଗାଡ଼ି ଆଗରେ ହଠାତ୍ ବ୍ରେକ୍ କରିବା, ପାଖକୁ ଆସୁଥିବା ଏମରଜେନ୍ସି ଗାଡ଼ି, ଭୁଲ୍ ଦିଗରେ ଚାଲୁ ଥିବା ଗାଡ଼ି କିମ୍ବା ଅସୁରକ୍ଷିତ ଭାବେ ଲେନ୍ ବଦଳାଇବା ବିଷୟରେ ଆଲର୍ଟ ପାଇ ପାରିବ, ଯଦିଓ ଏହି ବିପଦ ଟ୍ରାଫିକ୍ କିମ୍ବା ରାସ୍ତାର ଟର୍ଣ୍ଣିଂ କାରଣରୁ ଲୁଚି ରହି ଥାଉ।
ଆଶା କରାଯାଉଛି ଯେ , ଏହି ଟେକ୍ନୋଲୋଜି 'ଆଡଭାନ୍ସଡ୍ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ୍' (ADAS) ର ପୂରକ ହେବ ଏବଂ କନେକ୍ଟେଡ୍ ଓ ଇଣ୍ଟେଲିଜେଣ୍ଟ ମୋବିଲିଟିର ପରବର୍ତ୍ତୀ ପିଢ଼ିକୁ ସପୋର୍ଟ କରିବ। ମନ୍ତ୍ରଣାଳୟ L, M ଏବଂ N କ୍ୟାଟେଗୋରୀର ଗାଡ଼ି, ଯେଉଁଥିରେ ଦୁଇଚକିଆ, ଯାତ୍ରୀବାହୀ ଯାନ ଏବଂ ବ୍ୟାବସାୟିକ ଯାନ ସାମିଲ ଅଛନ୍ତି, ସେଗୁଡ଼ିକ ପାଇଁ ଦୁଇଟି ପର୍ଯ୍ୟାୟ ବିଶିଷ୍ଟ ରୋଡମ୍ୟାପ୍ ପ୍ରସ୍ତାବ ଦେଇଛନ୍ତି। ମନ୍ତ୍ରଣାଳୟ ଅନୁସାରେ, ଏହି ପର୍ଯ୍ୟାୟକ୍ରମିକ ସମୟସୀମାର ଲକ୍ଷ୍ୟ ହେଉଛି ଅଟୋମୋବାଇଲ୍ ନିର୍ମାତା ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷମାନଙ୍କୁ ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେବାକୁ ଯଥେଷ୍ଟ ସମୟ ଦେବା। ଏହି ପ୍ରସ୍ତାବ ଅନୁସାରେ , ୧ ଅକ୍ଟୋବର, ୨୦୨୭ ରୁ V2V କମ୍ୟୁନିକେସନ୍ ସିଷ୍ଟମରେ ସଜ୍ଜିତ ଗାଡ଼ି ଗୁଡ଼ିକୁ AIS-230 ଷ୍ଟାଣ୍ଡାର୍ଡ ଅନୁସରଣ କରିବାକୁ ହେବ। ୧ ଅକ୍ଟୋବର, ୨୦୨୮ ରୁ ଏହି କ୍ୟାଟେଗୋରୀ ଗୁଡ଼ିକରେ ନିର୍ମିତ ସମସ୍ତ ନୂଆ ଗାଡ଼ିରେ AIS-230 ଅନୁରୂପ V2V କମ୍ୟୁନିକେସନ୍ ସିଷ୍ଟମ୍ ଲାଗିବା ବାଧ୍ୟତାମୂଳକ।
AIS-230 କ’ଣ ?
AIS-230 ଏକ ଭେହିକିଲ୍-ଟୁ-ଭେହିକିଲ୍ (V2V) କମ୍ୟୁନିକେସନ୍ ସିଷ୍ଟମ୍ ପାଇଁ ଭାରତର ନୂଆ ଟେକ୍ନିକାଲ୍ ଷ୍ଟାଣ୍ଡାର୍ଡ। ଏହା ଭାରତୀୟ ରାସ୍ତାରେ ଚାଲୁଥିବା V2V ଟେକ୍ନୋଲୋଜି ପାଇଁ ସର୍ବନିମ୍ନ ଟେକ୍ନିକାଲ୍, ଫଙ୍କସନାଲ୍, ପରିବେଶଗତ, ପରଫର୍ମାନ୍ସ ଏବଂ ସାଇବର-ସିକ୍ୟୁରିଟି ସମ୍ବନ୍ଧୀୟ ଆବଶ୍ୟକତା ନିର୍ଦ୍ଧାରଣ କରେ। ଏହି ଷ୍ଟାଣ୍ଡାର୍ଡ ଫ୍ୟାକ୍ଟ୍ରିରେ ଲାଗୁଥିବା 'ଅନ୍-ବୋର୍ଡ ୟୁନିଟ୍ସ' ପାଇଁ ତିଆରି କରାଯାଇଛି, ଯାହା 5.875 GHz ରୁ 5.925 GHz ଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସେଲ୍ୟୁଲାର୍ ଭେହିକିଲ୍-ଟୁ-ଏଭ୍ରିଥିଂ (C-V2X) ଟେକ୍ନୋଲୋଜିର ବ୍ୟବହାର କରେ।
ଏହି ପ୍ରସ୍ତାବ ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟେସନ୍ ସିଷ୍ଟମ୍ (ITS) ଉପରେ ସରକାରଙ୍କ ଦ୍ୱାରା ଗଠିତ ଟାସ୍କ ଫୋର୍ସର ସୁପାରିଶ ଉପରେ ଆଧାରିତ। ଏହି ଟାସ୍କ ଫୋର୍ସ ସାରା ଦେଶରେ ସଡ଼କ ସୁରକ୍ଷାକୁ ସୁଧାରିବା ପାଇଁ 5.9 GHz ITS/V2X ଫ୍ରିକ୍ୱେନ୍ସି ରେଞ୍ଜକୁ ଆପଣାଇବାକୁ ସୁପାରିଶ କରିଥିଲା। ଏହା ପରେ, AIS-230 ଉପରେ ସେଣ୍ଟ୍ରାଲ୍ ମୋଟର ଭେହିକିଲ୍ସ ରୁଲ୍ସ ଟେକ୍ନିକାଲ୍ ଷ୍ଟାଣ୍ଡିଂ କମିଟି ୭ ମେ, ୨୦୨୬ ରେ ଅନୁଷ୍ଠିତ ହୋଇଥିବା ତାଙ୍କର ୫୬ତମ ବୈଠକରେ ଆଲୋଚନା କରିଥିଲେ ଏବଂ ଏହାକୁ ସାରା ଦେଶରେ ଲାଗୁ କରିବା ପାଇଁ ଟେକ୍ନିକାଲ୍ ଆଧାର ଭାବରେ ପ୍ରସ୍ତାବିତ କରିଥିଲେ।
ଗାଡ଼ିଗୁଡ଼ିକୁ ଦୁର୍ଘଟଣାରୁ ରକ୍ଷା କରିବାରେ ମିଳିବ ସାହାଯ୍ୟ
ଯଦି ଏହାକୁ ଆପଣା ଯାଏ, ତେବେ ଏହି ଫ୍ରେମୱାର୍କ କନେକ୍ଟେଡ୍ ଗାଡ଼ି ଗୁଡ଼ିକ ଦିଗରେ ଭାରତର ସବୁଠାରୁ ବଡ଼ ରେଗୁଲେଟରୀ ପଦକ୍ଷେପ ଗୁଡ଼ିକ ମଧ୍ୟରୁ ଗୋଟିଏ ହେବ। ସଡ଼କ ସୁରକ୍ଷାରେ ସୁଧାର ଆଣିବା ବ୍ୟତୀତ, ଏହାଦ୍ୱାରା ଭବିଷ୍ୟତର ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ଆପ୍ଲିକେସନକପ ସପୋର୍ଟ ମିଳିବା, ଗାଡ଼ି ଗୁଡ଼ିକରେ ସ୍ଥିତି ବୁଝିବାର କ୍ଷମତା ଦୃଢ ହେବା ଏବଂ ଗାଡ଼ିଗୁଡ଼ିକ ମଧ୍ୟରେ ରିଅଲ୍-ଟାଇମ୍ କମ୍ୟୁନିକେସନ୍ ମାଧ୍ୟମରେ ଦୁର୍ଘଟଣାର ଆଶଙ୍କା ହ୍ରାସ ପାଇବା ଆଶା କରାଯାଉଛି।
ଡ୍ରାଫ୍ଟ ବିଜ୍ଞପ୍ତିକୁ ଏବେ ଆଲୋଚନା ଓ ପରାମର୍ଶ ପାଇଁ ସାଧାରଣ ଲୋକଙ୍କ ସମ୍ମୁଖରେ ରଖା ଯାଇଛି। ମନ୍ତ୍ରଣାଳୟ ଫାଇନାଲ୍ ନୋଟିଫିକେସନ୍ ଜାରି କରିବା ପୂର୍ବରୁ ୩୦ ଦିନ ମଧ୍ୟରେ ମିଳିଥିବା ପରାମର୍ଶ ଓ ସୁପାରିଶ ଗୁଡ଼ିକୁ ଯାଞ୍ଚ କରିବେ।
ଆହୁରି ମଧ୍ୟ ପଢନ୍ତୁ - Motor Accident Compensation : କାର୍ ଭିତରେ ମୃତ୍ୟୁ ହେଲେ ମଧ୍ୟ ମିଳିବ ନାହିଁ ମୋଟର ଦୁର୍ଘଟଣା କ୍ଷତିପୂରଣ ! କାହିଁକି ଜାଣନ୍ତୁ …
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।