07 JULY 2026

Welcome!

Unlock your personalized experience.
Sign Up

ଖାଲି ପଡ଼ିଛି ଅନେକ ସହରର ଏଟିଏମ୍; ନଗଦ ସଙ୍କଟ ଉପରେ ରିଜର୍ଭ ବ୍ୟାଙ୍କର କଠୋର ଆଭିମୁଖ୍ୟ, ବ୍ୟାଙ୍କଗୁଡ଼ିକୁ ମାଗିଲା ତଥ୍ୟ

Jul 07, 2026 - 20:00
ଖାଲି ପଡ଼ିଛି ଅନେକ ସହରର ଏଟିଏମ୍; ନଗଦ ସଙ୍କଟ ଉପରେ ରିଜର୍ଭ ବ୍ୟାଙ୍କର କଠୋର ଆଭିମୁଖ୍ୟ, ବ୍ୟାଙ୍କଗୁଡ଼ିକୁ ମାଗିଲା ତଥ୍ୟ

ନୂଆଦିଲ୍ଲୀ,୦୭/୦୭: ଆଜିକାଲି, ବ୍ୟାଙ୍କ କାର୍ଯ୍ୟଗୁଡ଼ିକ ପୂର୍ବ ତୁଳନାରେ ପରିଚାଳନା କରିବା ବହୁତ ସହଜ ହୋଇଗଲାଣି। ଦିନ ଥିଲା ଟଙ୍କା ଉଠାଇବା ପାଇଁ ଲୋକଙ୍କୁ ବ୍ୟାଙ୍କର ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡୁଥିଲା, ଏବେ କିନ୍ତୁ ଅନଲାଇନରେ ଟଙ୍କା ନେଣଦେଣ ହେବା ସାଙ୍ଗକୁ ପାଖରେ ଥିବା ଏଟିଏମ୍ ରୁ ମଧ୍ୟ ସହଜରେ ଟଙ୍କା ଉଠାଯାଇପାରୁଛି। କିନ୍ତୁ ନିକଟରେ କିଛି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ଦେଶର ଅନେକ ସହରରେ ଥିବା ଏଟିଏମ୍ ଏବେ ଖାଲି ପଡ଼ିଛି ଅର୍ଥାତ୍ ଏଟିଏମ୍ ଅଛି କିନ୍ତୁ ସେଥିରେ ଟଙ୍କା ନାହିଁ। ଅନେକ ସହରରେ, ଲୋକମାନେ ଗତ ଦୁଇରୁ ତିନି ମାସ ଧରି ଏଟିଏମ୍ ରୁ ଟଙ୍କା ଉଠାଇ ପାରୁନାହାଁନ୍ତି। ତମାମ ସମସ୍ୟାକୁ ନେଇ ଲଗାତାର ଅଭିଯୋଗ ମଧ୍ୟ କରାଯାଉଛି। ଏହି ବଢ଼ୁଥିବା ଅଭିଯୋଗ ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବେ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: E-25 Petrol: E-25 ପେଟ୍ରୋଲକୁ ନେଇ ବଢ଼ିଲା ସନ୍ଦେହ ! ମାଇଲେଜ୍ କମିବ ନା ଇଞ୍ଜିନର ହେବ କ୍ଷତି ?

ବ୍ୟାଙ୍କ ଗୁଡ଼ିକୁ ତଥ୍ୟ ମାଗିଲା ଆରିବିଆଇ:

ପ୍ରଫିଟ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଟିଏମ୍ ରେ ଟଙ୍କା ଅଭାବର ରିପୋର୍ଟ ମଧ୍ୟରେ ଆରବିଆଇ ସମସ୍ତ ବ୍ୟାଙ୍କଠାରୁ ଟିୟର-୨ (Tier-2) ଏବଂ ଛୋଟ ସହରଗୁଡ଼ିକରେ ଟଙ୍କାର ଉପଲବ୍ଧତା ସମ୍ପର୍କରେ ବିସ୍ତୃତ ସୂଚନା ମାଗିଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍ରେ କେତେ ଟଙ୍କା ଉପଲବ୍ଧ ଅଛି ତାହା ଚିହ୍ନଟ କରିବା। ଏହା ସହିତ, RBI ତଦନ୍ତ କରୁଛି ଯେ କିଛି ବ୍ୟାଙ୍କ ବଡ଼ ଏବଂ ଛୋଟ ସହରଗୁଡ଼ିକୁ ପର୍ଯ୍ୟାପ୍ତ ଟଙ୍କା ଆବଣ୍ଟନ କରିଛନ୍ତି କି ନାହିଁ, କିମ୍ବା ATM ଗୁଡିକରେ ପୁନଃ ଟଙ୍କା ଲୋଡ୍ କରାଯାଉଛି କି ନାହିଁଁ। RBI ସ୍ପଷ୍ଟ କରିଛି ଯେ ଯଦି ଏପରି କୌଣସି ତ୍ରୁଟି ଦେଖାଯାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆହୁରି ପଢ଼ନ୍ତୁ: Dark pattern : ଅନ୍ଲାଇନ୍ ସପିଂରେ ୮୮% ଗ୍ରାହକ ଡାର୍କ ପାଟର୍ଣ୍ଣର ଶିକାର, ବର୍ଷକୁ କ୍ଷତି ୨୮,୦୦୦ କୋଟି, ହିଡେନ୍ ଚାର୍ଜ ଯୋଡ଼ି ଲୁଟୁଛନ୍ତି କମ୍ପାନି

କ'ଣ କହିଲେ ବ୍ୟାଙ୍କ?

ଏହି ପ୍ରସଙ୍ଗରେ, ବ୍ୟାଙ୍କଗୁଡ଼ିକ କହିଛନ୍ତି ଯେ କେବଳ ମୋଟ ନଗଦ ଷ୍ଟକ୍ ଦେଖି ପରିସ୍ଥିତି ଆକଳନ କରାଯାଇପାରିବ ନାହିଁ। ବ୍ୟାଙ୍କଗୁଡ଼ିକ ଅନୁଯାୟୀ, କ୍ଷତିଗ୍ରସ୍ତ କିମ୍ବା ଛିଣ୍ଡିଯାଇଥିବା ନୋଟଗୁଡ଼ିକୁ ଏଟିଏମ୍ରେ ଲୋଡ୍ କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳର ଲୋକମାନେ ଏଟିଏମ୍ରୁ ଟଙ୍କା ନ ବାହାରିବା ସମସ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଇଣ୍ଡୋନେସିଆ ସଂସଦରେ ପିଏମ୍ ମୋଦିଙ୍କ ସମ୍ବୋଧନ, କହିଲେ- ‘ରାମାୟଣ, ମହାଭାରତ ଏବଂ ନାଳନ୍ଦା ଆମକୁ ଯୋଡ଼ିଥାଏ’

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।