Welcome!

Unlock your personalized experience.
Sign Up

କେତନଙ୍କ ହତ୍ୟା ପାଇଁ ସିୟାଙ୍କ ଉପରେ ଚାପ ପକାଇ ଥିଲେ ଚେତନ ? ପ୍ରାଇଭେଟ୍ ମେସେଜ୍ ଓ କଲରେ ବ୍ଲାକମେଲ୍

Jun 26, 2026 - 17:36
କେତନଙ୍କ ହତ୍ୟା ପାଇଁ ସିୟାଙ୍କ ଉପରେ ଚାପ ପକାଇ ଥିଲେ ଚେତନ ? ପ୍ରାଇଭେଟ୍ ମେସେଜ୍ ଓ କଲରେ ବ୍ଲାକମେଲ୍

ପୁଣେ : ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସୁଛି। ଏବେ ଉକ୍ତ ମାମଲାରେ ତଦନ୍ତ ନୂଆ ଉପାୟରେ ହେଉଛି। ପୁଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ, ସିୟାଙ୍କ ପ୍ରେମିକ ଚେତନ ତାଙ୍କୁ ଭାବୀ ସ୍ୱାମୀଙ୍କୁ ହତ୍ୟା କରିବାକୁ ବାଧ୍ୟ କରାଇ ନାହାନ୍ତି ତ। ସୂତ୍ରର ଦାବି ମୁତାବିକ , ଏହି ଯାଞ୍ଚ ମଧ୍ୟ କରାଯାଉଛି ଯେ, ଚେତନ, ସିୟାଙ୍କ ସହ ତାଙ୍କର କଲ ରେକର୍ଡିଂ ଓ ପ୍ରାଇଭେଟ୍ ମେସେଜର ବ୍ୟବହାର ତାଙ୍କ ଉପରେ ଚାପ ପକାଇବା ପାଇଁ କରି ନାହାନ୍ତି ତ। ଏହା ବ୍ୟତୀତ ଅନ୍ୟ ଡିଜିଟାଲ ପ୍ରମାଣର ଯାଞ୍ଚରେ ଆଶଙ୍କା କରାଯାଉଛି ଯେ, ସିୟାଙ୍କ ବାହାଘର ଏକ ଧନୀ ପରିବାରରେ ହେଉଥିଲା ।ଚେତନ ଏହାକୁ ନେଇ ସିୟାଙ୍କ ଉପରେ ଚାପ ପକାଇ ପାରିଥାନ୍ତି। ସେ କହିଥିବେ ଯଦି ସିୟା କେତନଙ୍କୁ ହତ୍ୟା କରିବାରେ ତାଙ୍କ ସହଯୋଗ ନକରନ୍ତି , ତ ସେ ତାଙ୍କୁ ବଦନାମ କରି ଦେବେ। କେସରେ ଯାଞ୍ଚ ବେଳେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଯଦି ଲୋହାଗଡରୁ କେତନଙ୍କ ଠେଲି ଦେବା ଭଳି ପ୍ଲାନ ସଫଳ ହୋଇ ନଥାନ୍ତା ତ ଆଉ ଏକ ପ୍ଲାନ-ସି ମଧ୍ୟ ପ୍ରସ୍ତୁତ କରାଯାଇ ଥିଲା।

କେତନଙ୍କୁ ମେ ମାସରେ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା ହୋଇ ଥିଲା। ପୁଲିସ ଏହି ଯାଞ୍ଚ ମଧ୍ୟ କରୁଛି ଯେ, ,ଚେତନ , ସିୟାଙ୍କ ସେହି ଷଡ଼ଯନ୍ତ୍ରରେ ସାମିଲ ହେବା କଥା ସାବ୍ୟସ୍ତ କରିବାର ଧମକ ଦେଇ ନଥିଲେ ତ। କେତନଙ୍କ ପରିବାର ଖୁବ୍ ଧନୀ ଥିଲେ। ଏହି ସ୍ଥିତିରେ ଚେତନଙ୍କ ମନରେ ଏହି କଥା ତ ନଥିଲା ଯେ, ସେ କେତନଙ୍କୁ ହତ୍ୟା କରି ସିୟାଙ୍କୁ ବ୍ଲାକମେଲ୍ କରି ଅର୍ଥ ହାତେଇବ। ଏହି ଦିଗରେ ମଧ୍ୟ ପୁଲିସ ଯାଞ୍ଚ କରୁଛି। ଏହା ବ୍ୟତୀତ ସିୟାଙ୍କ ବ୍ୟାଙ୍କ ଆକାଉଣ୍ଟର ମଧ୍ୟ ଯାଞ୍ଚ କରାଯାଉଛି। ଏନଡିଟିଭି ମୁତାବିକ ଏହା ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ସିୟା ସିକ୍ରେଟ ଉପାୟରେ ଚେତନଙ୍କ ଆକାଉଣ୍ଟକୁ ଟଙ୍କା ପଠାଉ ନଥିଲେ ତ। ଆଶଙ୍କା ଏହି କଥାକୁ ନେଇ ମଧ୍ୟ କରାଯାଉଛି ଯେ,କେତନଙ୍କୁ ଅନୁଧ୍ୟାନ କରିବା , ହତ୍ୟାର ବିଭିନ୍ନ ପ୍ରୟାସ ବେଳେ ଖର୍ଚ୍ଚ ହୋଇଥିବା ଟଙ୍କା ମଧ୍ୟ ସିୟା ହିଁ ଚେତନଙ୍କୁ ଦେଇଥିଲେ।

ଏହା ବ୍ୟତୀତ ଏହି କଥାର ମଧ୍ୟ ଯାଞ୍ଚ କରାଯାଉଛି ଯେ, ଚେତନ ସିୟାଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ ଅର୍ଥ ନେଉ ନଥିଲା ତ। ପୁଲିସ ଏହି କଥାର ମଧ୍ୟ ସ୍ପଷ୍ଟ କରିବାରେ ଲାଗିଛି ଯେ, କେତନଙ୍କୁ ମାରି ଦେବା ପରେ ସେ ପ୍ରତି ମାସରେ ଟଙ୍କା ଦେବ କିମ୍ୱା କିଛି ବଡ଼ ରକମ ଦେବ। ଫରେନ୍ସିକ୍ ଟିମ୍ ମଧ୍ୟ ମାମଲାର ଯାଞ୍ଚରେ ଲାଗିଛି। ଏହି ଟିମ୍ ଜାଣିବାକୁ ଚେଷ୍ଟା କରୁଛି ଯେ, ସିୟା ୧୮ ଜୁନ ପୂର୍ବରୁ କିଛି କ୍ୟାସ୍ ବାହାର କରି ଥିଲା କି । ସେ କଣ ଏହି ଟଙ୍କାରେ ମର୍ଡର ପ୍ଲାନ କରିବା କିମ୍ୱା ଏହାକୁ ପରିଚାଳନା କରିବାରେ ଖର୍ଚ୍ଚ କରି ଥିଲା ?

ଉଲ୍ଲେଖନୀୟ ଯେ, ସିୟା ପ୍ରେମିକ ଚେତନଙ୍କ ସହ ମିଶି ତାଙ୍କର ଭାବୀ ସ୍ୱାମୀ କେତନଙ୍କୁ ଲୋହାଗଡ ଦୁର୍ଗରୁ ଠେଲି ହତ୍ୟା କରିଥିଲେ। କେତନଙ୍କର ସିୟାଙ୍କ ସହ ବିବାହ ହେବାର ଥିଲା। ଏଥିପାଇଁ ଜୟପୁରରେ ୧୭ କୋଟି ଟଙ୍କାରେ ପ୍ୟାଲେସ୍ ବୁକ୍ କରାଯାଇ ଥିଲା। ଏହା ବ୍ୟତୀତ, ସଂପର୍କୀୟଙ୍କୁ ବିବାହରେ ନେଇ ଯିବା ପାଇଁ ଦୁଇଟି ଚାର୍ଟର୍ଡ ପ୍ଲେନ୍ ବୁକ୍ କରାଯାଇ ଥିଲା। 

​​​​​​​

ଏହା ପୂର୍ବରୁ ଏହା ମଧ୍ୟ ସାମ୍ନାକୁ ଆସି ଥିଲା ଯେ, ସିୟା କେତନଙ୍କର ପାସପୋର୍ଟ ମଧ୍ୟ ଚୋରି କରି ଥିଲେ। ଏହି ଘଟଣା ସେହି ଦିନ ଘଟିଥିଲା, ଯେବେ ସେମାନଙ୍କୁ ପ୍ରି-ୱେଡିଂ ଫଟୋସୁଟ୍ ପାଇଁ ଯିବାର ଥିଲା।

ଆହୁରି ମଧ୍ୟ ପଢନ୍ତୁ : Pune Murder Case: ପୁଣେ କେତନ ହତ୍ୟାକାଣ୍ଡରେ ବଡ଼ ଟ୍ୱିଷ୍ଟ; ଜେଲ୍ ଭୟରେ ପ୍ରେମୀଙ୍କ ମଧ୍ୟରେ 'ବ୍ଲେମ୍ ଗେମ୍', ନିଜକୁ ବଞ୍ଚାଇବାକୁ ରଣନୀତି